Posted inଜାତୀୟ

ଡିଜିଟାଲ ଇଣ୍ଡିଆ ବାଟରେ ବାଧା :୧୨ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ବ୍ୟବହାର କରି ନାହାନ୍ତି ଇଣ୍ଟରନେଟ

ନୂଆଦିଲ୍ଲୀ,୧୫।୧୨: ସରକାର ଡିଜିଟାଲୀକରଣ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏନେଇ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ମହିଳା କେବେ ବି ଇଣ୍ଟରନେଟ୍‌ ବ୍ୟବହାର କରି ନ ଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ଯୋଗୁ ଡିଜିଟାଲ ଇଣ୍ଡିଆ ବାଟରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା। ଦାଦର ନାଗର ହବେଲୀ, ଡାମନ ଡିୟୁ ଏବଂ ଆଣ୍ଡାମାନ ନିକୋବର ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ର, ମେଘାଳୟ, ତେଲଙ୍ଗାନା, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ୪୦ ପ୍ରତିଶତରୁ କମ୍‌ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଏଥିରେ ଦର୍ଶାଯାଇଛି। ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ ପ୍ରତିଶତ ପାଖାପାଖି ପୁରୁଷ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ଆନ୍ଧ୍ରପ୍ରଦେଶ, ବିହାର ତେଲଙ୍ଗାନାରେ ମହିଳା ସାକ୍ଷରତା ହାର କମ୍‌ ଥିବାବେଳେ କେରଳ, ଲାକ୍ଷାଦୀପ୍‌ ଏବଂ ମିଜୋରାମ୍‌ ଏହା ସର୍ବାଧିକ ରହିଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ୧୭ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଞ୍ଚଳର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାର ସହଜରେ ସବୁକିଛି ଭୁଲିଯାଆନ୍ତି: ଫଡ୍‌ନଭୀସ

ମୁମ୍ବାଇ,୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ଘୋଷଣାକୁ ଦୋହରାଇଛନ୍ତି। ତେବେ ସେ ଏଥିପାଇଁ କୌଣସି ତାରିଖ ଦେଇନାହାଁନ୍ତି।...

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର...

ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ...

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୨୮।୭: ୫ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗସ୍ତର ତୃତୀୟ ଦିନରେ ଅର୍ଥାତ୍‌ ବୁଧବାର ଦିଲ୍ଲୀ ଜନପଥ ୧୦ ସ୍ଥିତ ବାସଭବନରେ କଂଗ୍ରେସ...

ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

ଚଣ୍ଡିଗଡ,୨୧।୫: ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହଙ୍କ ପରଲୋକ ଘଟିଛି। ଶନିବାର ସକାଳେ ମୋହାଲି ସ୍ଥିତ...

ପାଣି ପାଇଁ ଲଢ଼େଇ: ମହିଳାଙ୍କୁ ଗରାରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଭୋପାଳ,୪।୪: ଜଳ ହିଁ ଜୀବନ। ଅମ୍ଳଜାନ ପରି ପାଣି ମଣିଷର ନିହାତି ଆବଶ୍ୟକ। ନଚେତ ବଞ୍ଚିବା ସମ୍ଭବ ହେବନାହିଁ। ଏବେ ଏହି ପାଣି ଲୋକଙ୍କ ମଧ୍ୟରେ...

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହାଜାହାନ୍‌ପୁର ଚିଲୁଓ୍ବା ଗାଁରେ ବାସ କରୁଥିବା...

Advertisement
Archives

Model This Week