ମା’ ଆଗରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ,୧୬।୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି। ୨ ଜଣ ଯୁବକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ସୁଦପଡ଼ା ନିବାସୀ ଅଜୁ ଦୋରା(୨୫)। ଏନେଇ ହସ୍ପିଟାଲ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲ କ୍ୟାମ୍ପସ ପରିସରରେ ଜଳଖିଆ ଇଡଲି ଠେଲା ଲଗାଇବାକୁ ଅଜୁ ସକାଳୁ ଏକ ସ୍କୁଟିରେ ମା’ଙ୍କୁ ଧରି ଆସୁଥିଲେ। ହେଲେ ହସ୍ପିଟାଲ ପରିସରରେ ଥିବା ସିକ୍ୟୁରିଟି ଅଫିସ ସମ୍ମୁଖରେ ହେଲ୍‌ମେଟ ପିନ୍ଧି ପୂର୍ବରୁ ଛପି ରହିଥିବା ୨ଜଣ ଯୁବକ ଖଣ୍ଡାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଅଜୁଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆକ୍ରମଣକାରୀ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଟିକୁ ଫେରୁଛି ବୋଟ୍‌

ବାଲେଶ୍ୱର ଅଫିସ, ୨୧।୧୦: ବନ୍ୟା ହେଉ କି ବାତ୍ୟା, ଏହାର ମୁକାବିଲା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ...

ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି ।...

ପ୍ରଭାବିତ ହେବେ ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର, ୧।୬(ବ୍ୟୁରୋ):  ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ସହସ୍ରାଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟ...

କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା

ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍‌କେରେ।...

ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭୁଶୁଡ଼ିଲା କାନ୍ଥ: ୮ ଆହତ, ୩ ଗୁରୁତର

କାମାକ୍ଷାନଗର, ୨୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଅଁାଳ ଗ୍ରାମ ନିକଟ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଶୁକ୍ରବାର ଅଭାବନୀୟ ଘଟଣା...

ସାତ ଭଉଣୀଙ୍କ ବାସସ୍ଥାନ ସାତକୁଟୁଣିଆ

ଚମ୍ପୁଆ, ୮।୨(ଡି.ଏନ.ଏ)-ଐତିହାସିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି ଧଳା ପଥରଖଣ୍ଡ ଟିକି ପାହାଡ ସାତକୁଟୁଣିଆ। ନିର୍ଦ୍ଦିଷ୍ଟ ଏକ ଚଟାଣରେ ସାତଟି କୁଟୁଣି ଏହି...

ରାଜ୍ୟରେ ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୩।୪(ବ୍ୟୁରୋ)-ରାଜ୍ୟରେ ଗୁରୁବାର ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧,...

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା: ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ

ଧରାକୋଟ,୨୫।୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଅଲେଖ ନାହାକ...

Advertisement
Archives

Model This Week