‘ଯୁଦ୍ଧ ଯନ୍ତ୍ରଣା ଆମଠାରୁ ଆପଣ ଅଧିକ ଜାଣିଥିବେ’

ନୂଆଦିଲ୍ଲୀ/ଟୋକିଓ,୨୦ା୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଶ୍ୱର ଅନେକ ବଡ଼ ବଡ଼ ନେତାଙ୍କୁ ଭେଟିଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କିଙ୍କୁ ମଧ୍ୟ ଭେଟିଛନ୍ତି। ଆଲୋଚନା ସମୟରେ ମୋଦି ଜେଲନ୍‌ସ୍କିଙ୍କୁ କହିଛନ୍ତି, ଯୁଦ୍ଧର ଯନ୍ତ୍ରଣା କ’ଣ ଆପଣ ଆମଠାରୁ ବେଶ୍‌ ଅଧିକ ଜାଣିଥିବେ। କାରଣ ବର୍ଷେରୁ ଊର୍ଦ୍ଧ୍ୱ ହେବ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ମୃତାହତ ହୋଇଥିବା ବେଳେ ବହୁ କିଛି କ୍ଷତି ଘଟିଛି। ୟୁକ୍ରେନ ଆମ ପାଇଁ ଏକ ମାନବିକତାର ପ୍ରସଙ୍ଗ। ଯୁଦ୍ଧର ସମାଧାନ ପାଇଁ ଯାହା କରିବାକୁ ପଡ଼ିବ ତାହା ଭାରତ କରିବାକୁ ରାଜି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?