ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣି ଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କଲେ ନୂଆବର୍ଷର ଖୁସି ବଢିଯିବ, ତାହା ଭାବିବା ଠିକ୍‌ ନୁହେଁ। ଏଥିପାଇଁ ନିଜକୁ ବି କିଛି ହାଲ୍‌କା ପରିଶ୍ରମ କରିବାକୁ ପଡିବ। ଅର୍ଥାତ୍‌ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିବାକୁ ହେବ। ଭାଙ୍ଗି ଯାଇଥିବା ଆସବାବପତ୍ରକୁ ସଜାଡିବାକୁ ହେବ। ରଙ୍ଗ ଛାଡ଼ି ଯାଇଥିବା କିମ୍ବା ଦାଗ ଲାଗିଯାଇଥିବା କାନ୍ଥକୁ ରଙ୍ଗ କରିବାକୁ ପଡିବ। ଘରର ପ୍ରତିଟି କୋଣ ତଥା ଲାଇଟ୍‌, ଫ୍ୟାନ୍‌ ଆଦିକୁ ପୋଛି ଅଳନ୍ଧୁ ସଫା କରିବାକୁ ହେବ ଇତ୍ୟାଦି ଇତ୍ୟାଦି। କିନ୍ତୁ ଏସବୁ କାମ କେବଳ ନୂଆବର୍ଷ ଉପଲକ୍ଷେ କାହିଁକି, ବର୍ଷସାରା ଯଦି କରିବା ତା’ହେଲେ ନିଜେ ଖୁସିରେ ରହିବା ସହ ଅନ୍ୟମାନଙ୍କୁ ବି ଖୁସିରେ ରଖିପାରିବା। କାରଣ ଘରଦ୍ୱାରକୁ ପରିଷ୍କାର, ପରିଚ୍ଛନ୍ନ ରଖିଲେ ପ୍ରଥମତଃ ଘର ଜୀବାଣୁ ମୁକ୍ତ ରହିବ। ଦ୍ୱିତୀୟରେ ମା’ ଲକ୍ଷ୍ମୀଙ୍କର କରୁଣା ଲାଭ ହେବ। କାରଣ ବିଶ୍ୱାସ ରହିଛି ଯେ, ପରିଷ୍କାର, ପରିଚ୍ଛନ୍ନ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି। ତୃତୀୟରେ ନିଜ ମନକୁ ବି ଶାନ୍ତି ମିଳିବ। କାରଣ ଅପରିଷ୍କାର ଘରେ ରହିଲେ ମନ ଅବସାଦଗ୍ରସ୍ତ ହୋଇଥାଏ ବୋଲି ମନସ୍ତତ୍ୱବିଦ୍‌ମାନେ ମତ ଦେଇଥାନ୍ତି। ତେଣୁ ନୂଆବର୍ଷରେ ନିଜ ଘରକୁ କେମିତି ସୁନ୍ଦର ଭାବେ ସଜାଇବେ ସେ ବିଷୟରେ ଏବେଠୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତୁ ନା!


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲର ଯିବା ପୂର୍ବରୁ…

  ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ...

ଶାଢ଼ି ପୁରୁଣା ଲୁକ୍‌ ନୂଆ

ଶାଢ଼ି ଏମିତି ଏକ ପରିଧାନ, ଯାହାକୁ ସବୁ ଅକେଜନ୍‌ରେ ପିନ୍ଧିହେବ। କିନ୍ତୁ କିଛିଦିନ ପିନ୍ଧିବା ପରେ ତାହା ପୁରୁଣା ହେବ ନଚେତ ଆଉଟ୍‌ ଅଫ୍‌ ଫ୍ୟାଶନ୍‌...

ସ୍ବାସ୍ଥ୍ୟ ପରୀକ୍ଷା ଏବେ ଘରେ

ବର୍ତ୍ତମାନ କରୋନା ସଂକ୍ରମଣର ସବୁଠୁ ଅଧିକ ଭୟ ଡାକ୍ତରଖାନାରେ। ତେଣୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ସେଠାକୁ ଯିବାକୁ ଭୟ କରୁଛନ୍ତି ଲୋକେ। ତା’ଛଡ଼ା ଅଧିକାଂଶ...

ହୋଲିରେ ଆଖିର ସୁରକ୍ଷା

ରଙ୍ଗର ଉତ୍ସବ ହୋଲିରେ ଭଳିକିଭଳି ରଙ୍ଗ ଖେଳର ମଜା ନେବାକୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ହେଲେ କେବେକେବେ ଏହି ରଙ୍ଗ ଖେଳ ପରବର୍ତ୍ତୀ...

ଉପକାରୀ କାଢ଼ା

ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍‌-୧୯’ ଭୂତାଣୁକୁ ପ୍ରତିରୋଧ...

ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ...

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

ଆପଣଙ୍କ ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…...

Advertisement
Archives

Model This Week