ସଲାସୁତୁରାରେ ଖଣି ଚୋରି

ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍‌ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା ଓ ଅବହେଳା କରିଛନ୍ତି। ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ ଖଣି ବିଭାଗ ପକ୍ଷରୁ ଗତ ୭ ଅଗଷ୍ଟରୁ ୨୨ ସେପ୍ଟେମ୍ବର ମଧ୍ୟରେ କାରଣଦର୍ଶାଅ ନୋଟିସ ସହିତ ଉପରୋକ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ସେଥିରୁ ମାତ୍ର ୬୨.୯୪୯ କୋଟି ଟଙ୍କା ଆଦାୟ ହୋଇଛି। ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ମହାଦୁର୍ନୀତିରେ ଖଣି ବିଭାଗର କେତେଜଣ ଅଧିକାରୀ ସାମିଲ ଥିବା କୁହାଯାଉଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଏଯାଏ ତଦନ୍ତ କିମ୍ବା କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାବେଳେ କେବଳ ଲିଜ୍‌ଧାରୀମାନଙ୍କୁ ଦାୟୀ କରାଯାଇଛି।

ରାଜ୍ୟର ୮ ଖଣି ଲିଜ୍‌ଧାରୀ ବେଆଇନ ଭାବେ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ପରିବହନ କରିଥିବା ରାଜ୍ୟ ସରକାର ଜାଣି ପାରିଥିଲେ। ଏଥିରେ ବିପୁଳ ପରିମାଣରେ ରାଜସ୍ବ କ୍ଷତି ହୋଇଛି। ଏହାର ଭରଣା କରିବାକୁ ରାଜ୍ୟ ସରକାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି। ଆର୍ସେଲର ମିତ୍ତର ଇଣ୍ଡିଆ ପ୍ରାଇଭେଟ ଲିଃକୁ ୨୨୧.୭୪୪ ହେକ୍ଟର ଜମିରେ ଠାକୁରାଣୀ ଆଇରନ ଓର ବ୍ଲକ ଲୁହାପଥର ଉତ୍ତୋଳନ କରିବାକୁ ଲିଜ୍‌ ଦିଆଯାଇଛି। ତେବେ ଏହି ଲିଜ୍‌ଧାରୀ ମାଇନ୍ସ ଡେଭଲପ୍‌ମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମ୍‌ଡିପିଏ)କୁ ଉଲ୍ଲଂଘନ କରିଥିବାରୁ ସେହି ଆଧାରରେ ୧୩୦.୭ କୋଟି ଟଙ୍କା ପୈଠ କରିବାକୁ ନୋଟିସ ଜାରି କରାଯାଇଥିଲା। ସେଥିରୁ ୩୫.୨୯୯ କୋଟି ଟଙ୍କା ଦାଖଲ ହୋଇଛି। ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିଃର ୧୨୯.୬୧ ହେକ୍ଟର ବଡ଼ମାପାହାଡ଼ ଆଇରନ ଓର ବ୍ଲକକୁ ୬୦.୮୮ କୋଟି ଟଙ୍କାର ଡିମାଣ୍ଡ ହୋଇଥିଲାବେଳେ ୧୫ କୋଟି ଟଙ୍କା ଦାଖଲ କରି ସାରିଛି। ସେହିପରି ସିରାଜଉଦ୍ଦିନ ଆଣ୍ଡ କୋ ୩୪୧.୯୮୧ ହେକ୍ଟର ବିଶିଷ୍ଟ ବଲଦା ଆଇରନ ଓର ବ୍ଲକକୁ ୫୫୩୯.୬୩ କୋଟି ଟଙ୍କା, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଲିଃର ୬୬୯.୦୭୮ ହେକ୍ଟରର ଜଜଙ୍ଗ ଆଇରନ ଓର ବ୍ଲକକୁ ୬୯୬.୩୨ କୋଟି ଟଙ୍କା, ନେରଭରମ୍‌ ଷ୍ଟିଲ ଆଣ୍ଡ ପାୱାର ଲିଃର ୭୪.୭୦୨ ହେକ୍ଟର ରୋଇଡା-୨ ଆଇରନ ଓର ବ୍ଲକକୁ ୧୩୯୬.୧୨ କୋଟି ଟଙ୍କା, ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ଲିଃର ୩୪୯.୭୦୯ ହେକ୍ଟର ଗୋରୁମହିସିନି ଆଇରନ ଓର ବ୍ଲକକୁ ୮୫.୦୨ କୋଟି ଟଙ୍କା, ପିଏମ୍‌ ଗ୍ରାନାଇଟ ଏକ୍ସପର୍ଟ ପ୍ରା.ଲିଃର ୭୩.୩୦୧ ହେକ୍ଟର ଜମିର କନ୍ଥେର-କୋଇଡା ମାଙ୍ଗାନିଜ ଖଣିକୁ ୩.୩୧ କୋଟି, ଜଗତଜନନୀ ସର୍ଭିସ ପ୍ରା.ଲିଃର ୭୩.୪୧୩ ହେକ୍ଟର ଜୁରୁରୀ ଆଇରନ ଓର ବ୍ଲକକୁ ୨୭୬.୭୪ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି।

ଅନ୍ୟପକ୍ଷେ ଓଡିଶା ମିନେରାଲ୍ସ ପ୍ରିଭେନସନ ଅଫ୍‌ ଥେପ୍ଟ, ସ୍ମଗ୍‌ଲିଂ (ଓଏମ୍‌ପିଟିଏସ୍‌) ଓ ଅନ୍ୟ ଖଣି ନିୟମକୁ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀ ତାରିଣୀ ମିନେରାଲ୍ସ, ଶ୍ରୀ ଡି.ଆର. ପଟ୍ଟନାୟକ, କସଭି ଇଣ୍ଟରନ୍ୟାଶନାଲ ପ୍ରା.ଲି., ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଏମ୍‌ଜି ମହାନ୍ତି ଓ ଏମ୍‌ଜିଏମ୍‌ ମିନେରାଲ୍ସଙ୍କ ନାମରେ ୧୨.୬୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ଏହି ଅର୍ଥକୁ ସମସ୍ତେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀମାନଙ୍କୁ ହାତ କରି ଆହୁରି ବିପୁଳ ପରିମାଣର ଖଣିଜ ପଦାର୍ଥ ଚୋରି ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏପରି କି ଏହି କାରବାରରେ ବହୁ ହଜାର କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଚୋରି ହୋଇଥିଲେ ହେଁ ଡିମାଣ୍ଡ ନୋଟିସ୍‌ ଅତି କମ୍‌ କରାଯାଇ ଲିଜ୍‌ଧାରୀମାନଙ୍କୁ ସୁରକ୍ଷା ଦିଆଯାଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍‌

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି...

ଲଳିତଗିରି ସୌନ୍ଦର୍ଯ୍ୟକରଣ ନାମରେ ଲୁଟ୍‌

ଚଣ୍ଡିଖୋଲ,୬।୨(ଡି.ଏନ.ଏ.): ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ। ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ, ଗବେଷକ ଓ...

ଠିକାଦାରଙ୍କୁ ଗୁଳିକରି ହତ୍ୟା

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୯ା୬(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଚଣ୍ଡେଶ୍ବର ଛକରେ ଜଣେ ଠିକାଦାରଙ୍କୁ...

କାଳୀମନ୍ଦିର ଚୋରି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା,୩୧ା୫(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ଏସ୍‌ପିଙ୍କ ବାସଭବନ ନିକଟରେ ଥିବା କାଳୀ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିଛି ପୋଲିସ। ଏନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା...

ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ...

ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି।...

୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା...

Advertisement
Archives

Model This Week