ବାଣ ବିସ୍ଫୋରଣରେ ଯୁବକ ମୃତ୍ୟୁ ଘଟଣା: ପୋଲିସ ଅଧିକାରୀ ଦେଲେ ଏତଲା, ତଦନ୍ତ କରୁଛି…

ଦିଗପହଣ୍ଡି, ୨୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଘଟିଥିବା ଭୟାବହ ବାଣ ବିସ୍ଫୋରଣ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଅଭାବନୀୟ ଦୁର୍ଘଟଣାରେ ଆକାଶ ଦାସ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାରେ ଗୁରୁବାର ପାଟପୁର ଥାନା ପୋଡ଼ାମାରି ଗ୍ରାମ ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ଏତଲା ଦେଇଛନ୍ତି। ଏହାକୁ ଆଧାର କରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ ୧୮୦/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ତଦନ୍ତକାରୀ ଅଧିକାରୀ ସୋଲେମାନ ଭୁଁୟା ଛତ୍ରପୁରରୁ ଆସିଥିବା ଏକ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରି ଫେରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ଆକାଶ ଏବଂ ତାଙ୍କ ପରିବାର ଲୋକେ ବିଭିନ୍ନ ଯାତ୍ରା, ପୌରାଣିକ ଥିଏଟର, ବିବାହ ଓ ବ୍ରତୋପନୟନ ଆଦି ଉତ୍ସବ ପାଇଁ ହାତ ତିଆରି ବାଣ ସାମଗ୍ରୀ ପ୍ରସ୍ତୁତ କରି ବିଭିନ୍ନ ଅନୁଷ୍ଠାନକୁ ବିକ୍ରି କରୁଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ସିଙ୍ଗପୁର ଗ୍ରାମ ପାଣିଟାଙ୍କି ରୋଡ଼୍ ମା’ ବ୍ରହ୍ମଦେବୀ ମନ୍ଦିର ରାସ୍ତାରେ ଥିବା ନିଜ ଘର ଭିତରେ ଆକାଶ ବାଣ ଭିଡୁଥିବା ବେଳେ କୌଣସି ଅସାବଧାନତା ବଶତଃ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଆକାଶ ପ୍ରାୟ ୨୦ ମିଟର ଦୂରକୁ ଫିଙ୍ଗି ହୋଇଯାଇଥିଲେ ଏବଂ ତାଙ୍କର ବାମ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଆକାଶଙ୍କ ବାପା ସନ୍ତୋଷ ଦାସ (୪୫), ମା ବିଷ୍ଣୁପ୍ରିୟା ଦାସ (୩୫) ଏବଂ ବଡ଼ ମା ଲକ୍ଷ୍ମୀ ଦାସ (୫୦)ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା (MKCG)ରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଅନ୍ୟପଟେ, ଗୁରୁବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆକାଶଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?