Posted inଫୁରସତ

ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଲେ ଯୁବତୀ

ଲଣ୍ଡନ,୯।୨: ଚାକିରିରେ ପ୍ରୋବେଶନ ନିଯୁକ୍ତି ବ୍ୟବସ୍ଥା ରହିଥାଏ। ତେବେ ବୟଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖାଯିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ଜଣେ ଯୁବତୀ ତାଙ୍କ ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। କୈଶୋର ବୟସରେ ଭଲ ପାଇବା ଏକ ଅଜଣା ପବନ ଭଳି ଆସିଥାଏ। ମାତ୍ର ଏହା ବେଶି ଦିନ ତିଷ୍ଠି ରହିପାରେ ନାହିଁ। ଭବିଷ୍ୟତରେ ଜୀବନ ସାଥୀ କିଭଳି ଯତ୍ନବାନ ହେବେ ସେଥିପାଇଁ ବ୍ରିଟେନର ଜଣେ ଯୁବତୀ ଜର୍ଜ ନାମକ ଯୁବକଙ୍କୁ ଏଭଳି ପରଖିଛନ୍ତି। ଯୁୂବତୀଙ୍କ ଜର୍ଜଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ରହିଛି। ଯୁବତୀଙ୍କୁ ୧୬ ବର୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଜର୍ଜ ଷ୍ଟେଫୋର୍ଡଶାୟରରେ ଇଞ୍ଜିନିୟରିଂ ପଢ଼ୁଥିବାବେଳେ ଯୁତୀ ଜଣକ ମେଞ୍ଚେଷ୍ଟରରେ ଭୂଗୋଳ ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ। ଦୁହିଁଙ୍କ ମଧ୍ୟରେ ବେଳେବେଳେ ଦେଖା ସାକ୍ଷାତ୍‌ ହେଉଥିଲା। ଏହା ୨୦୧୯ରେ ଦୁହେଁ ଚାକିରି କରିଥିଲେ। ସାକ୍ଷାତ୍‌ ହେବା କମି କମି ଗଲା। କରୋନା ମହାମାରୀ ସମୟରେ ଯୁବତୀ ଚାକିରି ହରାଇ ବସିଲେ। ଏହି ସମୟରେ ବୟଫ୍ରେଣ୍ଡ୍‌ ଜର୍ଜ ତାଙ୍କୁ ନିଜ ପାଖରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଯୁବତୀ ଜଣକ ବୟଫ୍ରେଣ୍ଡଙ୍କ ପାଖରେ ୧୧ ମାସ ଏକାଠି ରହିଥିଲେ। ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଜୀବନରେ ସହଯୋଗ କିପରି କରିବାକୁ ହୁଏ ତାହା ବୃଦ୍ଧି ପାଇଥିଲା। ଶେଷରେ ଯୁବତୀ ଲେଖିଛନ୍ତି ଯେ, ଏବେ ଲକ୍‌ଡାଉନ୍‌ ଶେଷ ପରେ ମୁଁ ଜର୍ଜଙ୍କୁ ଛାଡ଼ି ଅନ୍ୟ କେଉଁଠି ଏକୁଟିଆ ରହିବା କଥା ଚିନ୍ତା କରି ପାରୁ ନାହିଁ। ଜର୍ଜ ନିଜର ପ୍ରୋବେଶନ୍‌ ସମୟ ପୂରା କରିଛନ୍ତି। ତେଣୁ ଏବେ ଆମର ଦାମ୍ପତ୍ୟ ଜୀବନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri