‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି। ଭାରତର ହରନାଜ କୌର ସାନ୍ଧୁଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯାଇଛି। ତାଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯିବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ୨୦୦୦ରେ ଭାରତ ମିସ୍‌ ୟୁନିଭର୍ସର ମୁକୁଟ ପାଇଥିଲା।

ଇସ୍ରାଏଲର ଇଲାଟ୍‌ରେ ହୋଇଥିବା ମିସ୍‌  ୟୁନିଭର୍ସ-୨୦୨୧ ପ୍ରତିଯୋଗିତାର ଚୂଡ଼ାନ୍ତ ପ୍ରର୍ଯ୍ୟାୟରେ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଗଲା, ଆପଣ ଚାପର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ କେଉଁ ପରାମର୍ଶ ଦେବେ? ଏହାର ଉତ୍ତରରେ ସାନ୍ଧୁ କହିଥିଲେ ଯେ ସାମ୍ପ୍ରତିକ ସମୟରେ ଯୁବବର୍ଗଙ୍କୁ ନିଜ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଯୁବପଢ଼ି ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରିବା ଉଚିତ ବୋଲି ସେ କହିଥିଲେ। ମୁଁ ନିଜ ଉପରେ ବିଶ୍ୱାସ କରିଛି ଏବଂ ସେଥିପାଇଁ ଆଜି ଏଠାରେ ପହଞ୍ଚିପାରିଛି। ହରନାଜ୍‌ଙ୍କ ଏହି ଉତ୍ତର ବିଚାରକ ମଣ୍ଡଳୀଙ୍କ ହୃଦୟକୁ ଛୁଇଁଥିଲା।

ଗତ ବର୍ଷର ମିସ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରିଆ ମେଜା ହରନାଜ୍‌ଙ୍କୁ ମୁକୁଟ ପିନ୍ଧାଇଥିଲେ। ପ୍ରତିଯୋଗୀତାରେ ପାରାଗୁଏର ୨୨ ବର୍ଷ ବୟସ୍କା ନାଦିଆ ଫେରେରା ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷ ବୟସ୍କା ଲାଲେଲା ମିସୱାନେ ତୃତୀୟ ସ୍ଥାନରେ ରହିଛନ୍ତି।

ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିବା ହରନାଜ୍‌ ୨୦୧୭ରେ ମିସ ଚଣ୍ଡିଗଡ଼ ଭାବେ ବିଜୟୀ ହୋଇଥିଲେ। ହରନାଜ୍‌ ମୂଳତଃ ପଞ୍ଜାବର ଚଣ୍ଡିଗଡ଼ର ବାସିନ୍ଦା। ବୃତ୍ତିରେ ସେ ଜଣେ ମଡେଲ। ସେ ପବ୍ଲିକ ଆଡମିନିଷ୍ଟ୍ରେଶନରେ ପୋଷ୍ଟ୍‌ ଗ୍ରାଜୁଏଶନ କରୁଛନ୍ତିି।

ହରନାଜ୍‌ ଦୁଇଟି ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରୁଛନ୍ତି। ସେଗୁଡ଼ିକର ନାମ ୟାରା ଦିୟା ପୁ ବାରାଂ ଏବଂ ବାଇ ଜୀ କୁଟାଙ୍ଗେ। ହରନାଜ୍‌ଙ୍କ ଗ୍ଲାମରସ୍‌ ଷ୍ଟାଇଲ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

କରୋନାରେ କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କର ପରଲୋକ

ଲକ୍ଷ୍ନୌ,୧୮।୫: ଉତ୍ତରପ୍ରଦେଶ ମୁଜଫରପୁରନଗରର ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆନଙ୍କ ଭାଇ ଜିତେନ୍ଦ୍ର ବଲିଆନଙ୍କ କରୋନାରେ ପରଲୋକ ଘଟିଛି। ଗତ କିଛି ଦିନ ତଳେ...

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ...

ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା...

ଟିକ୍‌ ଟକ୍‌ ଭିଡିଓ ପାଇଁ ନଦୀକୁ ଡେଉଁଛନ୍ତି ଯୁବକ

ପାଟନା,୨୬।୭: ବିହାରର ଦରଭଙ୍ଗା ଜିଲାରେ ବନ୍ୟା ଜଳରେ ଉଛୁଳୁଥିବା ନଦୀକୁ ହେଇଁ ଯୁବକମାନେ ଟିକ୍‌ ଟକ୍‌ ଭିଡିଓ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବନ୍ୟା...

କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ, ୨୧।୭: ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଏବଂ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ...

ଗବେଷଣାଗାର ନୁହେଁ, ପ୍ରକୃତି ଦେଇଛି କରୋନା: ଗବେଷକଙ୍କ ମତ

ଲସ୍‌ ଏଞ୍ଜେଲ୍ସ,୧୯ା୩ : କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭୂତାଣୁ କୌଣସି ଗବେଷଣାଗାରରେ ସୃଷ୍ଟି ହୋଇନାହିଁ, ଏହା ପ୍ରାକୃତିକ ବିବର୍ତ୍ତନର ଫଳ ବୋଲି ଏକ...

ଏମ୍‌ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….

ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା...

Advertisement
Archives

Model This Week