ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଇ ଆଇନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। ଯାଞ୍ଚରୁ ବର୍ତ୍ତିିବା ଲାଗି କୋରାପୁଟ ଜିଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତକାରୀ ଆଡ୍ଡା ଜମାଇଛନ୍ତି। ଏପରି ଦେଖିବାକୁ ମିଳିଛି ଜିଲାର ବୈପାରିଗୁଡା ବ୍ଲକରେ।
ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଆବେଦନ କରାଯାଇଥାଏ। ପ୍ରଥମେ ଲର୍ନିଂ ଲାଇସେନ୍ସ ପାଇବାର କିଛି ମାସ ପରେ ଡିଏଲ୍‌ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହୋଇଥାଏ। ଏସବୁ ଆବେଦନ ବେଳେ ସ୍ଲଟ୍‌ ବୁକିଂ କରାଯାଏ। ନିର୍ଦ୍ଧାରିତ ଦିନରେ ଲର୍ନିଂ ଲାଇସେନ୍ସ ଆବେଦନକାରୀମାନେ କୋରାପୁଟ ଆରଟିଓ ଅଫିସ୍‌ ଯାଇ ଅନ୍‌ ଲାଇନ୍‌ ଟେଷ୍ଟ ଦେଇଥାନ୍ତି। ସେହିପରି ଡିଏଲ୍‌ ଟେଷ୍ଟ ବେଳେ ଆବେଦନକାରୀଙ୍କୁ ସେଠାରେ ଗାଡି ଚଲାଇବାକୁ ପଡେ। ତେବେ ସାମାନ୍ୟ କମ୍ପ୍ୟୁଟର ଜ୍ଞାନ ନ ଥିବା ତଥା ଟ୍ରାଫିକ୍‌ ନିୟମ ଜାଣି ନ ଥିବା ଉପାନ୍ତ ଅଞ୍ଚଳର ଆଦିବାସୀ ଯୁବକମାନେ ଟେଷ୍ଟରେ ଫେଲ୍‌ ହୋଇଥାନ୍ତି। ଡ୍ରାଇଭିଂ ଲାଇସେନ୍ସ ନ ଥିବା କାରଣରୁ ଟ୍ରାଫିକ୍‌ ଯାଞ୍ଚ ବେଳେ ଜରିମାନା ଦେଇଥାନ୍ତି। ସେମାନଙ୍କ ଏପରି ଅସହାୟତାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ର଼୍ୟାକେଟ୍‌ ଚଳାଇଛନ୍ତି। ଜିଲାର ବୈପାରୀଗୁଡା, ଲମତାପୁଟ୍‌, ନନ୍ଦପୁର ଅଞ୍ଚଳର ଆଦିବାସୀ ଯୁବକମାନେ ଏହି ଜାଲରେ ଫସୁଛନ୍ତି। ଲାଇସେନ୍ସ ପାଇଁ ଆରଟିଓ ଅଫିସକୁ ନ ଯାଇ ସେମାନେ ବିନା ଟେଷ୍ଟରେ ନକଲି ଲାଇସେନ୍ସ ପାଉଛନ୍ତି। ଏଥିପାଇଁ ସେମାନଙ୍କଠାରୁ ୫ ରୁ ୧୦ ହଜାର ଟଙ୍କା ଆଦାୟ କରାଯାଉଛି ା ଏପରି ଘଟଣାର ଶିକାର ହୋଇଛନ୍ତି ବୈପାରିଗୁଡା ବ୍ଲକର ୨ ଜଣ ଆଦିବାସୀ ଯୁବକ ା ସେମାନେ ହେଲେ ବ୍ଲକର ଚିପାକୁର ପଞ୍ଚାୟତ ଅନ୍ତର୍ଗତ କୁମୁଡା ଗ୍ରାମର ଭଗବାନ ଖରା ଏବଂ ମାଠପଡା ପଞ୍ଚାୟତ ନିଶିନା ଗ୍ରାମର ସନ୍ତୋଷ କିର୍ଷାନି।
ଭଗବାନ ପାଇଥିବା ଲାଇସେନ୍ସ ନଂ. ଓଡି ୧୦ ୨୦୨୨୦୦୦୯୦୫୩ ହୋଇଥିବା ବେଳେ ସନ୍ତୋଷଙ୍କ ଲାଇସେନ୍ସ ନଂ ଓଡି୧୦ ୨୦୨୨୦୦୦୯୦୫୧ ବୋଲି ଜଣାପଡିଛି। ଉଭୟ ୨ ଚକିଆ ଓ ୪ ଚକିଆ ଯାନ ଚଳାଇବା ଲାଗି ଏହି ଲାଇସେନ୍ସ ପାଇଛନ୍ତି। ତେବେ ଯାଞ୍ଚ କରିବା ପରେ ଏସବୁ ନକଲି ବୋଲି ଜଣାପଡିଛି। ଏଥିପାଇଁ ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେଇଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଗତବର୍ଷ ଲକ୍‌ ଡାଉନ ସମୟରେ ଜୟପୁର ନିକଟସ୍ଥ ବାରିଣିପୁଟ ଗ୍ରାମରୁ ଜଣେ ଯୁବକ ଏକ ଲାପଟପ ଧରି ନିଶନା ଗ୍ରାମକୁ ଆସିଥିଲେ। ସେଠାରେ ବିନା ପରୀକ୍ଷାରେ ଡ୍ରାଇଭିଂ ଲାଇସେନ୍ସ କରାଇ ଦେବେ କହିବାରୁ ଆଖପାଖ ଅଞ୍ଚଳ ଯଥା ଚିପାକୁର ପଞ୍ଚାୟତ ରବରଟି, ଦୁଧବେଡା, କୁଦାଲଯୋଡି ଏବଂ ମାଠପଡା ପଞ୍ଚାୟତର ରୂପଗୁଡା, ନିଶନା, ଖରାଗୁଡା ଓ ବେରଙ୍ଗାପଦର ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯୁବକ ଜମା ହୋଇଥିଲେ। ସେମାନଙ୍କଠାରୁ ଆଧାର କାର୍ଡ ସଂଗ୍ରହ କରି କିଛି ଅଗ୍ରିମ ଟଙ୍କା ନେଇ ସେମାନଙ୍କ ବାରିଣିପୁଟସ୍ଥିତ ଅନ୍‌ଲାଇନ୍‌ ଦୋକାନକୁ ଆସିବାକୁ କହିଥିଲେ। ଜୟପୁର-କୋରାପୁଟ ଜାତୀୟ ରାସ୍ତା କଡରେ ସମ୍ପୃକ୍ତ ୨ ଯୁବକଙ୍କ ଏକ ଅନଲାଇନ୍‌ ଦୋକାନ ରହିଛି ା ଏଠାରେ ସମାନ୍ତରାଳ ଭାବେ ଆରଟିଓ ଅଫିସ ଚାଲୁଛି ା ସେଠାରେ ଫଟୋ ଉଠାଯାଇ ବିନା ଲର୍ନିଂରେ ଅଳ୍ପ ସମୟରେ ଡିଏଲ୍‌ ମିଳୁଛି ା ବୈପାରିଗୁଡା ବ୍ୟତୀତ ଲମତାପୁଟ, ନନ୍ଦପୁର,ମାଛକୁଣ୍ଡ ଅଞ୍ଚଳର ଯୁବକମାନେ ଏପରି ଠକାମିର ଶିକାର ହୋଇଛନ୍ତି। ତେବେ ଜାତୀୟ ରାଜପଥ କଡରେ ଏପରି ଜାଲ୍‌ କାରବାର ଚାଲୁଥିବାବେଳେ ପରିବହନ ଓ ପୋଲିସ କିପରି ଜାଣିପାରୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆରଟିଓ ପ୍ରସନ୍ନ ଦାସଙ୍କୁ ପଚାରିବାରୁ ସେ କହିଲେ, ଲୋକମାନେ ଥାନାରେ ଏତଲା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri