Posted inUncategorized

ମୁହଁ ନ ଖୋଲି ବି କରିହେବ କଥାବାର୍ତ୍ତା

ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ, ଆପଣ ଜଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିବେ, ହେଲେ ପାଖରେ ଅନ୍ୟ ଲୋକ ଥିବାରୁ କହିପାରୁ ନ ଥିବେ। ଏମିତିରେ ଭାରି ବ୍ୟସ୍ତ ଲାଗେ। କଥା ଜରୁରୀ ହୋଇଥିଲେ ବି କହି ହେବ ନାହିଁ। ଏଭଳି ସ୍ଥିତିକୁ ନଜରରେ ରଖି ମାସାଚୁସିଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନଲୋଜିର ଜଣେ ଅନୁସନ୍ଧାନକର୍ତ୍ତା ତିଆରି କରିଛନ୍ତି ଏଭଳି ଏକ ଡିଭାଇସ୍‌ ଯେଉଁଥିରେ ଆପଣ ପାଟି ନ ଖୋଲି ଅନ୍ୟ ଜଣଙ୍କ ସହ କଥା ହୋଇପାରିବେ। ଅର୍ଥାତ୍‌ ଏହି ଡିଭାଇସ୍‌ ଦ୍ୱାରା ପାଖପାଖି ଦୁଇଜଣ ବ୍ୟକ୍ତିଙ୍କ ମନର କଥାକୁ ଉଭୟେ ଜାଣିପାରିବେ। ଏହି ମେସିନ ମସ୍ତିସ୍କ ପଢି ନ ଥାଏ ବରଂ ସବ୍‌ଭୋକାଲାଇଜେସନ୍‌ ଆଧାରରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବାର୍ତ୍ତା ସଂଚାର କରିବ। ସାଧାରଣତଃ ଆମେ ଯେତେବେଳେ କୌଣସି ଶବ୍ଦକୁ ମସ୍ତିସ୍କରେ ଭାବୁ ସେହି ସମୟରେ ଆମ ପାଟିରେ ବହୁତ ଛୋଟ ଓ ଅଦୃଶ୍ୟ ମୁଭମେଣ୍ଟ ହୋଇଥାଏ। ଯାହାକୁ ସବ୍‌ଭୋକାଲାଇଜେସନ୍‌ କୁହାଯାଏ। ଅର୍ଥାତ୍‌ ଯଦି କେହି ମନ ଭିତରେ ବା ଆନ୍ତରିକଭାବେ କୌଣସି ଶବ୍ଦ କହିବାକୁ ଚେଷ୍ଟା କରନ୍ତି ସେତେବେଳେ ଚେହେରାର ତଳଭାଗ ଏବଂ ବେକର ତ୍ୱଚାରେ ଯେଉଁ ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୁଏ ତାକୁ ଉକ୍ତ ହେଡସେଟ୍‌ ପରି ପିନ୍ଧାଯାଉଥିବା ଯନ୍ତ୍ର ମାଧ୍ୟମରେ ପଢି ହେବ। ଆଉ ଜାଣିହେବ ଶବ୍ଦଟି କଣ। ଏହି ଯନ୍ତ୍ରର ନାମ ହେଉଛି ‘ଅଲ୍ଟରଇଗୋ’।


Enter your email to get our daily news in your inbox.

All Right Reserved By Dharitri.Com

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କ ଗର୍ଭବତୀ ହେବାରୁ…

ବ୍ରହ୍ମପୁର,୩୦ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ରୋହିତଲାଲ ପଣ୍ଡା ବୁଧବାର ଜଣେ ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦…

ଭୂମିକମ୍ପ ପରେ ମାଡ଼ି ଆସୁଛି ସମୁଦ୍ର

ଟୋକିଓ,୨୦।୪: ଜାପାନରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଜାପାନର ଉପକୂଳରେ ଏହି…

ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୧୬ମୃତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଚେନ୍ନାଇ,୧୯ା୪: ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି ୟୁନିଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ…

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri