ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣି ଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କଲେ ନୂଆବର୍ଷର ଖୁସି ବଢିଯିବ, ତାହା ଭାବିବା ଠିକ୍‌ ନୁହେଁ। ଏଥିପାଇଁ ନିଜକୁ ବି କିଛି ହାଲ୍‌କା ପରିଶ୍ରମ କରିବାକୁ ପଡିବ। ଅର୍ଥାତ୍‌ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ହେବ। ଭାଙ୍ଗି ଯାଇଥିବା ଆସବାବପତ୍ରକୁ ସଜାଡିବାକୁ ହେବ। ରଙ୍ଗ ଛାଡ଼ି ଯାଇଥିବା କିମ୍ବା ଦାଗ ଲାଗିଯାଇଥିବା କାନ୍ଥକୁ ରଙ୍ଗ କରିବାକୁ ପଡିବ। ଘରର ପ୍ରତିଟି କୋଣ ତଥା ଲାଇଟ୍‌, ଫ୍ୟାନ୍‌ ଆଦିକୁ ପୋଛି ଅଳନ୍ଧୁ ସଫା କରିବାକୁ ହେବ ଇତ୍ୟାଦି ଇତ୍ୟାଦି। କିନ୍ତୁ ଏସବୁ କାମ କେବଳ ନୂଆବର୍ଷ ଉପଲକ୍ଷେ କାହିଁକି, ବର୍ଷସାରା ଯଦି କରିବା ତା’ହେଲେ ନିଜେ ଖୁସିରେ ରହିବା ସହ ଅନ୍ୟମାନଙ୍କୁ ବି ଖୁସିରେ ରଖିପାରିବା। କାରଣ ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିଲେ ପ୍ରଥମତଃ ଘର ଜୀବାଣୁ ମୁକ୍ତ ରହିବ। ଦ୍ୱିତୀୟରେ ମା’ ଲକ୍ଷ୍ମୀଙ୍କର କରୁଣା ଲାଭ ହେବ। କାରଣ ବିଶ୍ୱାସ ରହିଛି ଯେ, ପରିଷ୍କାର, ପରିଚ୍ଛନ୍ନ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ତୃତୀୟରେ ନିଜ ମନକୁ ବି ଶାନ୍ତି ମିଳିବ। କାରଣ ଅପରିଷ୍କାର ଘରେ ରହିଲେ ମନ ଅବସାଦଗ୍ରସ୍ତ ହୋଇଥାଏ ବୋଲି ମନସ୍ତତ୍ୱବିଦ୍‌ମାନେ ମତ ଦେଇଥାନ୍ତି। ତେଣୁ ନୂଆବର୍ଷରେ ନିଜ ଘରକୁ କେମିତି ସୁନ୍ଦର ଭାବେ ସଜାଇବେ ସେ ବିଷୟରେ ଏବେଠୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତୁ ନା!


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri