Posted inଖେଳ

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ 

ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ ୨୫୫ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିବା ଭାରତ। ଏହାର ଜବାବରେ ୧୦୦ ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡର ଅଧା ଟିମ୍‌ ଉଇକେଟ ହରାଇଥିଲା। ଫଳରେ ଧିରେ ଧିରେ ଦଳ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ୧୯ ଓଭରରେ ଦଳ ୧୫୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏଣୁ ଭାରତ ୯୬ ରନ୍‌ର ବିଶାଳ ରନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଜସପ୍ରିତ ବୁମ୍‌ରା, ଅକ୍ଷର ପଟେଲ ପ୍ରମୁଖ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲା। ବିଶେଷକରି ବୁମ୍‌ରାଙ୍କ ବଲ୍‌କୁ ବିରୋଧୀଟିମ୍‌ର ଖେଳାଳିମାନେ ଠଉରାଇ ପାରୁ ନ ଥିଲେ।

ପୂର୍ବରୁ ଭାରତ ୨୦୦୭ ଓ ୨୦୨୪ରେ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୦୨୧ରେ ରନରଅପ୍‌ ହୋଇଥିଲା। ଆଜିର ମ୍ୟାଚ ଜିତି ଭାରତ ତୃତୀୟ ଥର ପାଇଁ ଟ୍ରଫି ହାତେଇ ରେକର୍ଡ କରିଛି। ଅପରପକ୍ଷେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଦ୍ୱିତୀୟ ଫାଇନାଲ ଥିଲା। ୨୦୨୧ରେ ଦଳ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇ ସନ୍ତୁଷ୍ଟ ହୋଇଥିଲା।

ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଅର୍ଦ୍ଧଶତକ ପରେ ଅଭିଷେକଙ୍କ ଉଇକେଟ ଯିବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ପରେ ସାମସନଙ୍କ ସହ ଇଶାନ କିଷନ ମଧ୍ୟ ଜବରଦସ୍ତ ଭାଗିଦାରୀ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ପରେ ୮୯ ରନ୍‌ରେ ପୁଣି ଥରେ ନିଜ ଉଇକେଟ ହରାଇଥିଲେ ସାମସନ। ଫଳରେ ଭାରତର ସ୍କୋର ଉପରେ ଏହାର ପ୍ରଭାବ ପଡ଼ିଥିଲା। ୧୬ତମ ଓଭରରେ ଦଳ ୩ ଉଇକେଟ ହରାଇଥିଲା। ଶେଷରେ ତିଳକ ବର୍ମା ଏବଂ ଶିବମ ଦୁବେ ଶେଷ ଓଭରରେ ପୁଣିଥରେ ଚୌକା ଏବଂ ଛକା ମାରି ସ୍କୋରକୁ ୨୫୫ରେ ପହଞ୍ଚାଇଥିଲେ। ଏହା ବିଶ୍ୱକପ୍‌ରେ ସର୍ବକାଳୀନ ତୃତୀୟ ବଡ଼ ସ୍କୋର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?