ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର ବମରେ କମ୍ପିବ ଗାଁ ଓ ସହର। ଏଥିପାଇଁ ଶୈବ ପୀଠ ସହ ଚଳଚଞ୍ଚଳ ଗାଁଠୁ ସହର । ଏହି ଅବସରରେ ଯୁବ ଗୋଷ୍ଠୀ ଦାମୋଦର ପୁର ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ଏବଂ ଋଷିକୂଲ୍ୟା ନଦୀ ଘାଟ ସଫେଇ କରିଛନ୍ତ। ପ୍ରତି ବର୍ଷ ଜିଲା ଓ ଜିଲା ବାହାରୁ ଋଷିକୂଲ୍ୟା ନଦୀ ଘାଟକୁ କାଉଡିଆମାନେ ଆସି ପୂଜାର୍ଚ୍ଚନା କରି ଏଠାରୁ ଜଳ ଭାର ନେଇ ମାନସିକ ଥିବା ଶୈବ ପୀଠରେ ଜଳ ଢାଳିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପଚାଶରୁ ଅଧିକ ଯୁବ ଗୋଷ୍ଠୀ ନିଷ୍ଠାପର ଭାବେ ଏହି ସଫେଇରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯୁବଗୋଷ୍ଠୀଙ୍କ ଏହି ମହତ୍ୱ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି ।

