Posted inଜାତୀୟ

ଯୋଗୀ ସରକାରଙ୍କ ବଡ ଘୋଷଣା: ରାମନଗରୀ ଅଯୋଧ୍ୟାରେ ଆଉ ହେବ ନାହିଁ ମଦ ବିକ୍ରି…

ଲକ୍ଷ୍ନୌ,୨୮।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏହି ଅଞ୍ଚଳରେ ମଦ ବିକ୍ରିକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟା ର ୮୪ କୋସି ପରିକ୍ରମା ଅଞ୍ଚଳରେ ୟୁପି ସରକାର ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ବର୍ତ୍ତମାନ ନା ମଦ ବିକ୍ରି ହେବ ନା କେହି ଏହି ଅଞ୍ଚଳରେ ମଦ କିଣିବାକୁ ସକ୍ଷମ ହେବେ। ଏହି ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ବର୍ତ୍ତମାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବ ।

ଉତ୍ତରପ୍ରଦେଶର ଅବକାରୀ ବିଭାଗ ମନ୍ତ୍ରୀ ନୀତିନ ଅଗ୍ରୱାଲ ଗୁରୁବାର କହିଛନ୍ତି ଅଯୋଧ୍ୟାରେ ୮୪ କୋସି ପରିକ୍ରମା ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ପରିକ୍ରମା ପରିସରରେ ଥିବା ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେ କହିଛନ୍ତି ଶ୍ରୀରାମ ମନ୍ଦିର ପରିସରରେ ମଦ ନିଷେଧାଦେଶ ଲାଗୁ ହୋଇସାରିଛି ଏବଂ ବର୍ତ୍ତମାନ ଏହି ନିଷ୍ପତ୍ତି ନିଆଯାଇଛି। ପରିକ୍ରମା ଅଞ୍ଚଳରେ ଥିବା ମଦ ଦୋକାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭରତ

ଅହମଦାବାଦ,୮।୩: ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଏକାଧିକ ରେକର୍ଡ ସହ ବିଶ୍ୱର ପ୍ରଥମ ଦଳ ଭାବେ…

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ 

ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବଙ୍କ ଲାଞ୍ଜିଗଡ ଗସ୍ତ, ଜନମନ ଯୋଜନାରେ….

ଲାଞ୍ଜିଗଡ,୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ୍ ଦିନିକିଆ ଗସ୍ତରେ ଆସି ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ’କୁ ରବିବାର ଗସ୍ତ କରିଥିଲେ ପଞ୍ଚାୟତରାଜ ଓ…

କୋଲାବ ଜଳଭଣ୍ଡାରରେ ୩ ଜଣ ନବୋଦୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ୩ ନିଲମ୍ବିତ

କୋରାପୁଟ, ୮।୩( ଅମିତାଭ ବେହେରା ): କୋରାପୁଟ କୋଲାବ ଜଳଭଣ୍ଡାରରେ ଶନିବାର ନବୋଦୟ ବିଦ୍ୟାଳୟର ତିନି ଛାତ୍ର ବୁଡ଼ି ମୃତ ଘଟଣାରେ ରବିବାର ନବୋଦୟ ସଂସ୍ଥାର ଆଞ୍ଚଳିକ…

କିଏ ସେ ଆକୃତି ଅଗ୍ରଓ୍ବାଲ? ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ପୃଥ୍ବୀ ଶ’; ନିର୍ବନ୍ଧ ପରେ…

ମୁମ୍ବାଇ,୮।୩: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର୍‌ ପୃଥ୍ବୀ ଶ’ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜର ଦୀର୍ଘ ଦିନର…

India vs New Zealand:ଫାଇନାଲରେ ଭାରତର ବିଶାଳ ସ୍କୋର, ନ୍ୟୁଜିଲାଣ୍ଡକୁ ଟାର୍ଗେଟ ମିଳିଲା…

ଅହମ୍ମଦାବାଦ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ୨୦୨୬ର ଫାଇନାଲ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

ଅନ୍ତର୍ଜାତୀୟ ମହିଳା ଦିବସ, ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଅନନ୍ୟ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ…

ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି?…ଫଟୋ ଦେଖାଇ PM ମୋଦିଙ୍କ ଉପରେ ବର୍ଷିଲେ ମମତା

କୋଲକାତା,୮।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri