ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଯୁବ ରେଡକ୍ରସ ୟୁନିଟର କାଉନସିଲର ତଥା ଅଧ୍ୟାପକ ସୁଶୀଲ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ସଭାପତିତ୍ୱ କରିଥିଲେ। ସୁବଳୟା ଗ୍ରାମସ୍ଥିତ ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ତଥା ଗଞ୍ଜାମ ଜିଲା ଯୁବ ରେଡକ୍ରସର ସଂଯୋଜକ ଡ଼. ଜଗଦୀଶ ଚନ୍ଦ୍ର ପାଲ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଯୁବ ରେଡକ୍ରସର ଲକ୍ଷ୍ୟ, କାର୍ଯ୍ୟ ଓ ରୂପରେଖ ସମ୍ପର୍କରେ ସଚେତନ କରାଇଥିଲେ।
ବିଦ୍ୟାଳୟ ଅଧ୍ୟକ୍ଷ ଉଦବୋଧନ ଦେଇ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ସର୍ବଦା ସେବା ମନୋଭାବ ରଖିବା ସହ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସଚେତନତା ସଭାରେ ବିଦ୍ୟାଳୟର ୮୦ରୁ ଉଦ୍ଧର୍ବ ଛାତ୍ରୀଛାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସଭାରେ ଉପସ୍ଥିତ ଥିଲେ। ପରିଶେଷରେ ବିଦ୍ୟାଳୟର ଅଧ୍ୟାପକ ତଥା ଯୁବ ରେଡକ୍ରସ ୟୁନିଟର କାର୍ଯ୍ୟକାରୀ କମିଟି ସଭ୍ୟ ବିବେକାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Dharitri – Odisha’s No.1 Odia Daily

