ନିଶା କବଳରେ ଯୁବବର୍ଗ

କେନ୍ଦ୍ରାପଡ଼ା ଅଫିସ, ୧୩।୮: କେନ୍ଦ୍ରାପଡା ଟାଉନ ପୋଲିସ ଗତ ସୋମବାର ସହରର ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାରକୁ ପୋଲିସ ଜବତ କରିଛି। ଏହା ପୂର୍ବରୁ ସହର ଥାନା ସମେତ ଜିଲାର ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ଚାନ୍ଦୋଳ ଫାଣ୍ଡି ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କେବଳ ବ୍ରାଉନସୁଗାର ନୁହେଁ, ମଦ, ଗଞ୍ଜେଇ, ଚରସ ଆଦି କବଳରେ ଜିଲାର କେତେଜଣ ଯୁବବର୍ଗ ଆସକ୍ତ ହୋଇପଡିଛନ୍ତି। ନିଶା କବଳରେ ପଡ଼ି ଯୁବବର୍ଗ ଛଟପଟ ହେଉଥିବା ବେଳେ ଉପାନ୍ତ ଅଞ୍ଚଳରେ ରନ୍ଧାମଦ ଏବେ କୁଟୀର ଶିଳ୍ପ ପାଲଟିଛି। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳ ଏଥିପାଇଁ ଅସୁରକ୍ଷିତ ହୋଇପଡିଛି। ବେଆଇନ ଭାବେ ନିଶା କାରବାର ଯୁବବର୍ଗଙ୍କୁ ଅପରାଧ ଆଡକୁ ଟାଣି ନେଉଛି। ଜିଲା ଓ ପୋଲିସ ପ୍ରଶାସନ ସହ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ନ ରଖିଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନଗରର ପ୍ରଭାକର ସାମଲ କହିଛନ୍ତି, ସହରରେ ବ୍ରାଉନସୁଗାର ନିଶା କାରବାର ଚାଲିଥିବା ବେଳେ ଉପାନ୍ତ ଅଞ୍ଚଳରେ ରନ୍ଧା ଦେଶୀ ମଦ ଏକ କୁଟୀର ଶିଳ୍ପ ପାଲଟିଛି। ଖରିନାସୀ, ମହାକାଳପଡ଼ାରେ ଏପରି ରନ୍ଧା ମଦ କାରବାରକୁ ଅବକାରୀ ପୋଲିସ ପୂର୍ବରୁ ଲୋକଲୋଚନକୁ ଆଣି ସାରିଛି। ରାଜନଗରର ଓସ୍ତିଆ, ସନ୍ଥପଡା, ଗୋବିନ୍ଦପୁର, ଦାଣ୍ଡିକଣ୍ଡିଆ ଆଦି ଅଞ୍ଚଳରେ ଏହି ନିଶା କାରବାର ପ୍ରଭାବ ବିସ୍ତାର କରିଛି। କେବଳ ରାଜନଗର, ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏହି ବେଆଇନ ମଦ କାରବାର ଚାଲିଥିବା କହିଲେ ଭୁଲ ହେବ। ବରଂ ସମଗ୍ର ଜିଲାରେ ବେଆଇନ ନିଶା କାରବାର ଚାଲିଛି। ମହାକାଳପଡ଼ାର ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ନିଶା କାରବାରକୁ କେନ୍ଦ୍ରାପଡ଼ା ଜିଲାର ଅନୁପ୍ରବେଶକାରୀ ବେଶି ପ୍ରୋତ୍ସାହିତ କରୁଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳ ଏମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାରେ ରହି ବିଦେଶରୁ ଗଞ୍ଜେଇ, ବ୍ରାଉନସୁଗାର ଆଦି ଆଣି ସମଗ୍ର ଜିଲା ଓ ଜିଲା ବାହାରକୁ ପଠାଉଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳରେ ଅବକାରୀ, ପୋଲିସ ଅଥବା ବନ ବିଭାଗ ପକ୍ଷରୁ ଏ ନେଇ ଧରପଗଡ କରାଯାଉନାହିଁ। ଏହାର ସୁଯୋଗ ସେମାନେ ନେଉଛନ୍ତି। ଅର୍ଥ ପାଇଁ ଜିଲାରେ ଚୋରି, ଲୁଟତରାଜ ସହ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରିବା, ଘର ପାଇଁ ଜମି ଜବରଦଖଲ କରିବା ଆଦି ଘଟଣା ଦେଖିବାକୁ ମିଳୁଛି। ସାମାଜିକ କର୍ମୀ ଡା. ପି. ଏନ. ଗୌରାଙ୍ଗ କହିଛନ୍ତି, ଯୁବବର୍ଗ ଆମ ଦେଶର ନବନିର୍ମାତା। ଏମାନଙ୍କ ଶିକ୍ଷା, ଦୀକ୍ଷା ଦେଶର ଭବିଷ୍ୟତକୁ ଗଢ଼ି ତୋଳିବ। ଏପରି ଆଶା ଆମେ ରଖିଥିବା ବେଳେ କେନ୍ଦ୍ରାପଡ଼ାର ଯୁବବର୍ଗଙ୍କୁ ନିଶା କବଳରେ ପକାଇବା ପାଇଁ ବ୍ୟବସାୟୀ ତତ୍ପର ହୋଇ ଉଠିଛନ୍ତି। ବାଲେଶ୍ୱର, ଜଳେଶ୍ୱରରୁ ବ୍ରାଉନସୁଗାର ଆସି ବିକ୍ରି ହେଉଥିବା ଓ ଯୁବକମାନେ ଏଥିରେ ଆସକ୍ତି ପ୍ରକାଶ କରୁଥିବା ଘଟଣା ଏବେ ବହୁଳ ଭାବେ ଦେଖିବାକୁ ମିଳୁଛି। ଜିଲାର ଅର୍ଥନୀତି ବହୁତ ଦୁର୍ବଳ। ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାରରେ ଯୁବବର୍ଗ ସମ୍ପୃକ୍ତ ହେବା ପରେ ଲୁଟ, ଚୋରି, ହତ୍ୟା ପରି ଘଟଣାରେ ସେମାନେ ଛନ୍ଦି ହୋଇଗଲେଣି। ଏଥିରୁ ନିବୃତ୍ତ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ଜିଲା ପ୍ରଶାସନ ପକ୍ଷରୁ କରାଯାଉନାହିଁ। ଏହାବ୍ୟତୀତ ଜିଲାରେ କର୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଲେ ଯୁବବର୍ଗ ଏହି ଆପରାଧିକ ଦୁନିଆରେ ପାଦ ଥାପିବେ ନାହିଁ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବେଆଇନ ନିଶା କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମାସରେ ଏ ନେଇ ସମୀକ୍ଷା କରାଯାଇ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri