Posted inଜାତୀୟ

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ବଡ ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଯୋଜନା ଅନୁଯାୟୀ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମାଫିଆଙ୍କର ୧୨୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯିବ। ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପୂର୍ବରୁ ସରକାର ଅପରାଧ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନିଜର ଭାବମୂର୍ତ୍ତିକୁ ନିର୍ମଳ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି।

ସୂଚନାନୁସାରେ, ଯୋଗୀଙ୍କୁ ପୋଲିସ ଦେଇଥିବା ଉପସ୍ଥାପନାରେ କୁହାଯାଇଛି ଯେ୧୦୦ ଦିନ ମଧ୍ୟରେ ୨୫ ମାଫିଆଙ୍କ ବଦଳରେ ୫୦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ଏବଂ କୋର୍ଟରେ ବିଚାରାଧୀନ ମାମଲାକୁ ତ୍ୱରାନ୍ବିତ କରାଯାଇ ଦୋଷ ସାବ୍ୟସ୍ତ ପ୍ରମାଣିତ ହେବ।

ଆଗାମୀ ୧୦୦ ଦିନ ମଧ୍ୟରେ ଖଣି, ମଦ, ପ୍ରାଣୀ, ଜଙ୍ଗଲ, ଜମି ମାଫିଆ ଚିହ୍ନଟ କରି ଗ୍ୟାଙ୍ଗଷ୍ଟର ଆକ୍ଟର ଧାରା ୧୪ (୧) ଅନୁଯାୟୀ ୫୦୦ କୋଟି ଟଙ୍କା ଜବତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୦ ଜଣ ବଡ଼ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହିତ ରାଜ୍ୟର ପ୍ରାୟ ୧୫,୦୦୦ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସନ୍ତା ଛଅ ମାସ ମଧ୍ୟରେ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ୮୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ରାଜ୍ୟ ପୋଲିସ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବଜାର ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ସାରେ ସମସ୍ତ ଜିଲାରେ ପୋଲିସ ପକ୍ଷରୁ ଚାଲି ଚାଲି ପାଟ୍ରୋଲିଂକୁ ବୃଦ୍ଧି କରାଯିବ। ରାଜ୍ୟର ୧୦ ଟି ଜିଲାରେ ହାଇ-ଟେକ ଲ ଆଣ୍ଡ ଅର୍ଡର କ୍ୟୁଆରଟି ଟିମ୍‌ ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ: ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୦।୫: ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ରବିବାର...

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ...

୨୦୨୪ରେ ରାହୁଲ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା...

୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ

ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ...

କେଜ୍ରିଓ୍ବାଲ୍‌ଙ୍କ କଡ଼ା ଜବାବ: ଗିରଫ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯାଉ

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଭାଜପା ବାରମ୍ବାର ଆମ ଆଦମୀ ପାର୍ଟି ଉପରେ ଟାର୍ଗେଟ୍‌ କରୁଛି।...

ସ୍ତ୍ରୀଙ୍କୁ ବେଲ୍ଟରେ ପିଟି ପିଟି ହତ୍ୟା

କୋଟା,୧।୩ : ରାଜସ୍ଥାନର ଝାଲାଓ୍ବର ଜିଲାରେ ଜଣେ ମଦ୍ୟପ ସ୍ବାମୀ ଚମଡ଼ା ବେଲ୍ଟରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ଘଟଣାରେ...

ପିତାଙ୍କ ଜୟନ୍ତୀ ଅବସରରେ ଭାବୁକ ପୋଷ୍ଟ ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି। ଗୁରୁବାର ଦିଲ୍ଲୀର ବୀର ଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ...

ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ

ଜୟପୁର,୨।୮: ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇଛି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏକ...

Advertisement
Archives

Model This Week