Posted inଜାତୀୟ

ଯୁବତୀଙ୍କ ବିବାହ ବୟସ ବୃଦ୍ଧି ଆବେଦନ ଖାରଜ

ନୂଆଦିଲ୍ଲୀ,୨୧ା୨: ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଯୁବତୀଙ୍କ ବିବାହ ପାଇଁ ବୟସ ସୀମା ସମ୍ବିଧାନରେ ନିର୍ଦ୍ଧାରିତ ହୋଇଛି। ଏହାର ପରିବର୍ତ୍ତନ କେବଳ ପାର୍ଲାମେଣ୍ଟରେ ହୋଇପାରିବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ବିଚାରପତି ପି.ଏସ୍‌. ନରସିଂମା ଏବଂ ବିଚାରପତି ଜେ.ବି. ପଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଆଇନରେ ଯୁବକଙ୍କ ବିବାହ ବୟସ ସୀମା ୨୧ ବର୍ଷ ଥିବାବେଳେ ଯୁବତୀଙ୍କ ବୟସ ୧୮ ରଖାଯାଇଛି। ଏହି ବୟସ ବିଭେଦ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ବିରୁଦ୍ଧାଚରଣ କରୁଛି। ତେଣୁ ଯୁବତୀଙ୍କ ବିବାହ ବୟସ ସୀମାକୁ ଯୁବକଙ୍କ ଭଳି ୨୧ବର୍ଷ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଆଇନ ପରିବର୍ତ୍ତନ କରିବା ପାଇଁ ପାର୍ଲାମେଣ୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଆଇନର ପରିବର୍ତ୍ତନ ପାର୍ଲାମେଣ୍ଟରେ ହୋଇପାରିବ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଯଦି ଆମେ ଯୁବତୀଙ୍କ ବୟସ ସୀମା ୧୮କୁ ଉଠାଇ ଦେବୁ, ତେବେ କୌଣସି ବୟସ ସୀମା ରହିବ ନାହିଁ ଏବଂ ଜଣେ ୫ବର୍ଷୀୟା ଶିଶୁ ମଧ୍ୟ ବିବାହଯୋଗ୍ୟା ହୋଇପାରିବେ। ତେଣୁ ସମ୍ବିଧାନରେ ଥିବା ଆଇନକୁ ପାର୍ଲାମେଣ୍ଟରେ ପରିବର୍ତ୍ତନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୧ରେ ଯୁବତୀମାନଙ୍କ ବିବାହ ବୟସକୁ ୨୧କୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏକ ବିଲ୍‌ ଆଗତ କରିଥିଲେ। ଉକ୍ତ ବିଲ୍‌ ପାର୍ଲାମେଣ୍ଟ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଥିବାବେଳେ ଅଦ୍ୟାବଧି ବିଚାରାଧୀନ ରହିଛି। ଆବେଦନକାରୀଙ୍କ ଯୁକ୍ତି ହେଲା,ଯଦି ଅଦାଲତ ଯୁବତୀଙ୍କ ବିବାହ ବୟସ ୧୮କୁ ଉଠାଇ ଦେବେ, ତେବେ ତାହା ହିନ୍ଦୁ ବିବାହ ଆଇନର ଧାରା ୫ ଅନୁସାରେ ସ୍ବତଃଭାବେ ସମସ୍ତଙ୍କ ପାଇଁ ୨୧ ବର୍ଷ ହୋଇଯିବ। ହେଲେ ଆବେଦନକାରୀଙ୍କ ଏହି ଯୁକ୍ତିକୁ ଅଦାଲତ ଗ୍ରହଣ କରିପାରି ନ ଥିଲେ। ସମ୍ବିଧାନ ଧାରା ୩୨କୁ ଅଣଦେଖା ନ କରିବାକୁ ଖଣ୍ଡପୀଠ କହିଥିଲେ। କିଛି ପ୍ରସଙ୍ଗ ରହିଛି, ଯାହାକି ପାର୍ଲାମେଣ୍ଟରେ ହିଁ ନିଷ୍ପତ୍ତି ନିଆଯାଇଥାଏ। ଆମେ ଆଇନ ତିଆରି କରିପାରିବୁ ନାହିଁ। ଏପରି କି ଆମେ ସମ୍ବିଧାନର ଏକମାତ୍ର ତତ୍ତ୍ୱାବଧାରକ ନୋହୁଁ, ପାର୍ଲାମେଣ୍ଟର ମଧ୍ୟ ଦାୟିତ୍ୱ ରହିଛି। ଏହି ପ୍ରସଙ୍ଗରେ ଆବେଦନକାରୀ ଲ’ କମିଶନଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଲୋଡ଼ିବା ପ୍ରସଙ୍ଗରେ ଅଦାଲତ କହିଛନ୍ତି ଯେ, ଖଣ୍ଡପୀଠ କାହାକୁ ଲ’ କମିଶନଙ୍କ ଦ୍ୱାରସ୍ଥ ହେବାରୁ ବାରଣ କରିନାହାନ୍ତି। ତେଣୁ ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri