Posted inଜାତୀୟ

କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ଗିରଫ

ବିଜୟଓ୍ବାଡ଼ା,୨୨।୨: ଆନ୍ଧ୍ରପ୍ରଦେଶରେ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜିଲା ଚୟନ କମିଟି (ଡିଏସ୍‌ସି)ର ବିଜ୍ଞପ୍ତିକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ‘ସଚିବାଳୟ ଚାଲ’ ଅଭିଯାନ ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ରେଡ୍ଡୀ ଏବଂ ଦଳର ୪୦ କର୍ମୀଙ୍କୁ ଗିରଫ କରାଯାଇଛି।

ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟି ଏହାର ମୁଖ୍ୟାଳୟ ଆନ୍ଧ୍ରରତ୍ନ ଭବନରୁ ‘ସଚିବାଳୟ ଚାଲ’ ବିକ୍ଷୋଭ ଅଭିଯାନ ଆରମ୍ଭ କରିଥିଲା। ଗୃହବନ୍ଦୀରୁ ବର୍ତ୍ତିବା ଲାଗି ଶର୍ମିଲା ବୁଧବାର ରାତିରୁ ବିଜୟଓ୍ବାଡ଼ାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ରହିଥିଲେ। ଅନ୍ୟପକ୍ଷରେ ଏଲୁରୁ ରୋଡ୍‌ରେ ଗାଡ଼ିମୋଟର ଚଳାଚଳରେ ବ୍ୟାଘାତ ସୃଷ୍ଟି କରିବା ସହ ସ୍ଲୋଗାନ ଦେଉଥିବା କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖାଯାଇଥିଲା ଓ ପରେ ସେମାନଙ୍କୁ ଛାଡ଼ିଦିଆଯାଇଛି ବୋଲି ବିଜୟଓ୍ବାଡ଼ା ସାଉଥ୍‌ର ଡିସିପି ବି. ରବି କିରନ କହିଛନ୍ତି। କଂଗ୍ରେସ ଦଳ ବେରୋଜଗାରିଙ୍କ ସମର୍ଥନରେ ବାହାରିଥିବାବେଳେ ସେମାନଙ୍କୁ ଗିରଫ କରାଯିବା ନେଇ ଶର୍ମିଲା ଓ୍ବାଇଏସ୍‌ଆର୍‌ସିପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ୨୩ ହଜାର ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଡିଏସ୍‌ସି ବିଜ୍ଞପ୍ତିରେ ମାତ୍ର ୬,୦୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ସରକାର ବେରୋଜଗାରୀମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଶର୍ମିଲା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ କହିଥିବା ମାଲଦ୍ୱୀପ ମନ୍ତ୍ରୀ କହିଲେ, ଏମିତି ଦ୍ୱିତିୟ ଥର ହେବ ନାହିଁ

ନୂଆଦିଲ୍ଲୀ,୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରୀ ମୁସା ଜମିର କହିଛନ୍ତି ଯେ ମହମ୍ମଦ ମୁଇଜୁ ସରକାର...

ଏଥର ବାପା ନୁହେଁ, ଝିଅଙ୍କର ହେଉଛି ଅଧିକ ଚର୍ଚ୍ଚା, ଅଖିଳେଶଙ୍କ ପାଇଁ ଭୋଟ ମାଗୁଛନ୍ତି ଝିଅ ଅଦିତି

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଛି। ଉତ୍ତରପ୍ରଦେଶର ସମସ୍ତ ୮୦ ଟି...

କହ୍ନେୟା କୁମାରଙ୍କ ପାଖରେ ନା ଅଛି ଘର ନା କାର, ଗତ ବର୍ଷର ଆୟ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୯।୫: ବର୍ତ୍ତମାନ ଦେଶରେ ନିର୍ବାଚନ ପର୍ବ ଚାଲିଛି। ଲୋକ ସଭାର ତିନୋଟି ପର୍ଯ୍ୟାୟ ପାଇଁ ମତଦାନ କରାଯାଇଛି। ଅବଶିଷ୍ଟ ପର୍ଯ୍ୟାୟ ପାଇଁ ମତଦାନ ମେ ୧୩...

ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ

ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ...

ଶେଷ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ, କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ନୂଆଦିଲ୍ଲୀ,୯।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟକୁ ବର୍ତ୍ତମାନ ଦୂର କରାଯାଇଛି। ପରିଚାଳନା ସହିତ ଚାରି ଘଣ୍ଟିଆ ବୈଠକ ପରେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି।...

ଶିଖ ଅତିକମରେ ୫ ସନ୍ତାନ ଜନ୍ମ ଦିଅନ୍ତୁ: ଦମଦମି ଟକଶାଳାର ମୁଖ୍ୟ

ଚଣ୍ଡିଗଡ଼,୯।୫: ଶିଖମାନଙ୍କର ପ୍ରମୁଖ ସଂଗଠନ ଦମଦମି ଟକଶାଳାର ମୁଖ୍ୟ ଜ୍ଞାନି ହରନାମ ସିଂ ଖସଲା କହିଛନ୍ତି ଯେ ଶିଖଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ପ୍ରତ୍ୟେକ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ...

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri