ବିବାହିତାଙ୍କୁ ବଳାତ୍କାର କରି ଜେଲ ଗଲେ ଯୁବକ

କୋକସରା୨୭।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଳମୁଣ୍ଡା ଅଞ୍ଚଳର ଭାଗିରଥି ଦୁଣ୍ଡକିଆ (୩୦) ।

କୋକସରା ପୋଲିସ ସୂଚନା ଅନୁସାରେ, ମହିଳା ଜଣକ ୨୪ ତାରିଖ ରାତିରେ ଘରେ ଏକୁଟିଆ ରହିଥିଲେ। ଏହାର ସୁଯୋଗ ନେଇ ଭାଗିରଥି ଘରେ ପଶି ମହିଳାଙ୍କୁ ବଳାତ୍କାର କରିଥିଲେ। ଏନେଇ ମହିଳା ଜଣକ କୋକସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୫୦/୨୧) ରୁଜୁ ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀମାଇନା କରାଇଥିଲା। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚରେ ୧୦୧ ନକଲି ମତ୍ସ୍ୟଜୀବୀ ଚିହ୍ନଟ

ମହାକାଳପଡ଼ା, ୧ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଅଧୀନ ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳର ୩୫ଟି ଗଁାରେ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରହୁଛନ୍ତି। ସେମାନେ ନଦୀ, ସମୁଦ୍ରରେ...

ଯୁବକ ଜୀବନ୍ତ ଜଳିଯିବା ଘଟଣା: ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ

ବାଲିକୁଦା,୧୦ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢ଼ଙ୍ଗା ଦେବଗ୍ରାମ ବିଦ୍ୟାଳୟର ଶିଡିଘର ଛାତରେ ଗତ ୫ ତାରିଖରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ...

୨ କୋକେନ ମାଫିଆଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇ ଥିଲା। କୋକେନ ସିକ୍ରେଟ ମାମଲାର ଦୁଇ...

ଜିଲାପରିଷଦ-ବିଧାୟକ ମୁହାଁମୁହିଁ ଘଟଣା: ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଜିଲାପରିଷଦ ସଭ୍ୟ

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଗତ ଅଗଷ୍ଟ ୩୦ରେ ହୋଇଥିବା ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ୩ ନଂ ଜୋନ୍‌ ଜିଲାପରିଷଦ ସଭ୍ୟା...

ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ...

ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼...

ବାଂଲାଦେଶ ମୁହାଁଇପାରେ ବାତ୍ୟା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି...

ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଫେରାର ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁର ଟୁନା ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାର ୪ ମାସ ପରେ ଶନିବାର...

Advertisement
Archives

Model This Week