ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ ପରେ ରାସ୍ତା ଅଭାବରୁ ୮ କିଲୋମିଟର ଖଟିଆରେ ଶବ ବୋହିବା ଘଟଣା ସାରା ଓଡ଼ିଶାକୁ ମର୍ମାହତ କରିଛି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ‘ୟୁଭିଏ – ୟୁଥ ୟୁନାଇଟେଡ ଫର୍‌ ଦି ଭିଜନ ଅଫ ଆମ୍ବେଦକର (ଯୁବ ଶକ୍ତି ଥୁଆମୂଳ ରାମପୁର)’ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

ଖବର ପାଇ ୟୁଭିଏର ଏକ ପ୍ରତିନିଧି ଦଳ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ନିଜସ୍ବ ଖର୍ଚ୍ଚରେ ରାସନ ସାମଗ୍ରୀ, ଆବଶ୍ୟକୀୟ ଜିନିଷ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପରିବାରକୁ ତୁରନ୍ତ ଆଧାର କାର୍ଡ, ରାସନ କାର୍ଡ, ସରକାରୀ ଜମି ପଟ୍ଟା, ଆବାସ ଗୃହ, ଭତ୍ତା, ଶ୍ରମ ବିଭାଗୀୟ ସହାୟତା ଏବଂ ଭାଟିଫାସ ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି। ପ୍ରଶାସନ ଅବହେଳା କଲେ ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନ ଚେତାବନୀ ଦେଇଛି।

ଅନ୍ୟପଟେ, ୟୁଭିଏ ପ୍ରତିନିଧି ଦଳ ବିଭିନ୍ନ ଶିକ୍ଷାନୁଷ୍ଠାନ ଗସ୍ତ କରି ଶିକ୍ଷାଗତ ସମସ୍ୟାର ଅନୁଧ୍ୟାନ କରିଥିଲେ। ମାଁ ମାଣିକେଶରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ପୁନଃ ନାମଲେଖା ନାମରେ ଫି’ ଆଦାୟ ହେଉଥିବା ଅଭିଯୋଗ ପାଇ ସଂଗଠନ ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିଲା। କଲେଜ କର୍ତ୍ତୃପକ୍ଷ ଟଙ୍କା ଆଦାୟ ସୱୀକାର କରିବା ସହ ତାହା ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ୟୁଭିଏ ଟିମ ବଡ଼ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟ ଓ ମହୁଲପାଟଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବଡ଼ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଜଣ ଶିକ୍ଷକ ଥିବାବେଳେ କାନ୍ଥ ଓ ଛାତରୁ ପାଣି ଝରୁଛି, ପାନୀୟ ଜଳର ସୁବିଧା ନାହିଁ ଏବଂ ଶ୍ରେଣୀଗୃହ ଅଭାବରୁ ଏକାଧିକ ଶ୍ରେଣୀର ପିଲା ଏକାଠି ବସି ପାଠ ପଢୁଛନ୍ତି।

ସେହିପରି ମହୁଲପାଟଣା ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ ହୋଇଥିଲେ ସୁଦ୍ଧା ଭିତ୍ତିଭୂମି ଅଭାବରୁ ଦୁଇଟି ପାଳି ଓ ବାରଣ୍ଡାରେ ପାଠପଢ଼ା ଚାଲିଛି। ଏଥିସହ ପ୍ରଧାନଶିକ୍ଷକ, କରାଣୀ ଓ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ୟୁଭିଏ ଉଦ୍ବେଗ ପ୍ରକାଶ କରିଛି।
ଏଥିସହିତ ୟୁଭିଏ ଦଳ ‘ସିଜେପି’ର ‘ସ୍କୁଲ ଠିକ କର’ ଡାକରାକୁ ସମର୍ଥନ ଜଣାଇଛି। ଆଗାମୀ ଦିନରେ ଥୁଆମୂଳ ରାମପୁରର ସମସ୍ତ ସ୍କୁଲ ପରିଦର୍ଶନ କରି ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଲିଖିତ ଦାବିପତ୍ର ଦିଆଯିବ ଏବଂ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ସଂଗଠନ ଚେତାବନୀ ଦେଇଛି। ଏହି ଗସ୍ତ ସମୟରେ ସଂଗଠନର ସଦସ୍ୟ , ହିତେଶ କୁମାର ନାଏକ, ଗମୟରଞ୍ଜନ ନାଏକ, ତପନ ନାଏକ, ହରସ ନାଏକ, ତସ୍ମିନ କୁମାର ନାଏକ, ଜିତେନ୍ଦ୍ର ବାଗ, ସମୀର କୁମାର ନାଏକ, ସୁବାସ ନାଏକ ଏବଂ ସମୀର କୁମାର ନାଏକ ଉପସ୍ଥିତ ଥିଲେ। ଅସହାୟ, ଶୋଷିତ ଓ ଛାତ୍ରସମାଜର ସେବାରେ ୟୁଭିଏ ସଦାସର୍ବଦା ନିସ୍ବାର୍ଥପର ଭାବେ ଛିଡ଼ା ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?