ଅଷ୍ଟ୍ରିଚ୍‌ ଭଳି ତୁମେ ମୁହଁ ପୋତିପାରିବ

ନୂଆଦିଲ୍ଲୀ,୫ା୫: ତୁମେ ଅଷ୍ଟ୍ରିଚ୍‌ (ଓଟପକ୍ଷୀ) ଭଳି ବାଲିରେ ମୁଣ୍ଡ ପୋତିପାରିବ। କିନ୍ତୁ ଆମେ ପାରିବୁ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀରେ ମେଡିକାଲ ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଜାତୀୟ ରାଜଧାନୀକୁ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଇବା ପାଇଁ ଏପ୍ରିଲ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ର ସରକାର ମାତ୍ର ୪୯୦ ମେଟ୍ରିକ୍‌ ଟନ୍‌ ଯୋଗାଉଛନ୍ତି। ଏଥିଲାଗି କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ମାମଲା କାହିଁକି ରୁଜୁ କରାଯିବ ନାହିଁ ବୋଲି ପ୍ରଶ୍ନ କରି ଦିଲ୍ଲୀ ହାଇକୋର୍ଟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ଯେକୌଣସି ପ୍ରକାରେ ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ତରଳ ମେଡିକାଲ ଅକ୍ସିଜେନ ଯୋଗାଇଦେଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍‌ ବିପିନ ସାଂଘି ଓ ରେଖା ପାଲ୍ଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଦିଲ୍ଲୀକୁ ଆବଶ୍ୟକ ଅକ୍ସିଜେନ ଯୋଗାଇ ଦିଆଯାଉ ନ ଥିବା ଆମ ଗୋଚରକୁ ଆସିଛି। ଏପରି କି ଦିନେ ହେଲେ ଧାର୍ଯ୍ୟ ଆବଣ୍ଟନ(କୋଟା) ଅନୁସାରେ ଅକ୍ସିଜେନ ଦିଆଯାଇ ନାହିଁ। ଦିଲ୍ଲୀକୁ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଧାର୍ଯ୍ୟ ପରିମାଣର ଯୋଗାଣରେ କେନ୍ଦ୍ର ବିଫଳ ହୋଇଛି। ଏଥିସହ ଓଲଟା ସୁପ୍ରିମକୋର୍ଟରେ ବୁଧବାର ସତ୍ୟପାଠ ଦାଖଲ କରିବ ବୋଲି କହିଛି। ଅକ୍ସିଜେନ ଯୋଗାଇପାରି ନ ଥିବାବେଳେ ସତ୍ୟପାଠ ଦାଖଲର ଯଥାର୍ଥତା କ’ଣ? ମେ’ ୧ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ କେନ୍ଦ୍ର ମାନିନାହିଁ। କେନ୍ଦ୍ର ସରକାର ଓଟପକ୍ଷୀ ଭଳି ବାଲିରେ ମୁଣ୍ଡ ଲୁଚାଇ ରହିପାରିବେ। କିନ୍ତୁ ଆମେ ସେପରି କରିପାରିବୁ ନାହିଁ। କେନ୍ଦ୍ର ସରକାର ଦିଲ୍ଲୀର ଏକ ଅଂଶ ଏବଂ ସହରର ସ୍ଥିତି ନିଜେ ଦେଖୁଛନ୍ତି। ସରକାର କଠୋର ବାସ୍ତବ ଜୀବନରୁ ଅପସରି ନିଭୃତ କକ୍ଷରେ ରହୁଛନ୍ତି କି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କେନ୍ଦ୍ର ବାଢ଼ୁଥିବା ଯୁକ୍ତି ସହ ଆମେ ସହମତ ନୋହୁଁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ, ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ କେନ୍ଦ୍ର ଯୋଗାଇବା ଜରୁରୀ। ଏବେ ଆମେ ମଧ୍ୟ ସମାନ ନିର୍ଦ୍ଦେଶ ଦେଉଛୁ। କେନ୍ଦ୍ର ସରକାର ଯେକୌଣସି ପ୍ରକାରେ ୭୦୦ ମେଟ୍ରିକ୍‌ ଟନ୍‌ ଅମ୍ଳଜାନ ଯୋଗାଇଦିଅନ୍ତୁ। ବାହାନା ଚଳିବ ନାହିଁ। ଆମେ ଅନ୍ୟ କିଛି ଶୁଣିବାକୁ ପ୍ରସ୍ତୁତ ନାହୁଁ। ଅକ୍ସିଜେନ ଯୋଗାଇବାରେ ବିଫଳ ହେଲେ ଅବମାନନା ହିଁ ଶେଷ ବିକଳ୍ପ ବୋଲି ଆମେ ପୂର୍ବରୁ ସତର୍କ କରାଇଥିଲୁ। ଆମକୁ ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରନ୍ତୁ ନାହିଁ। ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମାଙ୍କୁ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ୫ ଘଣ୍ଟା ଧରି ଚାଲିଥିବା ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ଭାବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ କରି ନ ଥିବାରୁ ଅବମାନନା ମାମଲା କାହିଁକି ରୁଜୁ ହେବ ନାହିଁ ସେନେଇ କେନ୍ଦ୍ର ସରକାର ଜବାବ ଦାଖଲ କରନ୍ତୁ। ବୁଧବାର ଅଦାଲତରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ପୀୟୂଷ ଗୋୟଲ(ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ) ଓ ସୁମିତ୍ରା ଡବ୍‌ରା(ଶିଳ୍ପ ବିଭାଗ ଅତିରିକ୍ତ ସଚିବ)ଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

‘ରାତ୍ର କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ କାମକୁ ନୁହେଁ’

ଭାରତରେ ଏବେ କୋଭିଡ୍‌-୧୯ ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବାବେଳେ ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। ଯଦି ଭୂତାଣୁର ବିବର୍ତ୍ତନ ଜାରି ରହେ ଏବଂ ଏହା ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିବା କ୍ଷମତା ପାଇଯାଏ, ତେବେ ତୃତୀୟ ଲହର ଆସିବାର ଯଥେଷ୍ଟ ଆଶଙ୍କା ରହିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ମଙ୍ଗଳବାର କହିଛନ୍ତି। କେତେକ ରାଜ୍ୟ ସଂକ୍ରମଣ ରୋକିବା ଲାଗି ରାତ୍ର କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ଗୁଲେରିଆ ଏହାକୁ ନାପସନ୍ଦ କରିଛନ୍ତି। କାରଣ ଏଭଳି କଟକଣା ବିଶେଷ କାମ କରି ନ ଥାଏ। ସଂକ୍ରମଣ ରୋକିବାକୁ ହେଲେ ଏକ ଦୀର୍ଘମିଆଦୀ ଲକ୍‌ଡାଉନର ଆବଶ୍ୟକତା ଥିବା ସେ କହିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ୩ଟି ଜିନିଷ ଆବଶ୍ୟକ। ପ୍ରଥମ ହେଲା ହସ୍ପିଟାଲ ଭିତ୍ତିଭୂମିର ବିକାଶ, ଦ୍ୱିତୀୟରେ ସଂକ୍ରମଣର ଦ୍ରୁତ ହ୍ରାସ ପାଇଁ ବଳିଷ୍ଠ ପଦକ୍ଷେପ ଏବଂ ତୃତୀୟରେ ସମସ୍ତଙ୍କୁ ଟିକାକରଣ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ସବୁଠୁ ବଡ଼ କଥା। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ଜରୁରୀ ବୋଲି ଡ. ଗୁଲେରିଆ କହିଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ ବରିଷ୍ଠ ନାଗରିକ ଅଧିକ ଆକ୍ରାନ୍ତ ହେଉଥିଲେ। ଦ୍ୱିତୀୟ ଲହରରେ ଯୁବବର୍ଗ ସଂକ୍ରମିତ ହେଲେ। ଆଗାମୀ ସେପ୍ଟେମ୍ବର ବେଳକୁ ଆସିବାକୁ ଥିବା ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଥିପାଇଁ ଶିଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଶିଶୁରୋଗ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟିକା ନେଇ ନ ଥିବା ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ତୃତୀୟ ଲହର ଅଧିକ ଗୁରୁତର ସ୍ଥିତି ସୃଷ୍ଟି କରିବ ବୋଲି ସେମାନେ ଚେତାଇ ଦେଇଛନ୍ତି। ସବୁଠୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେରେ ଅନେକ କମ୍‌ ବୟସ୍କ କୋଭିଡରେ ସଂକ୍ରମିତ ହେଲେଣି। ଏହାକୁ ରୋକିବାକୁ ହେଲେ ଶିଶୁମାନଙ୍କୁ ଟିକା ଦିଆଯିବା ଜରୁରୀ ବୋଲି ଜିଏମ୍‌ସିଏଚ୍‌ର ଶିଶୁ ରୋଗ ବିଭାଗ ମୁଖ୍ୟ ଡ. ଦୀପ୍ତି ଜୈନ କହିଛନ୍ତି। ମୁମ୍ବାଇରେ ଇତିମଧ୍ୟରେ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେଠାରେ ପେଡିଆଟ୍ରିକ୍‌ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ସାଙ୍ଗକୁ ସେଥିରେ ଅକ୍ସିଜେନ୍‌ ବେଡ୍‌ ଏବଂ ଆଇସିୟୁ ବେଡ୍‌ ବ୍ୟବସ୍ଥା ହେବାକୁ ଯାଉଛି। ଏଥିସହିତ ମୁମ୍ବାଇରେ ଏକ କ୍ରେଚ୍‌ ନେଟଓ୍ବର୍କ ପାଇଁ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଅତିରିକ୍ତ ମ୍ୟୁନିସିପାଲ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri