ବଲିଉଡ୍‌ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍‌ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି।

ଏହି ତାଲିକାରେ ରୋହିତ ଶେଟ୍ଟୀଙ୍କ ନାମ ପ୍ରଥମ ସ୍ଥାନରେ ରହିଛି। ୨୦୦୩ରେ ଫିଲ୍ମ ‘ଜମିନ’ ସହିତ ନିର୍ଦ୍ଦେଶକ ଭାବରେ ରୋହିତ ତାଙ୍କର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ଭଲ କରିଥଲା। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ସେ ଏପର୍ଯ୍ୟନ୍ତ ୧୪ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁଥିରେ ସେ ୪ଟି ବ୍ଲକବଷ୍ଟର, ୨ଟି ସୁପରହିଟ୍‌ ଏବଂ ୪ଟି ହିଟ୍‌ ଫିଲ୍ମ ରହିଛି। ତାଙ୍କର ଏପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମ ଫ୍ଲପ୍‌ ଅଛି, ଯାହାର ନାମ ‘ସନ୍‌ଡେ’।

ରାଜକୁମାର ହିରାନୀ ମଧ୍ୟ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ସେ ୨୦୦୩ରେ ହିଟ୍‌ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମ ଦେଇଥିଲେ। ସେହିପରି ‘୩ ଇଡିଅଟ୍ସ’ ଏବଂ ‘ପି.କେ’ ତ’ପରେ ‘ସଞ୍ଜୁ’ ସୁପର ବ୍ଲକବଷ୍ଟର ହୋଇଛି। ରାଜକୁମାର ହିରାନୀ ବର୍ତ୍ତମାନ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଡଙ୍କି’ ଆଣୁଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଆଶା ରହିଛି।

ରାକେଶ ରୋଶନଙ୍କୁ କେବଳ ଜଣେ ଭଲ ଅଭିନେତା ନୁହନ୍ତି, ସେ ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ ଅଟନ୍ତ। ନିର୍ଦ୍ଦେଶକ ଭାବରେ ରାକେଶ ରୋଶନଙ୍କ ପ୍ରଥମ ଫିଲ୍ମ ଥିଲା ‘କିଙ୍ଗ ଅଙ୍କଲ’। ଏହା ପରେ ସେ ସଲମାନ ଏବଂ ଶାହାରୁଖ ଖାନଙ୍କ ସହ ‘କରଣ ଅର୍ଜୁନ’ ନିର୍ମାଣ କରିଥିଲେ। ଯାହା ଏକ ସୁପର ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ‘କହୋ ନା ପ୍ୟାର୍‌ ହୈ’ ଆଉ ଏକ ସୁପର ବ୍ଲକବଷ୍ଟର, ‘କୋଇ ମିଲ୍‌ ଗୟା’ ବି ସୁପରହିଟ୍‌ ହୋଇଥିଲା। ସେହିପରି ‘କ୍ରିଶ୍‌’ ମଧ୍ୟ ବ୍ଲକବଷ୍ଟର ଥିଲା। ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଫ୍ଲପ୍‌ ଫିଲ୍ମ ଅଛି, ଯାହାର ନାମ ‘କାଇଟ୍ସ’।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?