ପୋଲିସ ଗାଡ଼ି ଧରି ଯୁବକ ଛୁ

ଢେଙ୍କାନାଳ ଅଫିସ, ୧୬।୯: ସନ୍ଦେହଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ ଗାଡ଼ିରେ ଯୁବକଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲେ ବିଭାଗୀୟ ଡ୍ରାଇଭର। ହେଲେ ଚାଳକ ଥାନାକୁ ପାଣି ବୋତଲ ଆଣିବାକୁ ଯାଇଥିବା ସୁଯୋଗରେ ନାଲିବତି ଲାଗିଥିବା ପୋଲିସ ବୋଲେରୋ ଧରି ଚମ୍ପଟ ମାରିଲେ ଅଭିଯୁକ୍ତ। ପାଖାପାଖି ଘଣ୍ଟାଏ ମଧ୍ୟରେ ପହଞ୍ଚତ୍ଗଲେ ଢେଙ୍କାନାଳ ଟାଉନ ଥାନାରୁ କଟକ ଜିଲା ଖୁଣ୍ଟୁଣୀରେ। ଅଭିଯୁକ୍ତଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଛି। ଗାଡ଼ି ମଧ୍ୟ ଜବତ କରାଯାଇଛି। ତେବେ ଥାନାର ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ପୋଲିସ ବିଭାଗର ନାଲିବତି ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ପୋଲିସ ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧୀନ ହାଟବାଇସିଙ୍ଗା ଗ୍ରାମର ଧର୍ମେନ୍ଦ୍ର ସ୍ବାଇଁ (୩୦) ମଙ୍ଗଳବାର ରାତିରେ ଢେଙ୍କାନାଳ ସହରରେ ସନ୍ଦେହଜନକ ଭାବେ ବୁଲୁଥିବାବେଳେ ଟାଉନ ଥାନା ପିସିଆର ଗାଡ଼ି ତାଙ୍କୁ ଥାନାକୁ ଆଣିଥିଲା। ଯୁବକଙ୍କ କଥାବାର୍ତ୍ତା ଏବଂ ଆଚରଣରୁ ସେ ମାନସିକ ରୋଗୀ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଘରେ ଛାଡ଼ିଦେବାକୁ ଧର୍ମେନ୍ଦ୍ର ଥାନାର ଡ୍ରାଇଭର ଶିବୁ ପ୍ରସାଦ ବାରିକଙ୍କୁ କହିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ଗାଡ଼ି (ନଂ. ଓଡ଼ି ୦୫ ଏପି ୨୭୧୬)ରେ ବସାଇଦେଇ ଆସିଥିଲେ। ଡ୍ରାଇଭର ଶିବୁ ପାଣି ବୋତଲ ନେବା ପାଇଁ ଥାନାକୁ ଆସିଥିବା ବେଳେ ତରବରରେ ଗାଡ଼ିର ଚାବି ବାହାର କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗରେ ପୋଲିସର ନାଲିବତି ଲାଗିଥିବା ଗାଡ଼ି ଧରି ଚମ୍ପଟ ମାରିଥିଲେ ଧର୍ମେନ୍ଦ୍ର। ସେ ଖୁଣ୍ଟୁଣି ଅଭିମୁଖେ ଯାଉଥିବା ଜଣାପଡ଼ିବା ପରେ ଟାଉନ ଥାନା ଓ ସଦର ଥାନାର ପିସିଆର ଭ୍ୟାନ୍‌ ପିଛା କରିଥିଲା। ଟାଉନ ଥାନା ପୋଲିସ ନିକଟରୁ ସୂଚନା ପାଇ ଖୁଣ୍ଟୁଣୀ ଥାନା ପୋଲିସ ନାକାବନ୍ଦୀ କରିଥିବାବେଳେ ଚମ୍ପେଶ୍ୱର ନିକଟରୁ ଧର୍ମେନ୍ଦ୍ର ଧରାପଡ଼ିଥିଲେ। ଢେଙ୍କାନାଳ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ବିକାଶ ରଞ୍ଜନ ବେଉରା କୁହନ୍ତି, ମଙ୍ଗଳବାର ରାତିରେ ସନ୍ଦିଗ୍ଧ ଭାବେ ବୁଲୁଥିବା ସମ୍ପୃକ୍ତ ଯୁବକଙ୍କୁ ପାଟ୍ରୋଲିଂରେ ନିୟୋଜିତ ପୋଲିସ କର୍ମଚାରୀ ଧରି ଟାଉନ ଥାନାକୁ ଆଣିଥିଲେ। ଯାଞ୍ଚ ବେଳେ ସେ ଅପରାଧରେ ସମ୍ପୃକ୍ତ ନ ଥିବା ଜଣାପଡ଼ିଥିଲା। ବୁଧବାର ପୂର୍ବାହ୍ନରେ ଥାନା ଗାଡ଼ିରେ ତାଙ୍କୁ ଘରେ ଛାଡ଼ିବାକୁ ଯୋଜନା କରାଯାଉଥିଲା। ହେଲେ ଡ୍ରାଇଭର ଗାଡ଼ିରେ ଚାବି ଲଗାଇ ପାଣି ବୋତଲ ନେବାକୁ ଥାନାକୁ ଆସିଥିବାବେଳେ ଯୁବକ ଜଣକ ଗାଡ଼ି ଧରି ପଳାଇଥିଲେ। ଗାଡ଼ି ସହ ଯୁବକ ଧରାପଡ଼ିଛନ୍ତି। ସେ ମାନସିକରୋଗୀ କି ନୁହନ୍ତି, ତାହାର ଯାଞ୍ଚ ଚାଲିଛି। ତଦନ୍ତ ପ୍ରକ୍ରିୟା ସରିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri