ଅଷ୍ଟ୍ରିଚ୍‌ ଭଳି ତୁମେ ମୁହଁ ପୋତିପାରିବ

ନୂଆଦିଲ୍ଲୀ,୫ା୫: ତୁମେ ଅଷ୍ଟ୍ରିଚ୍‌ (ଓଟପକ୍ଷୀ) ଭଳି ବାଲିରେ ମୁଣ୍ଡ ପୋତିପାରିବ। କିନ୍ତୁ ଆମେ ପାରିବୁ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀରେ ମେଡିକାଲ ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଜାତୀୟ ରାଜଧାନୀକୁ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଇବା ପାଇଁ ଏପ୍ରିଲ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର ମାତ୍ର ୪୯୦ ମେଟ୍ରିକ୍‌ ଟନ୍‌ ଯୋଗାଉଛନ୍ତି। ଏଥିଲାଗି କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ମାମଲା କାହିଁକି ରୁଜୁ କରାଯିବ ନାହିଁ ବୋଲି ପ୍ରଶ୍ନ କରି ଦିଲ୍ଲୀ ହାଇକୋର୍ଟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ଯେକୌଣସି ପ୍ରକାରେ ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ତରଳ ମେଡିକାଲ ଅକ୍ସିଜେନ ଯୋଗାଇଦେଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ବିପିନ ସାଂଘି ଓ ରେଖା ପାଲ୍ଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଦିଲ୍ଲୀକୁ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦିଆଯାଉ ନ ଥିବା ଆମ ଗୋଚରକୁ ଆସିଛି। ଏପରି କି ଦିନେ ହେଲେ ଧାର୍ଯ୍ୟ ଆବଣ୍ଟନ(କୋଟା) ଅନୁସାରେ ଅକ୍ସିଜେନ ଦିଆଯାଇ ନାହିଁ। ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଧାର୍ଯ୍ୟ ପରିମାଣର ଯୋଗାଣରେ କେନ୍ଦ୍ର ବିଫଳ ହୋଇଛି। ଏଥିସହ ଓଲଟା ସୁପ୍ରିମକୋର୍ଟରେ ବୁଧବାର ସତ୍ୟପାଠ ଦାଖଲ କରିବ ବୋଲି କହିଛି। ଅକ୍ସିଜେନ ଯୋଗାଇପାରି ନ ଥିବାବେଳେ ସତ୍ୟପାଠ ଦାଖଲର ଯଥାର୍ଥତା କ’ଣ? ମେ’ ୧ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ କେନ୍ଦ୍ର ମାନିନାହିଁ। କେନ୍ଦ୍ର ସରକାର ଓଟପକ୍ଷୀ ଭଳି ବାଲିରେ ମୁଣ୍ଡ ଲୁଚାଇ ରହିପାରିବେ। କିନ୍ତୁ ଆମେ ସେପରି କରିପାରିବୁ ନାହିଁ। କେନ୍ଦ୍ର ସରକାର ଦିଲ୍ଲୀର ଏକ ଅଂଶ ଏବଂ ସହରର ସ୍ଥିତି ନିଜେ ଦେଖୁଛନ୍ତି। ସରକାର କଠୋର ବାସ୍ତବ ଜୀବନରୁ ଅପସରି ନିଭୃତ କକ୍ଷରେ ରହୁଛନ୍ତି କି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କେନ୍ଦ୍ର ବାଢ଼ୁଥିବା ଯୁକ୍ତି ସହ ଆମେ ସହମତ ନୋହୁଁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ, ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ କେନ୍ଦ୍ର ଯୋଗାଇବା ଜରୁରୀ। ଏବେ ଆମେ ମଧ୍ୟ ସମାନ ନିର୍ଦ୍ଦେଶ ଦେଉଛୁ। କେନ୍ଦ୍ର ସରକାର ଯେକୌଣସି ପ୍ରକାରେ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଇଦିଅନ୍ତୁ। ବାହାନା ଚଳିବ ନାହିଁ। ଆମେ ଅନ୍ୟ କିଛି ଶୁଣିବାକୁ ପ୍ରସ୍ତୁତ ନାହୁଁ। ଅକ୍ସିଜେନ ଯୋଗାଇବାରେ ବିଫଳ ହେଲେ ଅବମାନନା ହିଁ ଶେଷ ବିକଳ୍ପ ବୋଲି ଆମେ ପୂର୍ବରୁ ସତର୍କ କରାଇଥିଲୁ। ଆମକୁ ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରନ୍ତୁ ନାହିଁ। ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମାଙ୍କୁ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ୫ ଘଣ୍ଟା ଧରି ଚାଲିଥିବା ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ଭାବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ କରି ନ ଥିବାରୁ ଅବମାନନା ମାମଲା କାହିଁକି ରୁଜୁ ହେବ ନାହିଁ ସେନେଇ କେନ୍ଦ୍ର ସରକାର ଜବାବ ଦାଖଲ କରନ୍ତୁ। ବୁଧବାର ଅଦାଲତରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ପୀୟୂଷ ଗୋୟଲ(ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ) ଓ ସୁମିତ୍ରା ଡବ୍‌ରା(ଶିଳ୍ପ ବିଭାଗ ଅତିରିକ୍ତ ସଚିବ)ଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

‘ରାତ୍ର କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ କାମକୁ ନୁହେଁ’

ଭାରତରେ ଏବେ କୋଭିଡ୍‌-୧୯ ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବାବେଳେ ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। ଯଦି ଭୂତାଣୁର ବିବର୍ତ୍ତନ ଜାରି ରହେ ଏବଂ ଏହା ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିବା କ୍ଷମତା ପାଇଯାଏ, ତେବେ ତୃତୀୟ ଲହର ଆସିବାର ଯଥେଷ୍ଟ ଆଶଙ୍କା ରହିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ମଙ୍ଗଳବାର କହିଛନ୍ତି। କେତେକ ରାଜ୍ୟ ସଂକ୍ରମଣ ରୋକିବା ଲାଗି ରାତ୍ର କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ଗୁଲେରିଆ ଏହାକୁ ନାପସନ୍ଦ କରିଛନ୍ତି। କାରଣ ଏଭଳି କଟକଣା ବିଶେଷ କାମ କରି ନ ଥାଏ। ସଂକ୍ରମଣ ରୋକିବାକୁ ହେଲେ ଏକ ଦୀର୍ଘମିଆଦୀ ଲକ୍‌ଡାଉନର ଆବଶ୍ୟକତା ଥିବା ସେ କହିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ୩ଟି ଜିନିଷ ଆବଶ୍ୟକ। ପ୍ରଥମ ହେଲା ହସ୍ପିଟାଲ ଭିତ୍ତିଭୂମିର ବିକାଶ, ଦ୍ୱିତୀୟରେ ସଂକ୍ରମଣର ଦ୍ରୁତ ହ୍ରାସ ପାଇଁ ବଳିଷ୍ଠ ପଦକ୍ଷେପ ଏବଂ ତୃତୀୟରେ ସମସ୍ତଙ୍କୁ ଟିକାକରଣ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ସବୁଠୁ ବଡ଼ କଥା। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ଜରୁରୀ ବୋଲି ଡ. ଗୁଲେରିଆ କହିଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ ବରିଷ୍ଠ ନାଗରିକ ଅଧିକ ଆକ୍ରାନ୍ତ ହେଉଥିଲେ। ଦ୍ୱିତୀୟ ଲହରରେ ଯୁବବର୍ଗ ସଂକ୍ରମିତ ହେଲେ। ଆଗାମୀ ସେପ୍ଟେମ୍ବର ବେଳକୁ ଆସିବାକୁ ଥିବା ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଥିପାଇଁ ଶିଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଶିଶୁରୋଗ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟିକା ନେଇ ନ ଥିବା ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ତୃତୀୟ ଲହର ଅଧିକ ଗୁରୁତର ସ୍ଥିତି ସୃଷ୍ଟି କରିବ ବୋଲି ସେମାନେ ଚେତାଇ ଦେଇଛନ୍ତି। ସବୁଠୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେରେ ଅନେକ କମ୍‌ ବୟସ୍କ କୋଭିଡରେ ସଂକ୍ରମିତ ହେଲେଣି। ଏହାକୁ ରୋକିବାକୁ ହେଲେ ଶିଶୁମାନଙ୍କୁ ଟିକା ଦିଆଯିବା ଜରୁରୀ ବୋଲି ଜିଏମ୍‌ସିଏଚ୍‌ର ଶିଶୁ ରୋଗ ବିଭାଗ ମୁଖ୍ୟ ଡ. ଦୀପ୍ତି ଜୈନ କହିଛନ୍ତି। ମୁମ୍ବାଇରେ ଇତିମଧ୍ୟରେ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେଠାରେ ପେଡିଆଟ୍ରିକ୍‌ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ସାଙ୍ଗକୁ ସେଥିରେ ଅକ୍ସିଜେନ୍‌ ବେଡ୍‌ ଏବଂ ଆଇସିୟୁ ବେଡ୍‌ ବ୍ୟବସ୍ଥା ହେବାକୁ ଯାଉଛି। ଏଥିସହିତ ମୁମ୍ବାଇରେ ଏକ କ୍ରେଚ୍‌ ନେଟଓ୍ବର୍କ ପାଇଁ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅତିରିକ୍ତ ମ୍ୟୁନିସିପାଲ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri