Posted inଜାତୀୟ

ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ, ସ୍ତ୍ରୀ ଏଭଳି କହିବା ନୁହେଁ ଅପମାନ ଜନକ: କୋର୍ଟ…

ମୁମ୍ବାଇ,୧୬।୯ : ବମ୍ବେ ହାଇକୋର୍ଟ ଛାଡପତ୍ର ସହ ଜଡିତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ ଏଭଳି ସାଧାରଣ ବକ୍ତବ୍ୟକୁ ଅପମାନ ଜନକ ବିବେଚନା କରାଯିବ ନାହିଁ। ଏହିପରି ବିବୃତ୍ତିର ପ୍ରସଙ୍ଗ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ନୁହେଁ ।

ଆଇନଗତ ଏବଂ କୋର୍ଟ ମାମଲା ରିପୋର୍ଟ କରୁଥିବା ଏକ ୱେବସାଇଟ ବାର୍‌ ଆଣ୍ଡ ବେଞ୍ଚ ଅନୁଯାୟୀ ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଶର୍ମିଲା ଦେଶମୁଖଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଯେତେବେଳେ ଲୋକମାନେ ଘରେ ମରାଠୀ କୁହନ୍ତି, ସେତେବେଳେ ଏପରି ଜିନିଷ ସାଧାରଣ ଅଟେ ଏବଂ ଏହା ଅପମାନଜନକ ବୋଲି ବିବେଚନା କରାଯାଇପାରିବ ନାହିଁ। ଦର୍ଶାଯାଇଛି ଏହା ଅପମାନ ଉଦ୍ଦେଶ୍ୟରେ କରାଯାଇ ନାହିଁ।

ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ।
ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଏବଂ ତାଙ୍କ ଉପରେ ପାଟି କରୁଥିଲେ। ସେହିପରି ସ୍ବାମୀ ଅଭିଯୋଗ କରିଥିଲେ ସ୍ତ୍ରୀ ତାଙ୍କୁ ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) କହିଥିଲେ। ଯାହା ଖରାପ ଭାଷାରେ ଅପମାନଜନକ ସହିତ ସମାନ ଥିଲା।

ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ମିଥ୍ୟା ଆରୋପ ଆଣିଥିବା କୋର୍ଟ କହିଥିଲେ। ସେହିପରି ସ୍ବାମୀଙ୍କ ଅଭିଯୋଗକୁ କୋର୍ଟ ଖଣ୍ଡନ କରିଛନ୍ତି। ତେବେ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri