ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ

ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି ଟାଣୁଛି ତଳକୁ, ଖୁବ୍‌ ତଳକୁ ତଥାପି ମରିବା ପର୍ଯ୍ୟନ୍ତ ବଞ୍ଚତ୍ବାକୁ ହେବ – ଏହା ହେଉଛି ଆଜିର ଆହ୍ବାନ।
ପୋଷ୍ଟ ଅଫିସରେ ଚିଠିଟିଏ ରେଜିଷ୍ଟ୍ରେଶନ କରିବା ପାଇଁ ନିୟମ ଅନୁଯାୟୀ ଦୂରତାରେ ରହି ଅପେକ୍ଷା କରିବାକୁ ହେବ। ପୋଷ୍ଟ ଅଫିସ ସମ୍ପୃକ୍ତ ଅଧିକାରୀ ଚିଠିଟିର ଓଜନ ଦେଖିବା, ପଇସା ଗଣିବା, ତତ୍‌ସଂଲଗ୍ନ କମ୍ପ୍ୟୁଟର କାର୍ଯ୍ୟ କରିବାରେ ତିଳେ ମାତ୍ର ବିରକ୍ତ ହେଉ ନାହାନ୍ତି। ଏଥିପାଇଁ ତାଙ୍କୁ କେହି ପ୍ରଶଂସା କରୁନାହିଁ। ହଠାତ୍‌ ଜଣେ କହିଲେ – ସାର୍‌ ଆପଣଙ୍କ କର୍ମମୟ ଜୀବନକୁ ଦେଖି ଆନନ୍ଦ ଲାଗୁଛି। ହସି ହସି ପୋଷ୍ଟ ଅଫିସ ଅଧିକାରୀ ଉତ୍ତର ଦେଲେ – ଏଇଟା ତ ଜୀବନ। ଦୂରରେ ରହି ଜଣେ କିଛି କହିବାକୁ ଚାହୁଁଥିଲେ ମାତ୍ର ତାହା ସମ୍ଭବପର ହେଲା ନାହିଁ। କାର୍ଯ୍ୟ ସାରି ଫେରି ଆସୁଥିବା ବ୍ୟକ୍ତିଙ୍କୁ ସେ ପଚାରିଲେ – ସେହି କିରାଣିଙ୍କୁ ପ୍ରଶଂସା କରି କ’ଣ ପାଇଲେ? ସଙ୍ଗେ ସଙ୍ଗେ ଲୋକଟି ଉତ୍ତର ଦେଲେ – କୌଣସି ସ୍ବାର୍ଥ ନ ଥାଇ ମଧ୍ୟ ପ୍ରଶଂସା କଲେ ଉଭୟଙ୍କ ମନରେ ଶାନ୍ତି ଆସିଥାଏ। ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରୁଥିଲେ ସେ ଜଣେ ଉଚ୍ଚ ସ୍ତରର ମଣିଷ।
କରୋନା ଭୟରେ ମଣିଷ ଅନ୍ୟ ଜୀବ ଭଳି ଅନ୍ନମୟ ଓ ପ୍ରାଣମୟ କୋଷରେ ଛନ୍ଦି ହୋଇଯାଉଛି। ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଆମ ଜୀବନର ପ୍ରତି ମୁହୂର୍ତ୍ତକୁ ପୂର୍ଣ୍ଣ ମାତ୍ରାରେ ସୂକ୍ଷ୍ମ ଦୃଷ୍ଟି ସହିତ ନୂତନ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରି ଉନ୍ନୀତ କରାଇବାକୁ ହେବ। ସଂସାରର ପଣ୍ୟ ବଜାରରେ ଆମେ ହଜିଯାଉଛୁ। ଆମର ଦରକାରୀ ଜିନିଷ କମ୍‌ କରିବା, ଆମର ବୋଝ୍‌ ହାଲୁକା କରିବା, ଆମର ଆଦର୍ଶ ବଢ଼ାଇ ଦେବା ଏହିସବୁ ସତ୍ତ୍ୱେ ଆମର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ଟିକେଟ ରହିଛି। ଆମ ସହିତ ରହିଛି ସନ୍ତୋଷର ଟିକେଟ। ଅଳ୍ପ ଜିନିଷ ଯାହା ଜନ୍ମ ସମୟରେ ଲିଖିତ ଭାବରେ ପ୍ରଭୁ ଦେଇଛନ୍ତି ତାହା ହିଁ ଲିଖିତ ହୋଇ ରହିବ।
ଆଜିକୁ ତିନି ହଜାର ବର୍ଷ ପୂର୍ବେ ଅଗ୍ନିକୁ ପୂଜା କରୁଥିବା ଲୋକମାନଙ୍କୁ ଜୋରଷ୍ଟାର ଯାହା କହିଥିଲେ ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ଚାଇନାର କନ୍‌ଫୁସିୟସ ଚାଇନାର ଲୋକମାନଙ୍କୁ ଯାହା ଶୁଣାଇଛନ୍ତି, ଯିଶୁଖ୍ରୀଷ୍ଟଙ୍କର ପାଞ୍ଚ ଶହ ବର୍ଷ ପୂର୍ବରୁ ବୁଦ୍ଧଦେବ ଭାରତବାସୀଙ୍କୁ ଯେଉଁ କଥା କହିଥିଲେ, ନିଜେ ଯିଶୁଖ୍ରୀଷ୍ଟ ସେଇଭଳି କହିଥିଲେ। ତାଙ୍କର କଥା – ଅନ୍ୟମାନଙ୍କୁ ଭଲ ବ୍ୟବହାର କରି, ପରର ଦୁଃଖକୁ ଆପଣାର ଦୁଃଖ ବୋଲି ମନେକରି, ଆପଣାର ଦୁଃଖକୁ ବୃଦ୍ଧି କରି ପରକୁ ସୁଖୀ କର ଓ ଆନନ୍ଦିତ ହୁଅ।
ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠପଢ଼ିବାର ଯେଉଁ ବୋଝ ତାହାର ଲାଘବ ନିମିତ୍ତ ବିଚାର କରୁଛନ୍ତି। ଜୀବନଯାତ୍ରାକୁ ହାଲୁକା ଭାବରେ ଆଗେଇ ନେବାକୁ ବହୁ ଯୋଜନା ନିର୍ମାଣ ଚାଲିଛି। ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଦାନଗୁଡ଼ିକ ଭଗବାନଙ୍କ ସନ୍ତାନ ନିମିତ୍ତ ବ୍ୟବହାର କରିବାକୁ ରହିଛି।
ଜୀବନର ଆହ୍ବାନକୁ କେତେକ ସମ୍ମୁଖୀନ କରିପାରନ୍ତି ନାହିଁ। ବଞ୍ଚତ୍ବା ମରିବା ଭିତରେ ଲୋକ କାର୍ଯ୍ୟ କ୍ଷମତା ହରାଇଲେ କେବଳ ମାତ୍ର ମୁହୂର୍ତ୍ତକ ମଧ୍ୟରେ ସେ ସମସ୍ତ ଛାଡ଼ି ଚାଲିଯାଏ। ବାହାରୁ ଆଣି ବୋଝାଇ କରିବା ପୁଣି ଘରେ ନେଇ ଖଲାସ କରିବା ଏଇ ରଖିବାର ଗଣ୍ଡଗୋଳ ଭିତରେ ସମୟ ଚାଲିଯାଉଛି।
ଜୀବନଟାକୁ ଏତେ ଜୋରରେ ଜାବୁଡ଼ି ଧରୁଛୁଁ ମାତ୍ର ସେ ଚାଲିଯିବ କ’ଣ ପାଇଁ ଏହା ମଧ୍ୟ ଜଣାନାହିଁ। କରୋନା ଆସି ଘରେ ଘରେ ପଶିଯାଉଛି ଆଉ କିଛି ଶିଖାଇ ଦେଉଛି। ସେହି ଶିକ୍ଷା ଆଧ୍ୟାମତ୍ିକ ଶିକ୍ଷା। ଏଇ ପରିସ୍ଥିତିରେ ନୈତିକ ନିୟମାବଳୀ ତିଆରି କରିବା ଏବଂ ମାନିବା ହେଉଛି ମନୁଷ୍ୟର ସମସ୍ୟା। କୋଭିଡ୍‌-୧୯ର ଭୟ ଭିତରେ ଆଧ୍ୟାମତ୍ିକତାକୁ ଏଡ଼ାଇ ଦେଇହେବ ନାହିଁ କାରଣ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚତ୍ବାକୁ ଚାହୁଁଥିବାରୁ ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କୁ ଧ୍ୟାନ କରିବା ଦ୍ୱାର ସମସାମୟିକ ପରିସ୍ଥିତି ଶୃଙ୍ଖଳାଭିତରେ ସ୍ଥିର ହୋଇଯିବ।
ଖେଳପଡ଼ିଆରେ ଦର୍ଶକ ମଣ୍ଡଳୀ ଓ ଖେଳାଳି ଏତେତେଣେ ବୁଲିବା ସମୟରେ ସିଟି ଶବ୍ଦ ଶୁଣି ଯେ ଯେଉଁ ସ୍ଥାନରେ ସ୍ଥିର ହୋଇଗଲା ଭଳି ଆମକୁ ବଞ୍ଚତ୍ବା ପର୍ଯ୍ୟନ୍ତ କୋଭିଡ୍‌-୧୯ ସିଟିର ଶବ୍ଦ ଆମ ପାଇଁ ଏକ ଆମତ୍ ଶୃଙ୍ଖଳିତ ଶବ୍ଦ, ଯାହା ଅନ୍ତର ମଧ୍ୟରୁ ଉଦ୍‌ବୁଦ୍ଧି, ବାହ୍ୟ ବାଧ୍ୟତାରେ ନୁହେଁ।
ମୋ-୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri