ଦମକଳ କେନ୍ଦ୍ର ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣରେ ଅନିୟମିତତା: ବର୍ଷକ ପରେ ତଦନ୍ତ ଆରମ୍ଭ

କପ୍ତିପଦା,୫।୫(ଡି.ଏନ.ଏ)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଞ୍ଚଳରେ ଥିବା ଦମକଳ କେନ୍ଦ୍ରର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ତତ୍କାଳୀନ ବାଲେଶ୍ୱର ଜୋନ ଡିଏଫ୍‌ଓ ପୁରନ ସରେନ ଅଭିଯୋଗ କରିଥିଲେ। ଅଟକଳକୁ ଅଣଦେଖା କରି ବ୍ୟାପକ ଅନିୟମିତତା କରାଯାଇଥିବା ସରେନ ଅଭଯୋଗ ଉଠାଇଥିଲେ । ଅଭିଯୋଗର ବର୍ଷକ ପରେ ମଙ୍ଗଳବାର ବାଲେଶ୍ୱର ଜୋନ ଡିଏଫ୍‌ଓ ସତ୍ୟପିର ବେହେରା ତଦନ୍ତ କରି ଫେରିଛନ୍ତି । ତାଙ୍କ ସହିତ କଟକ ଡିଜି ଅଫିସରୁ ଜଣେ ଅଧିକାରୀ ମଧ୍ୟ ସାମିଲ ଥିଲେ।
୨୦୧୫ ଅକ୍ଟୋବାର ୧୯ରେ ଦମକଳ କେନ୍ଦ୍ର ସ୍ଥାପିତ ହୋଇଛି। କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ପାଇଁ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇ ନ ଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଫଳରେ ବିଭାଗ ପକ୍ଷରୁ କପ୍ତିପଦା ଦମକଳ କେନ୍ଦ୍ର ପରିସରରେ ୧କୋଟି ପାଖାପାଖି ଟଙ୍କାର ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇଛି। ଏହି କ୍ୱାର୍ଟର୍ସ ନିର୍ମାଣ ଓଡିଶା ପୋଲିସ ଷ୍ଟେଟ୍‌ ହାଉସିଂ ୱେଲଫେୟାର ପକ୍ଷରୁ କରାଯାଇଛି। ଅଭିଯୋଗ ଅନୁଯାୟୀ, କ୍ୱାର୍ଟର୍ସ ହସ୍ତାନ୍ତର ପୂର୍ବରୁ ପ୍ଲିିନ୍ଥରେ ଫାଟ ଦେଖାଦେବା ସହିତ ପ୍ଲାଷ୍ଟର ଝଡିଯାଇଥିଲା। ଅଟକଳ ଅନୁସାରେ ଶାଳ ପିଆଶାଳ କାଠରେ କବାଟ ଝରକା ଲାଗିବାକୁ ଥିବା ବେଳେ ତାହା ନିମ୍ନମାନର କାଠରେ ଲଗାଯାଇଛି। କ୍ୱାର୍ଟର୍ସ ଫ୍ଲୋରିଂ ମାର୍ବଲରେ ହେବାକୁ ଥିବା ବେଳେ ନିମ୍ନମାନର ଟାଇଲ ବ୍ୟବହାର କରାଯାଇଛି ା ପାଚେରୀରେ ଯେଉଁ ଗେଟ୍‌ ଲାଗିବା କଥା, ତାହା ଲାଗି ନାହିଁ ା ସଂଯୋଗୀକରଣ ରାସ୍ତାରେ ରିଟର୍ଣ୍ଣିଂ ଓ୍ବାଲ କରାଯାଇନାହିଁ। ସେହିପରି ୬ କୁଇଣ୍ଟାଲ ୬୫ କେଜି ଓଜନର ଗେଟ୍‌ ଲାଗିବାକୁ ଥିବା ବେଳେ ତାହା ୩ରୁ ୪ କୁଇଣ୍ଟାଲ ଓଜନର ଲାଗିିଥିବା ଅଭିଯୋଗରୁ ଜଣାଯାଇଛି ା କ୍ୱାର୍ଟର୍ସରେ ବ୍ୟବହୃତ ହୋଇଥିବା ଷ୍ଟିିଲ ରେଲିଂ ମଧ୍ୟ ନିମ୍ନମାନର ଲଗାଯାଇଛି। ଇଲେକ୍ଟ୍ରି ୱାରିଂରେ ନିମ୍ନମାନର ତାର, ସୁଇଚ୍‌ବୋର୍ଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଛି ା ଏତଦ୍‌ବ୍ୟତୀତ ଏତେ ଟଙ୍କାର କୋଠା ବଙ୍କା ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଛିି ା ସବୁଠାରୁ ବିସ୍ମୟ କଥା, ଯେଉଁ ସ୍ଥାନରେ କ୍ୱାର୍ଟର୍ସ ନିର୍ମାଣ ହୋଇଛି ସେ ସ୍ଥାନରେ ପୂର୍ବରୁ ଗୋଟିଏ ବି ଗଛ ନ ଥିବା ବେଳେ ଗଛକଟାରେ ୪୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି ା ଅଟକଳକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ଥିବାରୁ କ୍ୱାର୍ଟର୍ସ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି ା ଏଣୁ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ା ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ସତ୍ୟପିିର ବେହେରାଙ୍କୁ ପଚାରିବାରୁ ସେ କହନ୍ତି, ହାଉସିଂ ବୋର୍ଡ କରିଛି, କାମ ସରିନି ଛୋଟ ମୋଟ କାମ କିଛି ବାକି ଅଛି, ସରୁ ଦେଖିବା କହି ଅନ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri