‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି। ଭାରତର ହରନାଜ କୌର ସାନ୍ଧୁଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯାଇଛି। ତାଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯିବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ୨୦୦୦ରେ ଭାରତ ମିସ୍‌ ୟୁନିଭର୍ସର ମୁକୁଟ ପାଇଥିଲା।

ଇସ୍ରାଏଲର ଇଲାଟ୍‌ରେ ହୋଇଥିବା ମିସ୍‌  ୟୁନିଭର୍ସ-୨୦୨୧ ପ୍ରତିଯୋଗିତାର ଚୂଡ଼ାନ୍ତ ପ୍ରର୍ଯ୍ୟାୟରେ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଗଲା, ଆପଣ ଚାପର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ କେଉଁ ପରାମର୍ଶ ଦେବେ? ଏହାର ଉତ୍ତରରେ ସାନ୍ଧୁ କହିଥିଲେ ଯେ ସାମ୍ପ୍ରତିକ ସମୟରେ ଯୁବବର୍ଗଙ୍କୁ ନିଜ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଯୁବପଢ଼ି ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରିବା ଉଚିତ ବୋଲି ସେ କହିଥିଲେ। ମୁଁ ନିଜ ଉପରେ ବିଶ୍ୱାସ କରିଛି ଏବଂ ସେଥିପାଇଁ ଆଜି ଏଠାରେ ପହଞ୍ଚିପାରିଛି। ହରନାଜ୍‌ଙ୍କ ଏହି ଉତ୍ତର ବିଚାରକ ମଣ୍ଡଳୀଙ୍କ ହୃଦୟକୁ ଛୁଇଁଥିଲା।

ଗତ ବର୍ଷର ମିସ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରିଆ ମେଜା ହରନାଜ୍‌ଙ୍କୁ ମୁକୁଟ ପିନ୍ଧାଇଥିଲେ। ପ୍ରତିଯୋଗୀତାରେ ପାରାଗୁଏର ୨୨ ବର୍ଷ ବୟସ୍କା ନାଦିଆ ଫେରେରା ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷ ବୟସ୍କା ଲାଲେଲା ମିସୱାନେ ତୃତୀୟ ସ୍ଥାନରେ ରହିଛନ୍ତି।

ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିବା ହରନାଜ୍‌ ୨୦୧୭ରେ ମିସ ଚଣ୍ଡିଗଡ଼ ଭାବେ ବିଜୟୀ ହୋଇଥିଲେ। ହରନାଜ୍‌ ମୂଳତଃ ପଞ୍ଜାବର ଚଣ୍ଡିଗଡ଼ର ବାସିନ୍ଦା। ବୃତ୍ତିରେ ସେ ଜଣେ ମଡେଲ। ସେ ପବ୍ଲିକ ଆଡମିନିଷ୍ଟ୍ରେଶନରେ ପୋଷ୍ଟ୍‌ ଗ୍ରାଜୁଏଶନ କରୁଛନ୍ତିି।

ହରନାଜ୍‌ ଦୁଇଟି ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରୁଛନ୍ତି। ସେଗୁଡ଼ିକର ନାମ ୟାରା ଦିୟା ପୁ ବାରାଂ ଏବଂ ବାଇ ଜୀ କୁଟାଙ୍ଗେ। ହରନାଜ୍‌ଙ୍କ ଗ୍ଲାମରସ୍‌ ଷ୍ଟାଇଲ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri