ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା (୩୨)।

ସୂଚନା ମୁତାବକ, ନିରଞ୍ଜନଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ନିରଞ୍ଜନ ଘର ଭିତରେ ବେକରେ ଶାଢି ଲଗାଇ ଓହଲି ପଡିଥିଲେ। ସ୍ତ୍ରୀ ଘରକୁ ଫେରି କବାଟ ଖୋଲିବାରୁ ସ୍ବାମୀ ନିରଞ୍ଜନ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ଅନ୍ୟ କୋଠରିରେ ରହୁଥିବା ନିରଞ୍ଜନଙ୍କ ମା’ବାପା ଓ ପଡୋଶୀ ଆସି ତାଙ୍କୁ ଉଦ୍ଧାର କରି ନାକଟିଦେଉଳ ଡ଼ାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ନାକଟିଦେଉଳ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ବାଲିଆପାଳ,୪।୬ (ସ୍ବ.ପ୍ର)- ମହାବାତ୍ୟା ଅମ୍ଫନର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସମେତ ବାଲେଶ୍ୱର ଜିଲାର ଭୋଗରାଇ ଓ ବାଲିଆପାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ବ୍ଲକ...

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି।...

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ...

ପ୍ରତିଯୋଗିତା ଭିତ୍ତିରେ ହେବ ପୂଜା

ଅନୁଗୋଳ ଅଫିସ, ୨୮।୮: କିଛିଟା ଦୂର ହୋଇଛି କରୋନା କଷ୍ଟ। ପୂର୍ବପରି କଡ଼ାକଡ଼ି ନାହିଁ କଟକଣା। ତେଣୁ ଏଥର ଜମିବ ପାର୍ବଣ। ସାଜସଜ୍ଜା, ବୁଲାବୁଲି, କିଣାବିକା,...

ପରମ୍ପରା : ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ

ଖଣ୍ଡପଡା,୩ା୯(ସ୍ବ.ପ୍ର.): ଭାଦ୍ର ଶୁକ୍ଳପକ୍ଷ ତୃତୀୟା ତିଥି ରବିବାର କଣ୍ଟିଲୋ ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ବିବାହିତା ମହିଳାମାନେ...

ଶ୍ରୀକ୍ଷେତ୍ରରେ ନାଗା ଉପାସନା ଅନନ୍ୟ

ପୁରୀ ଅଫିସ,୩୦ା୯: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା...

ମମିତା ହତ୍ୟା ଘଟଣାରେ ତଦନ୍ତ ଦିଗହରା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି

ବଲାଙ୍ଗୀର ଅଫିସ,୨୬।୧୦: ରାଜ୍ୟ ଭାଜପା ପ୍ରତିନିଧି ଦଳ ମଙ୍ଗଳବାର ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଏହି ଦଳ ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚିବା ପରେ...

Advertisement
Archives

Model This Week