Posted inଖେଳ

ଚହଲ-ଧନଶ୍ରୀଙ୍କ ସମ୍ପର୍କରେ ଫାଟ! ସ୍ବାମୀଙ୍କ ସରନେମ୍‌ ହଟାଇବା ପରେ ଏବେ ଲେଖିଲେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନାମରୁ ଚହଲ ସରନେମ୍‌କୁ ହଟାଇ ଦେଇଛନ୍ତି। ଏଥିସହିତ ଚହଲ ମଧ୍ୟ ନିକଟରେ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଥିଲେ ‘ନ୍ୟୁ ଲାଇଫ୍‌ ଲୋଡିଂ’। ଏହି ପୋଷ୍ଟ ଶେୟାର କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରିଦେଇଥିଲେ।

ଆଜି ଧନଶ୍ରୀ ମଧ୍ୟ ନିଜର ୨ଟି ଫଟୋ ଶେୟାର କରି ଲେଖିଛନ୍ତି, ଜଣେ ରାଜକୁମାରୀ ସବୁବେଳେ ନିଜ ଯନ୍ତ୍ରଣାକୁ ଶକ୍ତିରେ ବଦଳାଇ ଦିଏ। ଏହାକୁ ଲାଇକ୍‌ କରିଛନ୍ତି ଚହଲ। ସୋସିଆଲ ମିଡିଆରେ ଧନଶ୍ରୀ ଏବଂ ଚହଲଙ୍କ ପୋଷ୍ଟ ସବୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ସବୁ ଠିକ ନ ଥିବା ପ୍ରଶଂସକମାନେ ଅନୁମାନ କରୁଛନ୍ତି।

 


ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ମାତ୍ର ୩ ମାସ ପରସ୍ପରକୁ ଡେଟିଂ କରିବା ପରେ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଧନଶ୍ରୀ ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ କୋରିଓଗ୍ରାଫର୍‌। ଚହଲ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ସେ ଏସିଆ କପ ୨୦୨୨ରେ ଭାରତୀୟ ଦଳ ସହ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?