Posted inଜାତୀୟ

ଯୁବତୀଙ୍କ ବିବାହ ବୟସ ବୃଦ୍ଧି ଆବେଦନ ଖାରଜ

ନୂଆଦିଲ୍ଲୀ,୨୧ା୨: ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଯୁବତୀଙ୍କ ବିବାହ ପାଇଁ ବୟସ ସୀମା ସମ୍ବିଧାନରେ ନିର୍ଦ୍ଧାରିତ ହୋଇଛି। ଏହାର ପରିବର୍ତ୍ତନ କେବଳ ପାର୍ଲାମେଣ୍ଟରେ ହୋଇପାରିବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ବିଚାରପତି ପି.ଏସ୍‌. ନରସିଂମା ଏବଂ ବିଚାରପତି ଜେ.ବି. ପଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଆଇନରେ ଯୁବକଙ୍କ ବିବାହ ବୟସ ସୀମା ୨୧ ବର୍ଷ ଥିବାବେଳେ ଯୁବତୀଙ୍କ ବୟସ ୧୮ ରଖାଯାଇଛି। ଏହି ବୟସ ବିଭେଦ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ବିରୁଦ୍ଧାଚରଣ କରୁଛି। ତେଣୁ ଯୁବତୀଙ୍କ ବିବାହ ବୟସ ସୀମାକୁ ଯୁବକଙ୍କ ଭଳି ୨୧ବର୍ଷ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଆଇନ ପରିବର୍ତ୍ତନ କରିବା ପାଇଁ ପାର୍ଲାମେଣ୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଆଇନର ପରିବର୍ତ୍ତନ ପାର୍ଲାମେଣ୍ଟରେ ହୋଇପାରିବ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଯଦି ଆମେ ଯୁବତୀଙ୍କ ବୟସ ସୀମା ୧୮କୁ ଉଠାଇ ଦେବୁ, ତେବେ କୌଣସି ବୟସ ସୀମା ରହିବ ନାହିଁ ଏବଂ ଜଣେ ୫ବର୍ଷୀୟା ଶିଶୁ ମଧ୍ୟ ବିବାହଯୋଗ୍ୟା ହୋଇପାରିବେ। ତେଣୁ ସମ୍ବିଧାନରେ ଥିବା ଆଇନକୁ ପାର୍ଲାମେଣ୍ଟରେ ପରିବର୍ତ୍ତନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୧ରେ ଯୁବତୀମାନଙ୍କ ବିବାହ ବୟସକୁ ୨୧କୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏକ ବିଲ୍‌ ଆଗତ କରିଥିଲେ। ଉକ୍ତ ବିଲ୍‌ ପାର୍ଲାମେଣ୍ଟ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଥିବାବେଳେ ଅଦ୍ୟାବଧି ବିଚାରାଧୀନ ରହିଛି। ଆବେଦନକାରୀଙ୍କ ଯୁକ୍ତି ହେଲା,ଯଦି ଅଦାଲତ ଯୁବତୀଙ୍କ ବିବାହ ବୟସ ୧୮କୁ ଉଠାଇ ଦେବେ, ତେବେ ତାହା ହିନ୍ଦୁ ବିବାହ ଆଇନର ଧାରା ୫ ଅନୁସାରେ ସ୍ବତଃଭାବେ ସମସ୍ତଙ୍କ ପାଇଁ ୨୧ ବର୍ଷ ହୋଇଯିବ। ହେଲେ ଆବେଦନକାରୀଙ୍କ ଏହି ଯୁକ୍ତିକୁ ଅଦାଲତ ଗ୍ରହଣ କରିପାରି ନ ଥିଲେ। ସମ୍ବିଧାନ ଧାରା ୩୨କୁ ଅଣଦେଖା ନ କରିବାକୁ ଖଣ୍ଡପୀଠ କହିଥିଲେ। କିଛି ପ୍ରସଙ୍ଗ ରହିଛି, ଯାହାକି ପାର୍ଲାମେଣ୍ଟରେ ହିଁ ନିଷ୍ପତ୍ତି ନିଆଯାଇଥାଏ। ଆମେ ଆଇନ ତିଆରି କରିପାରିବୁ ନାହିଁ। ଏପରି କି ଆମେ ସମ୍ବିଧାନର ଏକମାତ୍ର ତତ୍ତ୍ୱାବଧାରକ ନୋହୁଁ, ପାର୍ଲାମେଣ୍ଟର ମଧ୍ୟ ଦାୟିତ୍ୱ ରହିଛି। ଏହି ପ୍ରସଙ୍ଗରେ ଆବେଦନକାରୀ ଲ’ କମିଶନଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଲୋଡ଼ିବା ପ୍ରସଙ୍ଗରେ ଅଦାଲତ କହିଛନ୍ତି ଯେ, ଖଣ୍ଡପୀଠ କାହାକୁ ଲ’ କମିଶନଙ୍କ ଦ୍ୱାରସ୍ଥ ହେବାରୁ ବାରଣ କରିନାହାନ୍ତି। ତେଣୁ ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?