ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ନାଗା ଗୌଡ (୨୨) ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନଳବଣ୍ଟା ଗ୍ରାମର ଜୀବନ ଗୌଡ, ଶ୍ରୀଧର ବିଷୋୟୀ ଓ ବିକ୍ରମ ମିଶ୍ର। ଅଭିଯୁକ୍ତମାନଙ୍କ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଜୁଭେଇନାଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଛି ା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପରାହ୍ନରେ ଖବରଦାତା ସମ୍ମିଳନୀରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି ା
ଗୁରୁବାର ରାତିରେ ନାଗାଙ୍କ ସହ ଅଭିଯୁକ୍ତମାନଙ୍କର ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଖଣ୍ଡା ଓ କାତିରେ ଆକ୍ରମଣ ଯୋଗୁ ନାଗା ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଆସିକା ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ା ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ା ଏ ନେଇ ନାଗାଙ୍କ ଭାଇ ବାସୁଦେବ ଗୌଡଙ୍କ ଅଭିଯୋଗ ପ୍ରକାରେ ନଂ.୪୪୪/୨୦ରେ ମାମଲା ରୁଜୁ କରାଯାଇଛି ା ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ କାତିକୁ ପୋଲିସ ଜବତ କରିଛି ା ଅନ୍ୟପକ୍ଷରେ ହତ୍ୟା ଘଟଣା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ନଳବଣ୍ଟାର ରବୀନ୍ଦ୍ରନାଥ ମିଶ୍ରଙ୍କୁ ନାଗା ଓ ତାଙ୍କର ୧୦ରୁ ଉର୍ଦ୍ଧ୍ୱ ସହଯୋଗୀ ଆକ୍ରମଣ କରିଥିଲେ ା ରବୀନ୍ଦ୍ର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୪୪୩/୨୦ରେ ମାମଲା ରୁଜୁ କରିଥିଲା ା ଏହି ଘଟଣାରେ ପୋଲିସ ଉକ୍ତ ଗ୍ରାମର ବାବୁଲା ସାହୁ, ପପୁନ ଗୌଡ, ଦିପୁ ବେହେରା ଓ ରବି ବେହେରାଙ୍କୁ ଗିରଫ କରିଛି। ନାଗାଙ୍କ ନାମରେ ପୂର୍ବରୁ ୨ଟି ଆପରାଧିକ ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାସିଯାଉଥିଲେ ଦୁଇ ବାର୍‌ହା ଛୁଆ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ କେନାଲରେ ଭାସିଯାଉଥିବା ଦୁଇଟି ବାର୍‌ହା ଛୁଆଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛ। ସୂଚନାଯୋଗ୍ୟ, ବାର୍‌ହା...

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ...

ରାଶନ ଦୋକାନରୁ ବିପୁଳ ପରିମାଣରେ ଗୁଟ୍‌ଖା ଜବତ

ଚିକିଟି,୩୦ା୪(ଡି.ଏନ.ଏ.)- କେ.ନୂଆଗାଁ ପୋଲିସ ଚିକିଟି ବଜାରସ୍ଥିତ ଏକ ରାଶନ ଦୋକାନରେ ଗୁରୁବାର ସକାଳେ ଚଢାଉ କରି ବିପୁଳ ପରିମାଣରେ ଗୁଟ୍‌ଖା ଜବତ କରିଛି। ଏନେଇ ତଦନ୍ତ...

ଗାଡି ଯାଞ୍ଚବେଳେ ଏସ୍‌ଆଇଙ୍କୁ ପିଟିଲେ: ୨ଗିରଫ

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି।...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର...

ଗଞ୍ଜାମ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟଙ୍କ ପୁଣ୍ୟମାଟି: ବାଚସ୍ପତି

ଦିଗପହଣ୍ଡି,୨୨ା୧(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଖେମୁଣ୍ଡି ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ପୋଲିସ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ...

ସୋରଡ଼ା ଅଗ୍ନିକାଣ୍ଡ ଘଟଣା: ଗୁରୁତର ଥିବା ଶିଶୁକନ୍ୟା ବୁଜିଲେ ଆଖି

ସୋରଡ଼ା,୧୭ା୧(ଡି.ଏନ.ଏ.): ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମର ଛବି ନାୟକଙ୍କ ଘରେ ନିଅଁା ଲାଗି ଯାଇଥିଲା। ଫଳରେ ପରିବାରର ୪ଜଣ ପୋଡି ଗୁରୁତର ଆହତ...

Advertisement
Archives

Model This Week