ପ୍ରାୟଶ୍ଚିତ୍ତ ଦିବସ ୟୋମ୍‌ କିପ୍ପୁର

ଜେରୁଜେଲମ, ୪ା୧୦:ୟୋମ୍‌ କପ୍ପୁର ହେଉଛି ଇହୁଦୀମାନଙ୍କ ପ୍ରାୟଶ୍ଚିତ୍ତର ଦିନ। ହେବୁ୍ର୍ୟ କ୍ୟାଲେଣ୍ଡର ଅନୁସାରେ, ଚଳିତ ବର୍ଷ ଏହା ଅକ୍ଟୋବର ୪ ସନ୍ଧ୍ୟାରେ ଆରମ୍ଭ ହୋଇ ୫ ସନ୍ଧ୍ୟାରେ ଶେଷ ହେବ। ଏହି ୨୫ ଘଣ୍ଟା ମଧ୍ୟରେ ଇହୁଦୀ ଧର୍ମାବଲମ୍ବୀ ଉପବାସ କରି ପ୍ରାର୍ଥନା କରନ୍ତି। ଏହି ପବିତ୍ର ଦିନକୁ ଅନେକ ନୀତିନିୟମ ଓ କଟକଣା ସହ ପାଳନ କରାଯାଇଥାଏ।
ଛୁଟି ଦିନ ୟୋମ୍‌ କିପ୍ପୁରର ଏକ ସମୃଦ୍ଧ ଇତିହାସ ରହିଛି। ଅନେକ ହଜାର ବର୍ଷ ଧରି ପ୍ରଚଳିତ ଧର୍ମୀୟ ପ୍ରତୀକ, ଉତ୍ତରଦାୟିତ୍ୱ, ପ୍ରଥା, ପରମ୍ପରା ଆଦିକୁ ଏହି ଧର୍ମର ଲୋକେ ଅନୁସରଣ କରିଆସିଛନ୍ତି। ଏଥିଲାଗି ୟୋମ୍‌ କିପ୍ପୁର ଅନ୍ୟ ଛୁଟିଦିନଗୁଡ଼ିକଠାରୁ ଭିନ୍ନ ଓ ଅନନ୍ୟ। ଖ୍ରୀଷ୍ଟିଆନ୍‌ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ବାଇବେଲ୍‌ରେ ୟୋମ୍‌ କିପ୍ପୁରର ଉପବାସ କଥା ବର୍ଣ୍ଣିତ। ଓଲ୍ଡ ଟେଷ୍ଟାମେନ୍‌ର ବୁକ୍‌ ଅଫ୍‌ ଲେଭିଟିକସ୍‌ରେ ଏହାକୁ ଏକ ଶୁଦ୍ଧୀକରଣ ଦିବସ ଆଖ୍ୟା ଦିଆଯାଇଛି, ଯହିଁରେ ଏହି ଦିନ ଇହୁଦୀମାନେ ସେମାନଙ୍କ ପାପ ପାଇଁ କ୍ଷମା ପ୍ରାର୍ଥନା କରନ୍ତି। ନିଜ ଅନ୍ତଃକରଣକୁ ଶୁଦ୍ଧ କରି ଭଗବାନଙ୍କ ନିକଟରେ ଶରଣାପନ୍ନ ହୁଅନ୍ତି ବୋଲି ଉଲ୍ଲେଖ କରାଯାଇଛି। ଉପବାସ ଓ ଅନ୍ୟ ନିୟମଗୁଡ଼ିକରୁ ଅସୁସ୍ଥ, ରୁଗ୍‌ଣ ବ୍ୟକ୍ତିଙ୍କୁ ବାଦ୍‌ ରଖାଯାଇଥାଏ। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ କୌଣସି ସ୍ପଷ୍ଟ ବିଧାନ ନାହିଁ। କେତେଜଣଙ୍କ ମତରେ ଏହିଦିନ ଗର୍ଭବତୀ ମହିଳା ଉପବାସ କରିବା କଥା। ତେବେ ସେମାନେ ସ୍ବଳ୍ପ ଆହାର ଗ୍ରହଣ କରିପାରିବେ ବୋଲି ଆଉ କେତେକେ ପରାମର୍ଶ ଦିଅନ୍ତି। ତେବେ ଏହାର ସାଂସ୍କୃତିକ ମହତ୍ତ୍ୱ ବାଇବେଲ୍‌ ଉପାଖ୍ୟାନରୁ ଊର୍ଦ୍ଧ୍ୱଗାମୀ ହୋଇ ଆହୁରି ଅନେକ କଥା କହିଥାଏ। ଇସ୍ରାଏଲ ସଂସ୍କୃତିରେ ଯୀଶୁଖ୍ରୀଷ୍ଟଙ୍କ ଆବିର୍ଭାବର ବହୁ ପୂର୍ବରୁ ୟୋମ୍‌ କିପ୍ପୁର ପାଳିତ ହେଉଥିବା ଜଣାଯାଏ। ଏହିଦିନ ଧର୍ମନିରପେକ୍ଷ ଇସ୍ରାଏଲୀମାନେ ସାରା ଦେଶରେ ବାଇକ୍‌ ଚଳାଇବାକୁ ଭଲପାଆନ୍ତି। ଦୋକାନ ବଜାର, ସ୍କୁଲ କଲେଜ ସବୁକିଛି ବନ୍ଦ ରହିଥାଏ। ପରସ୍ପରକୁ ଅଭିନନ୍ଦନ ଜଣାଇ ଖୁସି ମନାଇବା ଏହି ଦିନର ଆଉ ଏକ ବୈଶିଷ୍ଟ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?