Posted inଖେଳ

ଖୁସି ଖବର: କ୍ରିକେଟ୍‌ ପଡିଆକୁ ଫେରିବେ ଯୁବରାଜ ସିଂ

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପୁଣି କ୍ରିକେଟ ମୈଦାକୁ ଫେରୁଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ପଞ୍ଜାବର ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି। ପଞ୍ଜାବ ପାଇଁ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ନିକଟରେ ପଞ୍ଜାବ କ୍ରିକେଟ ଆସୋସିଏସନ ସଚିବ ପୁନିତ ବାଲି ୩୯ ବର୍ଷିୟ ଯୁବରାଜ ସିଂଙ୍କୁ କ୍ରିକେଟକୁ ଫେରିବାକୁ କହିଥିଲେ। ଯୁବରାଜ ସିଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ଜୟ ଶାହାଙ୍କୁ ତାଙ୍କ ଅବସର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଲେଖିଥିବା ଚର୍ଚ୍ଚା ହେଉଛି। ଯୁବରାଜ କହିଛନ୍ତି, କ’ଣ ହେବ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଘରୋଇ କ୍ରିକେଟ ଖେଳିବାକୁ ଚାହୁଁଛି। ମୁଁ ମଧ୍ୟ ବାଲିଙ୍କ ଅନୁରୋଧକୁ ଅଣଦେଖା କରିପାରିବି ନାହିଁ । ତଥାପି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତେବେ ସେ କାନାଡାର ଗ୍ଲୋବାଲ ଟି -୨୦ ଲିଗରେ ଖେଳିଥିଲେ। ବିସିସିଆଇ ନିୟମ ଅନୁଯାୟୀ, ସକ୍ରିୟ ଖେଳାଳିମାନେ ବିଦେଶୀ ଲିଗରେ ଖେଳିବାକୁ ଅନୁମତି ଦିଅନ୍ତି ନାହିଁ।
୍‌ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ପଞ୍ଜାବର ସମ୍ଭାବ୍ୟ ଦଳ:
ମନଦୀପ ସିଂ, ଯୁବରାଜ ସିଂ, ଅଭିଷେକ ଶର୍ମା, ସଲିଲ ଆରୋରା, ଗୀତାଂଶ ଖେଡା, ରମଣଦୀପ ସିଂ, ସନଭୀର ସିଂ, କରଣ କାଳିଆ, ରାହୁଲ ଶର୍ମା, କୃଷ୍ଣ ଆଲାଙ୍ଗ, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂ, ଇକଜୋଟ ସିଂ, ନମନ ଧୀର, ଅଭିଷେକ ଗୁପ୍ତା, ହିମାଂଶୁ ସତ୍ୟୱାନ, ଗୁରୁକିରତ ସିଂ, ଅନମୋଲପ୍ରୀତ ସିଂ, ପ୍ରଭସୀମରନ ସିଂ, ନେହଲ ଭଧେରା, ଅନମୋଲ ମଲହୋତ୍ରା , ଅନୀବ ଶର୍ମା, ହରପ୍ରୀତ ବରାର, ମାୟାନକ ମାର୍କଣ୍ଡେ, ବଲତେଜ ସିଂ, ସିଦ୍ଧାର୍ଥ କୌଲ, ବରିନ୍ଦର ସରାଂ, ଗୁରୁନୁର ସିଂ, ହରଜସ ସିଂ, ଅଭିଜିତ ସିଂ, କୁଅଁର ପାଠକ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri