ନିଶା କବଳରେ ଯୁବପିଢ଼ି

ଖୋର୍ଦ୍ଧା ଅଫିସ,୨୬ା୧୧: ଖୋର୍ଦ୍ଧାରେ ନିଶା କାରବାର ବଢିଚାଲିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚେର ଲମ୍ବିଛି। ବାଲେଶ୍ୱର, ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ବ୍ରାଉନସୁଗାର ଆସୁଛି। ବିଶେଷକରି ବେକାର ଯୁବକ ଓ କଲେଜ ପଢୁଆ ଛାତ୍ର ଏହି ନିଶା କାରବାରରେ ସମ୍ପୃୃକ୍ତି ଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ସମୟରେ ଅଧିକ ରୋଜଗାର ଆଶାରେ ଯୁବପିଢି ବ୍ରାଉନସୁଗାର ସମେତ ଅନ୍ୟ ନିଶା କାରବାରକୁ ଆପଣାଉଛନ୍ତି। ଗୁରୁଜଙ୍ଗ, ସାମାନ୍ତରାପୁର, ଠେଙ୍ଗାହାଟ, ଭାଲିଆବାଡ଼ି ଏବଂ ସହର ତଳି ଅଞ୍ଚଳରେ ନିଶା ବିକ୍ରି ଓ ସେବନ ହେଉଛି। ଗତ ମାସରେ ଏସ୍‌ଟିଏଫ୍‌ ଗୁରୁଜଙ୍ଗରୁ ଜଣେ ବିଟେକ୍‌ ଛାତ୍ରଙ୍କଠାରୁ ଏକ କେଜି ଧଳାଜହର ଜବତ କରିଥିଲା। ଏହାର କିଛିଦିନ ପରେ ନୂଆବସଷ୍ଟାଣ୍ଡରେ ୨ଜଣ ଯୁବକଙ୍କଠାରୁ ଏକ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଥିଲା। ବୁଧବାର ଖୋର୍ଦ୍ଧା ଥାନା ଅଧୀନ ତରତୁଆ ଅଞ୍ଚଳରୁ ପ୍ରମୋଦ ପଣ୍ଡାଙ୍କଠାରୁ ୨୫୩ ଗ୍ରାମ ଏବଂ ବିଡିଏ କଲୋନୀରୁ ୫୦.୫ ଗ୍ରାମର ଧଳାଜହର ଜବତ କରାଯିବା ସହ ଭାଲିଆବାଡ଼ିି ଟାଙ୍ଗିସାହିର ସୋମନାଥ ବରାଳ, ଶଅରସାହିର ଅବିନାଶ ପାତ୍ର ଏବଂ ସାମନ୍ତରାପୁରର ଆତ୍ତର୍ର୍ତ୍ରାଣ ବେହେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଏହି ଘଟଣାରୁ ନିଶା କାରବାରରେ ଯୁବବର୍ଗଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏହା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି।
ଏ ନେଇ ନିଶାମୁକ୍ତି ଅଭିଯାନର ଅଧ୍ୟକ୍ଷ ରାମଶଙ୍କର କହିଛନ୍ତି, ଆଜିର ଯୁବପିଢି ନିଶା କାରବରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ଦେଶର ଏହି ଭବିଷ୍ୟତ ଏବେ ବିପଥଗାମୀ ହେବାରେ ଲାଗିଛନ୍ତି। ଏହା ଚିନ୍ତାଜନକ କଥା। ଏଥିଲାଗି ଆଗାମୀ ଦିନରେ ଆମ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ସେହିପରି ବୁଦ୍ଧିଜୀବୀ ପ୍ରଭାତ ମିଶ୍ର କହିଛନ୍ତି, ଖୋର୍ଦ୍ଧା ଏକ ବୀରମାଟି। ଏହାର ଏକ ଗୌରବମୟ ଇତିହାସ ରହିଛି। ତେବେ ନିଶା କାରବାର ଯୋଗୁ ଏହାର ବାତାବରଣ ଦିନକୁ ଅଶାନ୍ତ ହେବାରେ ଲାଗିଛି। ବିଶେଷତଃ ଯୁବପିଢି ଏଥିରେ ସଂପୃକ୍ତି ରହିବା ଚିନ୍ତାଜନକ ବିଷୟ। ଏ ଦିଗରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଯୁବ ସାମାଜିକକର୍ମୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ମତରେ ଯୁବପୀଢ଼ିି ଦେଶର ସମ୍ପତ୍ତି। ସେମାନଙ୍କ ପ୍ରଗତିରେ ଦେଶର ପ୍ରଗତି। ସେମାନେ ପଥଭ୍ରଷ୍ଟ ହେଲେ ସମାଜର କ୍ଷତି ଘଟିବ। ଏଥିଲାଗି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି। ଯୁବପୀଢ଼ିଙ୍କ ଗତିବିଧି ଉପରେ ପରିବାରବର୍ଗ ନଜର ରଖିବା ଉଚିତ। ସେହିପରି ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି କହିଛନ୍ତି, କମ୍‌ ସମୟରେ ପ୍ରଚୁର ଅର୍ଥ ଉପାର୍ଜନ ଲାଳସାରେ ଯୁବପୀଢ଼ି ନିଶା କାରବାର କରୁଛନ୍ତି। ଏହା ଚିନ୍ତାଜନକ ବିଷୟ। ଏଥିଲାଗି ଜିଲା ପ୍ରଶାସନ, ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା କରାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏସ୍‌ପି ରାଜକିଶୋର ଦୋରା କହିଛନ୍ତି, ଖୋର୍ଦ୍ଧାରେ ନିଶା କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ନିଶା ବେପାରୀଙ୍କୁ ଗିରଫ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri