ବଲିଉଡ୍‌ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍‌ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି।

ଏହି ତାଲିକାରେ ରୋହିତ ଶେଟ୍ଟୀଙ୍କ ନାମ ପ୍ରଥମ ସ୍ଥାନରେ ରହିଛି। ୨୦୦୩ରେ ଫିଲ୍ମ ‘ଜମିନ’ ସହିତ ନିର୍ଦ୍ଦେଶକ ଭାବରେ ରୋହିତ ତାଙ୍କର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ବେଶ୍‌ ଭଲ କରିଥଲା। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ସେ ଏପର୍ଯ୍ୟନ୍ତ ୧୪ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁଥିରେ ସେ ୪ଟି ବ୍ଲକବଷ୍ଟର, ୨ଟି ସୁପରହିଟ୍‌ ଏବଂ ୪ଟି ହିଟ୍‌ ଫିଲ୍ମ ରହିଛି। ତାଙ୍କର ଏପର୍ଯ୍ୟନ୍ତ କେବଳ ଗୋଟିଏ ଫିଲ୍ମ ଫ୍ଲପ୍‌ ଅଛି, ଯାହାର ନାମ ‘ସନ୍‌ଡେ’।

ରାଜକୁମାର ହିରାନୀ ମଧ୍ୟ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ସେ ୨୦୦୩ରେ ହିଟ୍‌ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମ ଦେଇଥିଲେ। ସେହିପରି ‘୩ ଇଡିଅଟ୍ସ’ ଏବଂ ‘ପି.କେ’ ତ’ପରେ ‘ସଞ୍ଜୁ’ ସୁପର ବ୍ଲକବଷ୍ଟର ହୋଇଛି। ରାଜକୁମାର ହିରାନୀ ବର୍ତ୍ତମାନ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଡଙ୍କି’ ଆଣୁଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଆଶା ରହିଛି।

ରାକେଶ ରୋଶନଙ୍କୁ କେବଳ ଜଣେ ଭଲ ଅଭିନେତା ନୁହନ୍ତି, ସେ ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ ଅଟନ୍ତ। ନିର୍ଦ୍ଦେଶକ ଭାବରେ ରାକେଶ ରୋଶନଙ୍କ ପ୍ରଥମ ଫିଲ୍ମ ଥିଲା ‘କିଙ୍ଗ ଅଙ୍କଲ’। ଏହା ପରେ ସେ ସଲମାନ ଏବଂ ଶାହାରୁଖ ଖାନଙ୍କ ସହ ‘କରଣ ଅର୍ଜୁନ’ ନିର୍ମାଣ କରିଥିଲେ। ଯାହା ଏକ ସୁପର ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ‘କହୋ ନା ପ୍ୟାର୍‌ ହୈ’ ଆଉ ଏକ ସୁପର ବ୍ଲକବଷ୍ଟର, ‘କୋଇ ମିଲ୍‌ ଗୟା’ ବି ସୁପରହିଟ୍‌ ହୋଇଥିଲା। ସେହିପରି ‘କ୍ରିଶ୍‌’ ମଧ୍ୟ ବ୍ଲକବଷ୍ଟର ଥିଲା। ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଫ୍ଲପ୍‌ ଫିଲ୍ମ ଅଛି, ଯାହାର ନାମ ‘କାଇଟ୍ସ’।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri