ନାସା ଆଇଏଏସ୍‌ପିରେ ଏଲ୍‌ପିୟୁ ଛାତ୍ରୀ ଜାହ୍ନବୀ

ଜଳନ୍ଦର,୨୬ା୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲଭ୍‌ଲି ପ୍ରୋଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ବିଟେକ୍‌ (ଇସିଇ) ୨ୟ ବର୍ଷ ଛାତ୍ରୀ ଜାହ୍ନବୀ ଡାଙ୍ଗେଟି ବିଶ୍ୱବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି। ସେ ପ୍ରଥମ ଭାରତୀୟ ଛାତ୍ରୀ ଭାବେ ନାସା ଅଧୀନ ଇଣ୍ଟରନ୍ୟାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ (ଆଇଏଏସ୍‌ପି)କୁ ଯିବା ପାଇଁ ମନୋନୀତ ହୋଇଛନ୍ତି। ନାସାର ପରୀକ୍ଷଣ ସ୍ଥଳ ଆଲବାମ (ୟୁଏସ୍‌ଏ)ର କେନେଡି ସ୍ପେସ୍‌ ସେଣ୍ଟରକୁ ଯାଇ ସେଠାରୁ ଜ୍ଞାନ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ହେବା ଯୋଜନା ରହିଛି। ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ସାରା ବିଶ୍ୱରୁ ଆଇଏଏସ୍‌ପି ମୋଟ ୨୦ଜଣ କୃତୀ ବିଦ୍ୟାର୍ଥୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ଜନ୍ମିତ ଜାହ୍ନବୀ ପ୍ରଥମ ଭାରତୀୟ ତଥା ଭାରତୀୟ ଛାତ୍ରୀ ଭାବେ ଏହି ସୁନାମ ଅର୍ଜନ କରିଛନ୍ତି। ଏହି ଅବସରରେ ସେ କେନେଡି ସ୍ପେସ୍‌ ସେଣ୍ଟର ଆଲବାମରେ ରହି ଅନ୍ତରୀକ୍ଷ ଯାତ୍ରା ସମ୍ପର୍କିତ ବିଶେଷ ଜ୍ଞାନ ଆରୋହଣ ସାଙ୍ଗକୁ ଆବଶ୍ୟକ ବିଷୟବସ୍ତୁ ଉପରେ ମଧ୍ୟ ଶିକ୍ଷାପ୍ରାପ୍ତ କରିବେ ବୋଲି ଜଣାପଡ଼ିଛି। କଠିନ ପରିଶ୍ରମ ସାଙ୍ଗକୁ ଏଲ୍‌ପିୟୁର ସହଯୋଗ ଓ ଏହାର ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଜାହ୍ନବୀ ନାସାର ଉକ୍ତ ପରୀକ୍ଷାରେ ଦକ୍ଷତା ପ୍ରଦର୍ଶନ କରି ସଫଳତା ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ଜାହ୍ନବୀଙ୍କୁ ଟିମ୍‌ କେନେଡିର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ତାଙ୍କର ଏହି ସଫଳତା ସମ୍ପର୍କରେ ଏଲ୍‌ପିୟୁର କୁଳପତି ଅଶୋକ ମିତ୍ତଲ କହିଛନ୍ତି, ସେ ଆମ ପାଇଁ ଯେତିକି ଗର୍ବ ଭାରତ ପାଇଁ ମଧ୍ୟ ଗୌରବ ଲାଭ କରିଛନ୍ତି। ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କ ସହଯୋଗ ସହ ତାଙ୍କ କଠିନ ପରିଶ୍ରମର ଫଳ ମିଳିଛି। ସେ କଳ୍ପନା ଚାଓ୍ବାଲା ଓ ସୁନିତା ଉଇଲିିୟମ୍ସଙ୍କ ଭଳି ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ସେ ତାଙ୍କ ଲକ୍ଷ୍ୟପଥରେ ସଫଳ ହୁଅନ୍ତୁ ବୋଲି ଏଲ୍‌ପିୟୁ ପରିବାର ପକ୍ଷରୁ କାମନା କରାଯାଉଛି ବୋଲି ମିତ୍ତଲ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri