ସଲାସୁତୁରାରେ ଖଣି ଚୋରି

ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍‌ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା ଓ ଅବହେଳା କରିଛନ୍ତି। ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ ଖଣି ବିଭାଗ ପକ୍ଷରୁ ଗତ ୭ ଅଗଷ୍ଟରୁ ୨୨ ସେପ୍ଟେମ୍ବର ମଧ୍ୟରେ କାରଣଦର୍ଶାଅ ନୋଟିସ ସହିତ ଉପରୋକ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ସେଥିରୁ ମାତ୍ର ୬୨.୯୪୯ କୋଟି ଟଙ୍କା ଆଦାୟ ହୋଇଛି। ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ମହାଦୁର୍ନୀତିରେ ଖଣି ବିଭାଗର କେତେଜଣ ଅଧିକାରୀ ସାମିଲ ଥିବା କୁହାଯାଉଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଏଯାଏ ତଦନ୍ତ କିମ୍ବା କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାବେଳେ କେବଳ ଲିଜ୍‌ଧାରୀମାନଙ୍କୁ ଦାୟୀ କରାଯାଇଛି।

ରାଜ୍ୟର ୮ ଖଣି ଲିଜ୍‌ଧାରୀ ବେଆଇନ ଭାବେ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ପରିବହନ କରିଥିବା ରାଜ୍ୟ ସରକାର ଜାଣି ପାରିଥିଲେ। ଏଥିରେ ବିପୁଳ ପରିମାଣରେ ରାଜସ୍ବ କ୍ଷତି ହୋଇଛି। ଏହାର ଭରଣା କରିବାକୁ ରାଜ୍ୟ ସରକାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି। ଆର୍ସେଲର ମିତ୍ତର ଇଣ୍ଡିଆ ପ୍ରାଇଭେଟ ଲିଃକୁ ୨୨୧.୭୪୪ ହେକ୍ଟର ଜମିରେ ଠାକୁରାଣୀ ଆଇରନ ଓର ବ୍ଲକ ଲୁହାପଥର ଉତ୍ତୋଳନ କରିବାକୁ ଲିଜ୍‌ ଦିଆଯାଇଛି। ତେବେ ଏହି ଲିଜ୍‌ଧାରୀ ମାଇନ୍ସ ଡେଭଲପ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମ୍‌ଡିପିଏ)କୁ ଉଲ୍ଲଂଘନ କରିଥିବାରୁ ସେହି ଆଧାରରେ ୧୩୦.୭ କୋଟି ଟଙ୍କା ପୈଠ କରିବାକୁ ନୋଟିସ ଜାରି କରାଯାଇଥିଲା। ସେଥିରୁ ୩୫.୨୯୯ କୋଟି ଟଙ୍କା ଦାଖଲ ହୋଇଛି। ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିଃର ୧୨୯.୬୧ ହେକ୍ଟର ବଡ଼ମାପାହାଡ଼ ଆଇରନ ଓର ବ୍ଲକକୁ ୬୦.୮୮ କୋଟି ଟଙ୍କାର ଡିମାଣ୍ଡ ହୋଇଥିଲାବେଳେ ୧୫ କୋଟି ଟଙ୍କା ଦାଖଲ କରି ସାରିଛି। ସେହିପରି ସିରାଜଉଦ୍ଦିନ ଆଣ୍ଡ କୋ ୩୪୧.୯୮୧ ହେକ୍ଟର ବିଶିଷ୍ଟ ବଲଦା ଆଇରନ ଓର ବ୍ଲକକୁ ୫୫୩୯.୬୩ କୋଟି ଟଙ୍କା, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଲିଃର ୬୬୯.୦୭୮ ହେକ୍ଟରର ଜଜଙ୍ଗ ଆଇରନ ଓର ବ୍ଲକକୁ ୬୯୬.୩୨ କୋଟି ଟଙ୍କା, ନେରଭରମ୍‌ ଷ୍ଟିଲ ଆଣ୍ଡ ପାୱାର ଲିଃର ୭୪.୭୦୨ ହେକ୍ଟର ରୋଇଡା-୨ ଆଇରନ ଓର ବ୍ଲକକୁ ୧୩୯୬.୧୨ କୋଟି ଟଙ୍କା, ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ଲିଃର ୩୪୯.୭୦୯ ହେକ୍ଟର ଗୋରୁମହିସିନି ଆଇରନ ଓର ବ୍ଲକକୁ ୮୫.୦୨ କୋଟି ଟଙ୍କା, ପିଏମ୍‌ ଗ୍ରାନାଇଟ ଏକ୍ସପର୍ଟ ପ୍ରା.ଲିଃର ୭୩.୩୦୧ ହେକ୍ଟର ଜମିର କନ୍ଥେର-କୋଇଡା ମାଙ୍ଗାନିଜ ଖଣିକୁ ୩.୩୧ କୋଟି, ଜଗତଜନନୀ ସର୍ଭିସ ପ୍ରା.ଲିଃର ୭୩.୪୧୩ ହେକ୍ଟର ଜୁରୁରୀ ଆଇରନ ଓର ବ୍ଲକକୁ ୨୭୬.୭୪ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି।

ଅନ୍ୟପକ୍ଷେ ଓଡିଶା ମିନେରାଲ୍ସ ପ୍ରିଭେନସନ ଅଫ୍‌ ଥେପ୍ଟ, ସ୍ମଗ୍‌ଲିଂ (ଓଏମ୍‌ପିଟିଏସ୍‌) ଓ ଅନ୍ୟ ଖଣି ନିୟମକୁ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀ ତାରିଣୀ ମିନେରାଲ୍ସ, ଶ୍ରୀ ଡି.ଆର. ପଟ୍ଟନାୟକ, କସଭି ଇଣ୍ଟରନ୍ୟାଶନାଲ ପ୍ରା.ଲି., ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଏମ୍‌ଜି ମହାନ୍ତି ଓ ଏମ୍‌ଜିଏମ୍‌ ମିନେରାଲ୍ସଙ୍କ ନାମରେ ୧୨.୬୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ଏହି ଅର୍ଥକୁ ସମସ୍ତେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀମାନଙ୍କୁ ହାତ କରି ଆହୁରି ବିପୁଳ ପରିମାଣର ଖଣିଜ ପଦାର୍ଥ ଚୋରି ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏପରି କି ଏହି କାରବାରରେ ବହୁ ହଜାର କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଚୋରି ହୋଇଥିଲେ ହେଁ ଡିମାଣ୍ଡ ନୋଟିସ୍‌ ଅତି କମ୍‌ କରାଯାଇ ଲିଜ୍‌ଧାରୀମାନଙ୍କୁ ସୁରକ୍ଷା ଦିଆଯାଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?