ଗୁଗଲକୁ ପଛରେ ପକାଇଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୬ା୧୨: ବିଶ୍ୱର ଅଗ୍ରଣୀ ଆଇଟି ସେବା ପ୍ରଦାନକାରୀ ଓ୍ବେବ୍‌ସାଇଟ ଗୁଗଲକୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚତ୍ଛି ଚାଇନାର ଟିକ୍‌ଟକ୍‌ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକ୍‌ଟକ୍‌କୁ ଦେଖିଛନ୍ତି। ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ୍‌ରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆଇଟି ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେରର ଏକ ରିପୋର୍ଟରୁ ଏହା ଜଣାପଡିଛି। ଉକ୍ତ ରିପୋର୍ଟ ଅନୁସାରେ ୨୦୨୧ ଫେବୃୟାରୀ, ମାର୍ଚ୍ଚ ଓ ଜୁନ୍‌ରେ ଗୁଗଲ ତୁଳନାରେ ଅଧିକ ଲୋକ ଟିକ୍‌ଟକ୍‌ ସାଇଟ୍‌ ଦେଖିଥିଲେ। ସେହିପରି ଗତ ଅଗଷ୍ଟଠାରୁ କ୍ରମାଗତ ଭାବେ ଟିକ୍‌ଟକ୍‌ ୧ମ ଓ ୨ୟ ସ୍ଥାନରେ ରହି ଆସୁଥିଲା ବୋଲି ସୂଚନା ମିଳିଛି। ସେହିଭଳି ୨୦୨୦ ପର୍ଯ୍ୟନ୍ତ ଗୁଗଲକୁ ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ ଭାବେ ଗଣନା କରାଯାଉଥିଲା। ସେହିପରି ଟିକ୍‌ଟକ୍‌, ଆମାଜନ, ଆପଲ, ଫେସ୍‌ବୁକ୍‌, ମାଇକ୍ରୋସଫ୍ଟ, ନେଟ୍‌ଫ୍ଲିକ୍ସ ପରି ଆଗ ଧାଡ଼ିର େଓବ୍‌ସାଇଟ୍‌ ତଳକୁ ତଳ ଟପ୍‌ ୧୦ ମଧ୍ୟରେ ଗଣନା ହୋଇଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଟିକ୍‌ଟକ୍‌ର ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଇବା ସହ ଅନ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ସ୍ଥାନ ହାସଲ କରି ଚାଲିଥିଲା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି। କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଭୟର ବାତାବରଣ ଦେଖା ଦେଇଥିଲା। ୨୦୨୦ ପ୍ରଥମରୁ ବିଭିନ୍ନ ଦେଶରେ ଲକ୍‌ଡାଉନ ଭଳି କଟକଣା ଲଗାଯାଇଥିଲା। ସରକାରଙ୍କ ଗାଇଡ୍‌ଲାଇନ ଯୋଗୁ ଲୋକମାନେ ଘରେ ରହିବା ପରେ ଟିକ୍‌ଟକ୍‌ ସବୁ ବର୍ଗଙ୍କ ପାଇଁ ମନୋରଞ୍ଜନ ସହ ସମୟ ଅତିବାହିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟି ଯାଇଥିଲା। ବିଶେଷକରି ଟିକ୍‌ଟକ୍‌ ଜରିଆରେ ବିଭିନ୍ନ ବର୍ଗର ଲୋକ ମଜାଦାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ପ୍ରଶଂସା ସହ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରୁଥିଲେ। ଭାରତରେ ମଧ୍ୟ ଏହାର ଚାହିଦା ବେଶ୍‌ ଭଲ ରହିଥିଲା। ଦେଶର ନୀତିନିୟମ ଉଲ୍ଲଂଘନ ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ଭଳି ଭିଡିଓ ଏହା ଜରିଆରେ ଜାରି କରାଗଲା। ଫଳରେ ଗତବର୍ଷଠାରୁ ସରକାର ଉକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଭାରତରେ ଟିକ୍‌ଟକ୍‌କୁ ନିଷିଦ୍ଧ କରାଯାଇଛି। ସେହିପରି ଗଲ୍‌ଓ୍ବାନଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।...

ଜିଡିପି ଆକଳନ କମାଇଲା କେୟାର ରେଟିଂସ

ନୂଆଦିଲ୍ଲୀ, ୧୩।୯ : ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ପୂର୍ବାନୁମାନକୁ ରେଟିଂ ଏଜେନ୍ସି କେୟାର ଖସାଇ ଦେଇଛି। ୨୦୨୦-୨୧ରେ...

ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ; ଗେଟ୍ସଙ୍କୁ ପଛରେ ପକାଇ ଆର୍ନଲ୍ଟ ଦ୍ୱିତୀୟ ଶୀର୍ଷ ଧନୀ

ନୂଆଦିଲ୍ଲୀ,୧୮-୭: ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ଠାରୁ ବିଶ୍ୱର ଦ୍ୱିତୀୟ ଶୀର୍ଷ ଧନୀ ମୁକୁଟ ହଟିଯାଇଛି। ପ୍ରକାଶ ପାଇଥିବା ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ସେ...

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

ଶସ୍ତା ହେବ ଏଲ୍‌ସିଡି-ଏଲ୍‌ଇଡି ଟିଭି

ନୂଆଦିଲ୍ଲୀ,୧୯-୯: ଅର୍ଥନୀତିରୁ ମାନ୍ଦାବସ୍ଥାକୁ ଦୂରେଇ ଦେବା ଲକ୍ଷ୍ୟରେ ପାର୍ବଣ ଋତୁ ଆରମ୍ଭରୁ ସରକାର ଟିଭି ବିକ୍ରି ବଢ଼ାଇବା ଯୋଜନା କରିଛନ୍ତି। ଘରୋଇ ଓ ବିନିର୍ମାଣ କ୍ଷେତ୍ରକୁ...

ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ...

ମିଳିଲା ସବୁଜ ସଙ୍କେତ: ଏନ୍‌ଏସ୍‌ଇରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏସ୍‌ଏସ୍‌ଇ

ନୂଆଦିଲ୍ଲୀ,୨୩।୨: ସାମାଜିକ ଉଦ୍ୟୋଗଗୁଡିକର ପାଣ୍ଠି ସହ ଜଡିତ ସମସ୍ୟାର ସମାଧାନ ପାଇଁ ସୋସିଆଲ ଷ୍ଟକ ଏକ୍ସଚେଞ୍ଜ (ଏସ୍‌ଏସ୍‌ଇ) ବିଭାଗ ଆରମ୍ଭ କରାଯାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ...

ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଏନ୍‌ପିଏ ବଢ଼ିବ

ମୁମ୍ବାଇ: କରୋନା ମହାମାରୀ ଚାପ ବଜାର ଉପରେ ପଡିଛି। ବଜାର ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଆଗାମୀ ୧୨ରୁ ୧୮...

Advertisement
Archives

Model This Week