ଯୁବଗୋଷ୍ଠୀ ଓ ଉପଲବ୍ଧ ନିଯୁକ୍ତି

ଡ. ପ୍ରମୋଦ କୁମାର ପଣ୍ଡା

ଶାସ୍ତ୍ରରେ ଅଛି ବିଦ୍ୟୟା ଅମୃତମ ଅଶ୍ମୁତେ ଅର୍ଥାତ୍‌ ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି ହୋଇଥାଏ। ଆହୁରି ସରଳତାରେ କହିଲେ ବୁଝାପଡ଼ିବ ଯେ ପାଠପଢ଼ା ଦ୍ୱାରା ଜୀବନରେ ସୁଖ ଶାନ୍ତି ମିଳିଥାଏ। ମାତ୍ର ବର୍ତ୍ତମାନ ସମୟରେ ତ କାହିଁ ଛାତ୍ରୀଛାତ୍ର ବିଦ୍ୟା ପ୍ରାପ୍ତି ପରେ ସୁଖ ଶାନ୍ତି ପାଇପାରୁ ନାହାନ୍ତି? ସେମାନେ ପାଠପଢ଼ା ଶେଷରେ ବେକାର ହୋଇ ବୁଲୁଛନ୍ତି ଓ ମାଆବାପାଙ୍କ ଉପରେ ବୋଝ ହେଉଛନ୍ତି। ତା’ ହେଲେ କ’ଣ ଶାସ୍ତ୍ର ବର୍ଣ୍ଣିତ ଉପରୋକ୍ତ ଉକ୍ତି ଏବେ ପ୍ରାସଙ୍ଗିକତା ହରାଇ ସାରିଲାଣି କି? ନା ପାଠକ ବନ୍ଧୁ ! ଏହି ଉକ୍ତି ଶତ ପ୍ରତିଶତ ସତ ଓ ତା’ର ପ୍ରାସଙ୍ଗିକତା ସର୍ବଦା ରହିଛି ଏବଂ ରହିଥିବ ମଧ୍ୟ। ଏଣୁ ଆମକୁ ସମୟର ଆହ୍ବାନ କ୍ରମେ ଅଗ୍ରସର ହେବାକୁ ପଡ଼ିବ। ଆମେ ମନୁଷ୍ୟ ସମାଜ କାହିଁକି ସମୟ ଅନୁସାରେ ପରିବର୍ତ୍ତିତ ହେବା ନାହିଁ। ଅତୀତରେ ଆମ୍ଭେମାନେ ମୁଖ୍ୟତଃ ସରକାରୀ ଚାକିରି ଦ୍ୱାରା ଅର୍ଥ ଉପାର୍ଜନ କରୁଥିଲେ। ମାତ୍ର ବର୍ତ୍ତମାନ ସମୟ ବଦଳିଛି । ଜନସଂଖ୍ୟା ବୃଦ୍ଧି ପାଇଛି। ସେହି ତୁଳନାରେ ଆଉ ଚାକିରି ବାହାରୁ ନାହିଁ। ତେଣୁ ଯୁବଗୋଷ୍ଠୀ ବେକାର ହେଉଛନ୍ତି। ବେକାର ହୋଇ ବୁଲିଲେ ପାଠ ପଢ଼ାରେ ମାଆବାପା ଯେତେ ଧନ ବିନିଯୋଗ କରିଛନ୍ତି, ସେ ସବୁର ମୂଲ୍ୟ ମିଳୁନାହିଁ । ବୃଦ୍ଧ ମାଆ ବାପାଙ୍କ ଉପରେ ନିର୍ଭର ହୋଇ ତାଙ୍କର ଅବଶିଷ୍ଟ ଜୀବନକୁ ଚିନ୍ତାଗ୍ରସ୍ତ କରିବା ଠିକ୍‌ ନୁହେଁ।
ଓଡ଼ିଶାରେ ପ୍ରତିବର୍ଷ ଓଡ଼ିଆ ଓ ଇଂଲିଶ ମାଧ୍ୟମ ବୋର୍ଡକୁ ମିଶାଇଲେ ୬ ଲକ୍ଷ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି। ଆମେ ଅତି ବେଶିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ଲକ୍ଷ ପିଲାଙ୍କୁ ଯଦି ରୋଜଗାର ଯୋଗାଇବାରେ ସକ୍ଷମ ହୁଅନ୍ତି, ତା’ ହେଲେ ଆଉ ୪ ଲକ୍ଷ ପିଲା ବେକାର ହୋଇ ବୁଲିବେ। ସେମାନେ କ’ଣ କରିବେ? କେମିତି ଏକ ଭଲ ରୋଜଗାର କରି ପରିବାର ପ୍ରତିପୋଷଣ କରିବେ? ଚାକିରି ନ ପାଇଲେ, ବେକାର ନ ହୋଇ ରୋଜଗାର କରିବା ଉପାୟ ମଧ୍ୟ ରହିଛି। ଆସନ୍ତୁ ନିଯୁକ୍ତି ବିଷୟରେ ଆଲୋଚନା କରିବା।
ଆମକୁ ମନେ ରଖିବାକୁ ପଡ଼ିବ ଯେ ବର୍ତ୍ତମାନ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି। ସେମାନେ ବିଭିନ୍ନ ପ୍ରକାର ଗାଡ଼ି ମେକାନିକ, ଇଲେଟ୍ରିକାଲ ମେକାନିକ, ବିଜୁଳି ଓ ପାଣି ପାଇପ ମିସ୍ତ୍ରି, ରାଜମିସ୍ତ୍ରି ଓ ରଙ୍ଗମିସ୍ତ୍ରି ଇତ୍ୟାଦି ହୋଇପାରିବେ। କିଛି ଲୋକ ଆମ ରାଜ୍ୟରେ କାମ କରିପାରିବେ ଆଉ କିଛି ଅନ୍ୟ ରାଜ୍ୟ ଓ ବିଦେଶକୁ ମଧ୍ୟ ଯାଇ ରୋଜଗାର କରିପାରିବେ। ସେହିପରି ପନିପରିବା ଚାଷ, ମାଛ ଚାଷ, କୁକୁଡା ଫାର୍ମ ଓ ଗୋପାଳନ କରି ସେହି ଜିନିଷକୁ ଅନ୍ୟ ରାଜ୍ୟକୁ ରପ୍ତାନି କରିପାରିବେ। ବିଭିନ୍ନ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିପାରିବେ। ତା’ଛଡା ଯାହା ଅନ୍ୟ ରାଜ୍ୟରେ ନାହିଁ,ଏଠାରୁ ସେ ସବୁ ନେଇ ସେଠି ବିକ୍ରିବଟା କରିପାରିବେ। ସେହିପରି ଯେଉଁ ଜିନିଷ ଆମ ରାଜ୍ୟରେ ନାହିଁ ସେସବୁ ବାହାର ରାଜ୍ୟରୁ ଆଣି ଆମ ରାଜ୍ୟରେ ବିକିପାରିବେ। ଆମ ରାଜ୍ୟରେ ଉତ୍ପାଦିତ ବସ୍ତ୍ର, ହସ୍ତଶିଳ୍ପ, କାରିଗରି କାମ, କୃଷିଜାତ ପଦାର୍ଥ ଇତ୍ୟାଦି ଅନ୍ୟ ରାଜ୍ୟ ଓ ବିଦେଶରେ ବିକ୍ରି କରିପାରିବେ। ଆମ ରାଜ୍ୟରେ ରପ୍ତାନି କେନ୍ଦ୍ର ନାହିଁ କହିଲେ ଚଳେ। ଅନ୍ୟ ରାଜ୍ୟର ଶିକ୍ଷିତ ଯୁବକ ରପ୍ତାନି କେନ୍ଦ୍ର ସ୍ଥାପନ ଦ୍ୱାରା ବିଦେଶକୁ ଜିନିଷ ରପ୍ତାନି କରି କୋଟି କୋଟି ଟଙ୍କା ରୋଜଗାର କରିପାରୁଛନ୍ତି। ଆମର ଖାଦ୍ୟ ସମଗ୍ର ପୃଥିବୀରେ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ। ତେଣୁ ଓଡ଼ିଆ ଖାଦ୍ୟର ଦୋକାନ ବିଭିନ୍ନ ସ୍ଥାନରେ କରି ଆମେ ରୋଜଗାର କରିପାରିବା। କିଛି ଯୁବକ ଗାଁ ଗହଳିରେ ଡ୍ରାଇଭିଂ ସ୍କୁଲ ଖୋଲି ଅର୍ଥ ଉପାର୍ଜନ ସଙ୍ଗେ ସଙ୍ଗେ ସମାଜ ସେବାରେ ଭାଗୀଦାର ହୋଇପାରିବେ। ସେ ରାସ୍ତା କଡ଼ ଦୋକାନ ହେଉ ବା ଠେଲା ଗାଡ଼ି ହେଉ କିମ୍ବା ବଡ଼ ଦୋକାନ, ଆମକୁ ଛୋଟ କାମ କଲେ କେବେ ଲାଜ ଲାଗିବା କଥା ନୁହେଁ। କାରଣ ସତ୍‌ ଉପାୟରେ ଯେ କୌଣସି କାର୍ଯ୍ୟ ମହାନ୍‌ ହୋଇଥାଏ।
ଓଡ଼ିଶାର ଯୁବ ସମାଜ ଛୋଟ କାମ କରିବାକୁ ସାଧାରଣତଃ ପସନ୍ଦ କରି ନ ଥାନ୍ତି। ଗୋଟେ ଛୋଟ ଉଦାହରଣ ଦେବି। ଥରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତିଯୋଗିତା କଲେ ସବୁଠୁ ବଡ଼ କିଏ? ଆଖି କହିଲା ମୁଁ ବଡ଼। ହାତ କହିଲା ମୁଁ ବଡ଼। ଜିଭ କହିଲା ମୁଁ ବଡ଼ ଇତ୍ୟାଦି ଇତ୍ୟାଦି? ମାତ୍ର ମଳଦ୍ୱାର ଭାବିଲା ମୋ ଠି ତ ସବୁ ମଳ ତ୍ୟାଗ ହୁଏ। ମୋତେ କିଏ ବଡ଼ କହିବ। ତଥାପି ଦେଖୁଛି। ଏହା କହି ସେ ମଳଦ୍ୱାର ବନ୍ଦ କରିଦେଲା। ୨/୩ ଦିନ ପରେ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦୁର୍ବଳ ହେବାକୁ ଲାଗିଲା। ଏହି ସମୟରେ ମଳଦ୍ୱାର ନିଜକୁ ଖୋଲିଦେଲା। ଶରୀର ତା’ର ପୂର୍ବାବସ୍ଥାକୁ ଫେରି ଆସିଲା। ଶରୀରର ସବୁଠୁ ବଡ଼ ଅଙ୍ଗ ମଳଦ୍ୱାର ବୋଲି ସମସ୍ତେ ସ୍ବୀକାର କଲେ।
ସେହିପରି ସମାଜର ପ୍ରତ୍ୟେକ ଛୋଟ କାମ ଯଥା ଜୋତା ସିଲାଇ, କପଡ଼ା ସଫାକରିବା, ଚୁଟି କାଟିବା ଇତ୍ୟାଦିର ମହତ୍ତ୍ୱ ବହୁତ ଅଧିକ। କମ୍ପୁଟର ଲାଇନରେ (ଟାଇପିଙ୍ଗ, ୱେବ ଡିଜାଇନ ଇତ୍ୟାଦି), ମୂର୍ତ୍ତି କାରିଗର, ଚିତ୍ରକର, ବାଦ୍ୟ ଯନ୍ତ୍ର, ସଙ୍ଗୀତ, ନୃତ୍ୟ, ଅଭିନୟ, ରୋଷେୟା, ମିଠା କାରିଗର ଇତ୍ୟାଦି ଇତ୍ୟାଦିରେ ବହୁତ ସୁଯୋଗ ରହିଛି। ଆପଣ ଭାବି ଆଶ୍ଚର୍ଯ୍ୟ ହେବେ ଯେ ଆମ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ ଓଡ଼ିଆ ଟାଇପିଷ୍ଟ ମିଳୁ ନାହାନ୍ତି। ତେବେ କମ୍ପୁଟର ଓଡ଼ିଆ ଟାଇପ ଶିଖି ଯୁବକମାନେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରିପାରିବେ। ସୁଦୂର ରାଜସ୍ଥାନ, ଉତ୍ତର ପ୍ରଦେଶ, ସିକ୍କିମ, ପଶ୍ଚିମ ବଙ୍ଗ, ବିହାର, ଆନ୍ଧ୍ର ପ୍ରଦେଶରୁ ଯୁବକମାନେ ଆସି ଆମ ରାଜ୍ୟରେ ଗରମ ଜିଲାପି, ପକୋଡ଼ି, ବାଦାମ, ମାଟି ପଲମ, ରାସ୍ତାକଡ଼ ବ୍ୟବସାୟ, ଗୁପଚୁପ, ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଲୁହାଲତା ଜିନିଷ ବିକ୍ରିକରି କମ ଖର୍ଚ୍ଚରେ ଦିନକୁ ହଜାର ହଜାର ଟଙ୍କା ଲାଭ କରୁଥିବା ବେଳେ ଆମ ରାଜ୍ୟର ଯୁବକମାନେ ମାସକୁ ୫-୭ ହଜାର ଟଙ୍କାରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି, ଅପରିଷ୍କାର ପରିବେଶରେ ରହୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଏହି ଅଳ୍ପଦିନ ତଳେ କଲିକତାରୁ ଭୁବନେଶ୍ୱର ଆସୁଥିବା ଏକ ବସ୍‌କୁ କଟକରେ ଅଟକାଇ ଚଢ଼ାଉ କଲାପରେ ସେଥିରୁ ୧.୫ କୁଇଣ୍ଟାଲ ନକଲି ପନିର ଜବତ କରାଯାଇଥିଲା। ଅନ୍ୟାନ୍ୟ ବସ୍‌ରେ ଏହିପରି କେତେ ପନିର ଆସୁଥିବ। ଅର୍ଥାତ୍‌ ଆମ ରାଜ୍ୟରେ ପନିରର ଚାହିଦା ଏତେ ଅଛି ଆଉ ଆମେ ଯୋଗାଇ ନ ପାରିବାରୁ ବାହାର ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି। ଶାସ୍ତ୍ରରେ ମଧ୍ୟ କୁହାଯାଇଛି କର୍ମ ହିଁ ଭଗବାନ। ତେଣୁ କୌଣସି କର୍ମ ପ୍ରତି ବିମୁଖ ହୁଅ ନାହିଁ। ଏହା ମଧ୍ୟ ବାସ୍ତବତା, ଚାକିରିରେ ବଞ୍ଚି ହୁଏ, ମାତ୍ର ପ୍ରଗତି କରି ହୁଏ ନାହିଁ। ଆମ ଯୁବଗୋଷ୍ଠୀ ବର୍ତ୍ତମାନ ସମୟର ବାସ୍ତବତାକୁ ଗ୍ରହଣ କରି ସମାଜରେ ଅଗ୍ରସର ହେବା ଉଚିତ।
ଆମ ଜାତି କାରିଗରର ଜାତି, ଆମ ଜାତି ବାଣିଜ୍ୟ ବେପାରର ଜାତି! ଆଜିକାଲି ସହଜରେ ଲୋନ୍‌ ମିଳିପାରୁଛି। ତେଣୁ ଆମର ପାଠ ପଢୁଆ ଯୁବତୀ ଯୁବକ ନିଜକୁ ବେକାର ମନେ ନ କରି, ଦୃଢ ସଂକଳ୍ପ ନେବା ଉଚିତ ଯେ ସତ୍‌ ଉପାୟରେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବା। ଆସନ୍ତୁ ସମସ୍ତେ ମିଶି ବେକାର ଶବ୍ଦଟିକୁ ହଟାଇଦେବା।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଭାରତ ସରକାର), ଭୁବନେଶ୍ବର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ସକ୍ରିୟ ଭୂମିକା ନେଉଛନ୍ତି ସେମାନଙ୍କ ମଧ୍ୟରେ ବିଶାଳ ଖାଲ୍‌ଡେ ଅନ୍ୟତମ। ମହାରାଷ୍ଟ୍ରର ପୁଣେରେ ବିଶାଳ ଜିଓନ ୱେଷ୍ଟ୍‌...

ମାନ୍ଦାବସ୍ଥାରେ ମଧ୍ୟ ଚମକୁଛି

ଦିନକୁ ଦିନ ସୁନା ଦର ବୃଦ୍ଧିପାଇ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ଏହି ମୂଲ୍ୟବାନ ଧାତୁର (୨୪ କ୍ୟାରେଟ) ଦର ୨୨୫ ଟଙ୍କା ବୃଦ୍ଧି...

ଏଇ ଭାରତରେ

କେରଳରେ କେତେଜଣ ଯୁବ ଇଞ୍ଜିନିୟରଙ୍କ ମହତ୍‌ କାର୍ଯ୍ୟ ସାମ୍‌ନାକୁ ଆସିଛି। ସେମାନେ ସୃଷ୍ଟି ଇଞ୍ଜିନିୟର ଆଣ୍ଡ୍‌ ବିଲ୍‌ଡର୍ସ ମାଧ୍ୟମରେ ଗରିବ ଲୋକମାନଙ୍କର ଘର ନିର୍ମାଣ କରୁଛନ୍ତି...

ଟିପୁଙ୍କ ବାଘ ପାକିସ୍ତାନୀଙ୍କୁ ଭୟ

ସାରଦା ପ୍ରସାଦ କର ଅର୍ଦ୍ଧଚେତନ ମନର ଅବସ୍ଥାରେ ସ୍ବପ୍ନ ଦେଖିବା ଏକ ନିୟମିତ ପ୍ରକିୟା, କିନ୍ତୁ ଅବସାଦଗ୍ରସ୍ତ ମଣିଷ ପାଇଁ ସ୍ବପ୍ନ ଅଯଥା ଭୟସଞ୍ଚାର କରେ।...

ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ୨,୦୦୦ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ଚାଷୀ ତାରାଚାନ୍ଦ ବେଲ୍‌ଜି। ସେ ରହନ୍ତି...

ପ୍ରଥମେ ମୁଁ

ଛନ୍ଦା ମିଶ୍ର କୁହାଯାଏ ମନୁଷ୍ୟ ଜନ୍ମ ଅତି ଦୁର୍ଲଭ। କାରଣ, ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହା ପାଖରେ ବାହ୍ୟଚକ୍ଷୁ ସହ ଅନ୍ତର୍ଚକ୍ଷୁ ବା ବିବେକ...

ଦଳୀୟ ଗଣତନ୍ତ୍ରର ଅଭାବ

ଆକାର ପଟେଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଦଳ ନୂଆ ନେତା ବାଛିବ। ରାହୁଲଙ୍କ ଇସ୍ତଫା...

ବିଲୁପ୍ତାଭିମୁଖୀ ଭାଷା ଓ ଓଡ଼ିଆ

ବାଦଲ ଭୂୟାଁ ପୃଥିବୀରୁ ବହୁ ଭାଷା ଲୋପ ପାଇଯାଉଛି। ଏହାକୁ ନେଇ ଭାଷାତତ୍ତ୍ୱବିତ୍‌ମାନେ ବାରମ୍ବାର ଚିନ୍ତାପ୍ରକଟ କରିଆସିଛନ୍ତି। ୟୁନେସ୍କୋ ଅନୁସାରେ ପୃଥିବୀର ପ୍ରାୟ ୬,୫୦୦ ଭାଷା...

Advertisement
Archives

Model This Week