ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।
ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ପୋଲିସ ବିଭାଗର ମୋଟ ୩୧ପ୍ଲାଟୁନ ପ୍ୟାରେଡ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସ୍ବାଧୀନତା ଆନ୍ଦୋଳନର ମହାନ ସଗ୍ରାମୀ ମାନଙ୍କ ତ୍ୟାଗକୁ ସ୍ମରଣ କରି ଆଜିର ଯୁବପିଢ଼ି ସେମାନଙ୍କ ତ୍ୟାଗ ବଳିଦାନକୁ ମନେପକାଇ ଏକ ସମ୍ରଦ୍ଧ ରାଷ୍ର ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଯୁବ ଶକ୍ତି ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମହିଳା, ଯୁବକ, ଚାଷୀ ମାନଙ୍କ ପାଇଁ ବିଭିନ୍ନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
ରାଜ୍ୟର ବରପୁତ୍ରମାନଙ୍କ ଜନ୍ମପୀଠ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାର ରାଜ୍ୟବାସୀ ମୌଳିକ ଆବଶ୍ୟକତା ପୂରଣ ପାଇଁ, ପଦକ୍ଷେପ ନେଉଛନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ, ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଥିଲେ। ଏହି ସମାରୋହରେ ଜିଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଏସପି ଅମ୍ରିତ ପାଲ କୌରଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି।
Dharitri – Odisha’s No.1 Odia Daily

