ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମିଳିଥିବା କଙ୍କାଳ ଯାଜପୁର ଟାଉନ୍‌ ଥାନା ଅଧୀନ ଖଣ୍ଡରା ଗ୍ରାମର ଅହଲ୍ୟା ରାଉତ ଓ ଶରତଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ତାଙ୍କ ପରିବାର ଦାବି କରିବା ସହ ସଦର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହିକ୍ରମରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବୋଲେରୋ ଚାଳକ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମର ହରିହର ନାୟକଙ୍କ ଜଣେ ସହଯୋଗୀଙ୍କୁ ଯାଜପୁର ପୋଲିସ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌ରୁ ଗିରଫ କରି ଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଗିରଫ ଯୁବକ ଦଶରଥପୁର ବ୍ଲକ୍‌ ଖଣ୍ଡରା ଛକ ନିକଟସ୍ଥ ଚାନ୍ଦିତୋଟା ଦଳିତସାହିର ବୋଲି ଜଣାପଡିଛି। ସେ ହାଇଦ୍ରାବାଦ୍‌ର ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ ା ଲକ୍‌ଡାଉନ୍‌ ଯୋଗୁ ସେ ଆସି ଘରେ ରହୁଥିଲେ। ଯେଉଁଦିନ କଙ୍କାଳ ମିଳିଥିଲା ସେଦିନ ସନ୍ଧ୍ୟାରେ ସେ ପୁଣି ଯାଜପୁର ରୋଡରୁ ଟ୍ରେନ୍‌ରେ ହାଇଦ୍ରାବାଦ୍‌ ପଳାଇଥିଲେ। ମୋବାଇଲ୍‌ ଟ୍ରାକିଂରୁ ସେ ଏହି ହତ୍ୟା ଘଟଣାରେ ସାମିଲ ଥିବା ଜଣାପଡ଼ିବା ପରେ ଯାଜପୁର ପୋଲିସର ଏକ ଟିମ୍‌ ହାଇଦ୍ରାବାଦ୍‌ ଯାଇଥିଲା। ସେଠାରେ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ଗିରଫ କରି ଗୁରୁବାର ଯାଜପୁର ଆଣିଥିବା ଜଣାଯାଇଛି।
ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବୋଲେରୋ ମାଲିକ ଶିବ ପଣ୍ଡା କିଛିଦିନ ହେବ ଯାଜପୁରରେ ରହି ପୋଲିସ ତଦନ୍ତକୁ ନିରୀକ୍ଷଣ କରୁଥିଲେ। ତେବେ ହତ୍ୟାକାଣ୍ଡରେ ତାଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ଯୁବତୀଙ୍କ ପରିବାର ଗଣମାଧ୍ୟମରେ ଅଭିଯୋଗ କରିବା ପରେ ବୁଧବାରଠାରୁ ସେ କେଉଁ ଆଡ଼େ ଉଭାନ ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଅହଲ୍ୟା ସଭ୍ୟାଥିବା ମା’ ତାରିଣୀ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଏବଂ ଅନ୍ୟ ସଭ୍ୟାମାନେ ଖଣ୍ଡରା ପଞ୍ଚାୟତ ମହାସଂଘ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ପଣ୍ଡାଙ୍କ ପ୍ରଚ୍ଛନ୍ନ ସହାୟତାରେ ବୋଲେରୋ ଚାଳକ ନାୟକ ଓ ଅନ୍ୟ ସହଯୋଗୀମାନେ ଅପରାଧ ଘଟାଇଥିବାରୁ ପଣ୍ଡାଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ମା’ ଅହଲ୍ୟା ଓ ଶରତଙ୍କ ସମେତ ମା’ତାରିଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମସ୍ତ ସଭ୍ୟା ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଶୁଭଶ୍ରୀ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଯାଜପୁର ଟାଉନ ଥାନାରେ ୧୦ା୧୦ା୨୦୨୦ରେ ଅଭିଯୋଗ ହୋଇଥିଲା। ତେବେ କଙ୍କାଳ ଏବଂ ଓଢଣି ଦେଖି ସେମାନେ ଏହା ତାଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ଚିହ୍ନଟ କରିଥିଲେ। ଏହାପରେ ଅହଲ୍ୟା ତାଙ୍କ ଝିଅକୁ ବୋଲେରୋ ଡ୍ରାଇଭର ନାୟକ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା (ନଂ.୧୨/୨୧) ରୁଜୁ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରୁ ଲୁଟ୍‌ ଅଭିଯୋଗରେ ୨ ଗିରଫ: ୧୧ ମୋବାଇଲ, ୨ ବାଇକ୍‌ ଜବତ

ଯଁ।ଳା/ଜଟଣୀ,୧।୧୧(ଡି.ଏନ.ଏ.) : ୧୬ ନଂ. ଜାତୀୟ ରାଜପଥରେ ପଥଚାରୀଙ୍କଠାରୁ ଲୁଟ୍‌ପାଟ୍‌ କରୁଥିବା ଗୋଟିଏ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଜଟଣୀ ଥାନା ପୋଲିସ ଗିରଫ କରି ଶୁକ୍ରବାର...

ବ୍ରତ ଚିନ୍ତାରେ ସାବିତ୍ରୀ

ଭୁବନ, ୧୦।୬(ଡି.ଏନ.ଏ.) ଭୋର୍‌ ସମୟରୁ ମନ୍ଦିର ହେବ ପୋଲିସ ଛାଉଣି। କାହାରିକୁ ପୀଠ ଭିତରକୁ ପ୍ରବେଶ କରିବାକୁ ମିଳିବନି ଅନୁମତି। ମନ୍ଦିର ପରିଚାଳନା କମିଟି କଟକଣା ଭାଙ୍ଗି...

ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ...

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୨୩।୧୨(ସ୍ବ.ପ୍ର.): ମଦ କାରବାରକୁ ବନ୍ଦ କରିବା ଓ ନଗ୍ନତା ଉପରେ କଟକଣା ଲଗାଇବା ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ...

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ବାଲିକୁଦା,୨୫।୧(ସ୍ବ .ପ୍ର.): ୮ ପଞ୍ଚାୟତକୁ ପାନୀୟ ଜଳ ଆସୁ ନ ଥିବା ଅଭିଯୋଗ କରି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଓଳାଂଶ ଗ୍ରାମର ମହିଳାମାନେ...

ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଜମିଛି ପାଣି, ପରିବା ବ୍ୟବସାୟୀ ବି ଭୋଗୁଛନ୍ତି ଦୁର୍ଦ୍ଦଶା

ଛତ୍ରପୁର,୧୫ା୧୦(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ବାସଭବନ ପାର୍ଶ୍ୱରେ ଗୁରୁବାର ବର୍ଷା ପାଣି ଜମି ରହିଛି। ଫଳରେ ଯାତାୟାତରେ ଅସୁବିଧା ହୋଇଛି। ପ୍ରତି ଥର ବର୍ଷା ହେଲେ...

ଦିଗାପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

କୁନ୍ଦୁରା,୨୪।୩(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତର ଖିଲପୁଟତୋଟାଠାରେ ଦୀର୍ଘ ୫୦୦ ବର୍ଷ ପୁରୁଣା ମା’ ବୁଢ଼ୀ ଠାକୁରାଣୀଙ୍କ ଦୈବୀ ପୀଠ ରହଛି। ଏବେ...

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତ ଢ଼ିପାସାହିଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ଦୃତ୍ତ...

Advertisement
Archives

Model This Week