ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହେବ। ମଣିକର୍ଣ୍ଣିକା ଘାଟ ଭାରତର ସବୁଠାରୁ ବଡ ଏବଂ ପବିତ୍ର ଶ୍ମଶାନ ଭାବରେ ପରିଗଣିତ ହୁଏ। ଏହି ଘାଟରେ ସ୍ଥାପିତ ହେବାକୁ ଥିବା ଅସ୍ଥି ବ୍ୟାଙ୍କରେ ଅସ୍ଥି ସଂରକ୍ଷିତ ରଖାଯିବ। ଶ୍ରଦ୍ଧାଳୁ ଏହାକୁ ପରେ ବିସର୍ଜନ କରିପାରିବେ। ଏହି ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ନିଜ ପ୍ରିୟଜନଙ୍କ ଶେଷ ରୀତିନୀତି କରିବା ପାଇଁ ସୁବିଧା ମିଳିବ।

ଏନେଇ ବାରାଣସୀର ମ୍ୟୁନିସିପାଲିଟି କର୍ପୋରେଶନର ମ୍ୟୁନିସିପାଲିଟି ସ୍ବାସ୍ଥ୍ୟ ଅଧିକାରୀ ଏମ୍‌ପି ସିଂ କହିଛନ୍ତି ଯେ ଅସ୍ଥିବ୍ୟାଙ୍କ ହେଉଛି ସାମ୍ପ୍ରତିକ ସମୟର ଆବଶ୍ୟକତା। ଆମେ ମଣିକର୍ଣ୍ଣିକା ଘାଟରେ ଏକ ବୃହତ ଅସ୍ଥି ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛୁ। ଯେଉଁଠାରେ ବିସର୍ଜନ ପୂର୍ବରୁ ଅସ୍ଥିକୁ ସଂରକ୍ଷଣ କରାଯାଇପାରିବ। ନାଗରିକ ସଂସ୍ଥା ଏନେଇ ଏକ ପ୍ରସ୍ତାବ ପଠାଇଛନ୍ତି। ଯୋଗୀ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ସମଗ୍ର ପ୍ରକଳ୍ପକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି, ଯେଉଁ କାରଣରୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଏହା ଆରମ୍ଭ ହେବାର ସମ୍ଭାବନା ରହିଛି।

ମଣିକର୍ଣ୍ଣିକା ଘାଟରେ ଶବଦାହ କରୁୁଥିବା ବିକାଶ ଗୁପ୍ତା କହିଛନ୍ତି ଯେ ଏହି ବ୍ୟାଙ୍କରେ ମୃତ ବ୍ୟକ୍ତିଙ୍କ ଅସ୍ଥି ପାଉଁଶ ଓ ଅବଶିଷ୍ଟାଂଶ ସଂରକ୍ଷିତ ରହିବ। ମଣିକର୍ଣ୍ଣିକା ଘାଟରେ ପ୍ରତିଦିନ ହାରାହାରି ୯୦ ରୁ ୧୨୦ ମୃତଦେହ ଦାହ କରାଯାଇଥାଏ। ପ୍ରାୟତଃ ଅନ୍ୟ ଦୂର ସ୍ଥାନରୁ ଏଠାକୁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅସ୍ଥି ପାଉଁଶ ସଂଗ୍ରହ କରିବା ଲାଗି ଦୀର୍ଘ ସମୟ ଅପେକ୍ଷା କରିବା କଷ୍ଟକର ହୋଇଥାଏ ।

ଏଭଳି ପରିସ୍ଥିତିରେ ଅନେକ ଥର ସମ୍ପର୍କୀୟମାନେ ଅସ୍ଥି ସଂଗ୍ରହ ନ କରି ଚାଲିଯାଆନ୍ତି। ଅବଶ୍ୟ, ବ୍ୟାଙ୍କ ପ୍ରତିଷ୍ଠା ହେବା ପରେ ଅବଶିଷ୍ଟ ଅସ୍ଥିପାଉଁଶକୁ ସଂରକ୍ଷଣ କରାଯାଇ ବିସର୍ଜନ କରି ବୁଡ଼ ପକାଇବା ପାଇଁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗାଲୁରୁର ୧୫ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ବେଙ୍ଗାଲୁରୁ,୧।୧୨: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରାୟ ୧୫ଟି ସ୍କୁଲକୁ ଶୁକ୍ରବାର ସକାଳେ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକାସାଙ୍ଗେ ଇମେଲ ଜରିଆରେ ଏହି ଧମକ...

ବିବାହ ଦିନ ବରକୁ ହେଲା ଡେଙ୍ଗୁ, ବିନା ବ୍ୟାଣ୍ଡ ବାଜାରେ ହସ୍ପିଟାଲରେ ହେଲା ବିବାହ

ସମସ୍ତେ ବଡ ଆଡମ୍ବନା ସହିତ ବିବାହ କରିବାର ସ୍ବପ୍ନ ଦେଖନ୍ତି। କିନ୍ତୁ ବେଳେବେଳେ ଏଭଳି କିଛି ଘଟେ ଯେଉଁଥିପାଇଁ ସମସ୍ତ ଆଶା ମଧ୍ୟ ମରିଯାଏ। ଆଜିକାଲି...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା କଲେ ଏମିତି କାରନାମା: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି। ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

ଜଙ୍ଗଲରେ ଦୁଇ ଦନ୍ତାଙ୍କ ଜୋରଦାର ଲଢ଼େଇ; ଭିଡିଓ ଦେଖିଲେ ଟାଙ୍କୁରି ଉଠୁଛି ଲୋମ 

ସୋସିଆଲ ମିଡିଆରେ ଦୈନିକ ଶହ ଶହ ଜୀବଜନ୍ତୁଙ୍କ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri