ଦମକଳ କେନ୍ଦ୍ର ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣରେ ଅନିୟମିତତା: ବର୍ଷକ ପରେ ତଦନ୍ତ ଆରମ୍ଭ

କପ୍ତିପଦା,୫।୫(ଡି.ଏନ.ଏ)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଞ୍ଚଳରେ ଥିବା ଦମକଳ କେନ୍ଦ୍ରର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ତତ୍କାଳୀନ ବାଲେଶ୍ୱର ଜୋନ ଡିଏଫ୍‌ଓ ପୁରନ ସରେନ ଅଭିଯୋଗ କରିଥିଲେ। ଅଟକଳକୁ ଅଣଦେଖା କରି ବ୍ୟାପକ ଅନିୟମିତତା କରାଯାଇଥିବା ସରେନ ଅଭଯୋଗ ଉଠାଇଥିଲେ । ଅଭିଯୋଗର ବର୍ଷକ ପରେ ମଙ୍ଗଳବାର ବାଲେଶ୍ୱର ଜୋନ ଡିଏଫ୍‌ଓ ସତ୍ୟପିର ବେହେରା ତଦନ୍ତ କରି ଫେରିଛନ୍ତି । ତାଙ୍କ ସହିତ କଟକ ଡିଜି ଅଫିସରୁ ଜଣେ ଅଧିକାରୀ ମଧ୍ୟ ସାମିଲ ଥିଲେ।
୨୦୧୫ ଅକ୍ଟୋବାର ୧୯ରେ ଦମକଳ କେନ୍ଦ୍ର ସ୍ଥାପିତ ହୋଇଛି। କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ପାଇଁ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇ ନ ଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଫଳରେ ବିଭାଗ ପକ୍ଷରୁ କପ୍ତିପଦା ଦମକଳ କେନ୍ଦ୍ର ପରିସରରେ ୧କୋଟି ପାଖାପାଖି ଟଙ୍କାର ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇଛି। ଏହି କ୍ୱାର୍ଟର୍ସ ନିର୍ମାଣ ଓଡିଶା ପୋଲିସ ଷ୍ଟେଟ୍‌ ହାଉସିଂ ୱେଲଫେୟାର ପକ୍ଷରୁ କରାଯାଇଛି। ଅଭିଯୋଗ ଅନୁଯାୟୀ, କ୍ୱାର୍ଟର୍ସ ହସ୍ତାନ୍ତର ପୂର୍ବରୁ ପ୍ଲିିନ୍ଥରେ ଫାଟ ଦେଖାଦେବା ସହିତ ପ୍ଲାଷ୍ଟର ଝଡିଯାଇଥିଲା। ଅଟକଳ ଅନୁସାରେ ଶାଳ ପିଆଶାଳ କାଠରେ କବାଟ ଝରକା ଲାଗିବାକୁ ଥିବା ବେଳେ ତାହା ନିମ୍ନମାନର କାଠରେ ଲଗାଯାଇଛି। କ୍ୱାର୍ଟର୍ସ ଫ୍ଲୋରିଂ ମାର୍ବଲରେ ହେବାକୁ ଥିବା ବେଳେ ନିମ୍ନମାନର ଟାଇଲ ବ୍ୟବହାର କରାଯାଇଛି ା ପାଚେରୀରେ ଯେଉଁ ଗେଟ୍‌ ଲାଗିବା କଥା, ତାହା ଲାଗି ନାହିଁ ା ସଂଯୋଗୀକରଣ ରାସ୍ତାରେ ରିଟର୍ଣ୍ଣିଂ ଓ୍ବାଲ କରାଯାଇନାହିଁ। ସେହିପରି ୬ କୁଇଣ୍ଟାଲ ୬୫ କେଜି ଓଜନର ଗେଟ୍‌ ଲାଗିବାକୁ ଥିବା ବେଳେ ତାହା ୩ରୁ ୪ କୁଇଣ୍ଟାଲ ଓଜନର ଲାଗିିଥିବା ଅଭିଯୋଗରୁ ଜଣାଯାଇଛି ା କ୍ୱାର୍ଟର୍ସରେ ବ୍ୟବହୃତ ହୋଇଥିବା ଷ୍ଟିିଲ ରେଲିଂ ମଧ୍ୟ ନିମ୍ନମାନର ଲଗାଯାଇଛି। ଇଲେକ୍ଟ୍ରି ୱାରିଂରେ ନିମ୍ନମାନର ତାର, ସୁଇଚ୍‌ବୋର୍ଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଛି ା ଏତଦ୍‌ବ୍ୟତୀତ ଏତେ ଟଙ୍କାର କୋଠା ବଙ୍କା ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଛିି ା ସବୁଠାରୁ ବିସ୍ମୟ କଥା, ଯେଉଁ ସ୍ଥାନରେ କ୍ୱାର୍ଟର୍ସ ନିର୍ମାଣ ହୋଇଛି ସେ ସ୍ଥାନରେ ପୂର୍ବରୁ ଗୋଟିଏ ବି ଗଛ ନ ଥିବା ବେଳେ ଗଛକଟାରେ ୪୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି ା ଅଟକଳକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଥିବାରୁ କ୍ୱାର୍ଟର୍ସ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି ା ଏଣୁ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ା ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ସତ୍ୟପିିର ବେହେରାଙ୍କୁ ପଚାରିବାରୁ ସେ କହନ୍ତି, ହାଉସିଂ ବୋର୍ଡ କରିଛି, କାମ ସରିନି ଛୋଟ ମୋଟ କାମ କିଛି ବାକି ଅଛି, ସରୁ ଦେଖିବା କହି ଅନ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri