ଗୁଗଲକୁ ପଛରେ ପକାଇଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୬ା୧୨: ବିଶ୍ୱର ଅଗ୍ରଣୀ ଆଇଟି ସେବା ପ୍ରଦାନକାରୀ ଓ୍ବେବ୍‌ସାଇଟ ଗୁଗଲକୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚତ୍ଛି ଚାଇନାର ଟିକ୍‌ଟକ୍‌ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକ୍‌ଟକ୍‌କୁ ଦେଖିଛନ୍ତି। ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ୍‌ରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆଇଟି ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେରର ଏକ ରିପୋର୍ଟରୁ ଏହା ଜଣାପଡିଛି। ଉକ୍ତ ରିପୋର୍ଟ ଅନୁସାରେ ୨୦୨୧ ଫେବୃୟାରୀ, ମାର୍ଚ୍ଚ ଓ ଜୁନ୍‌ରେ ଗୁଗଲ ତୁଳନାରେ ଅଧିକ ଲୋକ ଟିକ୍‌ଟକ୍‌ ସାଇଟ୍‌ ଦେଖିଥିଲେ। ସେହିପରି ଗତ ଅଗଷ୍ଟଠାରୁ କ୍ରମାଗତ ଭାବେ ଟିକ୍‌ଟକ୍‌ ୧ମ ଓ ୨ୟ ସ୍ଥାନରେ ରହି ଆସୁଥିଲା ବୋଲି ସୂଚନା ମିଳିଛି। ସେହିଭଳି ୨୦୨୦ ପର୍ଯ୍ୟନ୍ତ ଗୁଗଲକୁ ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ ଭାବେ ଗଣନା କରାଯାଉଥିଲା। ସେହିପରି ଟିକ୍‌ଟକ୍‌, ଆମାଜନ, ଆପଲ, ଫେସ୍‌ବୁକ୍‌, ମାଇକ୍ରୋସଫ୍ଟ, ନେଟ୍‌ଫ୍ଲିକ୍ସ ପରି ଆଗ ଧାଡ଼ିର େଓବ୍‌ସାଇଟ୍‌ ତଳକୁ ତଳ ଟପ୍‌ ୧୦ ମଧ୍ୟରେ ଗଣନା ହୋଇଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଟିକ୍‌ଟକ୍‌ର ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଇବା ସହ ଅନ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ସ୍ଥାନ ହାସଲ କରି ଚାଲିଥିଲା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି। କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଭୟର ବାତାବରଣ ଦେଖା ଦେଇଥିଲା। ୨୦୨୦ ପ୍ରଥମରୁ ବିଭିନ୍ନ ଦେଶରେ ଲକ୍‌ଡାଉନ ଭଳି କଟକଣା ଲଗାଯାଇଥିଲା। ସରକାରଙ୍କ ଗାଇଡ୍‌ଲାଇନ ଯୋଗୁ ଲୋକମାନେ ଘରେ ରହିବା ପରେ ଟିକ୍‌ଟକ୍‌ ସବୁ ବର୍ଗଙ୍କ ପାଇଁ ମନୋରଞ୍ଜନ ସହ ସମୟ ଅତିବାହିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟି ଯାଇଥିଲା। ବିଶେଷକରି ଟିକ୍‌ଟକ୍‌ ଜରିଆରେ ବିଭିନ୍ନ ବର୍ଗର ଲୋକ ମଜାଦାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ପ୍ରଶଂସା ସହ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରୁଥିଲେ। ଭାରତରେ ମଧ୍ୟ ଏହାର ଚାହିଦା ବେଶ୍‌ ଭଲ ରହିଥିଲା। ଦେଶର ନୀତିନିୟମ ଉଲ୍ଲଂଘନ ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ଭଳି ଭିଡିଓ ଏହା ଜରିଆରେ ଜାରି କରାଗଲା। ଫଳରେ ଗତବର୍ଷଠାରୁ ସରକାର ଉକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଭାରତରେ ଟିକ୍‌ଟକ୍‌କୁ ନିଷିଦ୍ଧ କରାଯାଇଛି। ସେହିପରି ଗଲ୍‌ଓ୍ବାନଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri