ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବଙ୍କ ଲାଞ୍ଜିଗଡ ଗସ୍ତ, ଜନମନ ଯୋଜନାରେ….

ଲାଞ୍ଜିଗଡ,୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ୍ ଦିନିକିଆ ଗସ୍ତରେ ଆସି ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ’କୁ ରବିବାର ଗସ୍ତ କରିଥିଲେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ଗୀତାଞ୍ଜଳି ନାଏକ । ସଚିବ ପ୍ରଥମେ ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତସ୍ଥିତ ପ୍ରଧାନୀପଡ଼ା ଏବଂ କଳାକୂପା ଯାଇ ଆଦିବାସୀମାନଙ୍କ ଜନମନ ଯୋଜନାରେ ତିଆରି ଘର ଗୁଡିକୁ ଦେଖିଥିଲେ । ସେଠାରୁ କୁନ୍ନାକାଡୁ ଗାଁ ଲୋକଙ୍କ ପାଇଁ ପାହାଡ଼ ତଳେ ନିର୍ମାଣାଧୀନ ୮ଟି ଘରର ସ୍ଥିତି ଅନୁଧ୍ୟାନ କରିବାପରେ ସଚିବ ପାଦଚଲା ରାସ୍ତା ଦେଇ ପାହାଡ଼ ଉପରେ ଥିବା ଏହି ଗାଁକୁ ପହଞ୍ଚିଥିଲେ।

ଘର ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ଏବଂ ଘର ନିର୍ମାଣ ପର୍ଯ୍ୟନ୍ତ ସେମାନେ ବସବାସ କରୁଥିବା ଗାଁରେ ପାନୀୟ ଜଳ, ଚାଷ ପାଇଁ ନିୟମଗିରି ଝରଣାରୁ ଚେକ୍ ଡ୍ୟାମ୍ ଜରିଆରେ ଜଳଯୋଗାଣ, ଗାଁରୁ ନୂତନ ଘର ପର୍ଯ୍ୟନ୍ତ ରାସ୍ତା, ପରିବାର ପ୍ରତିପୋଷଣ ଆଦି ସଂପର୍କରେ ସଚିବ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହାଛଡ଼ା ସଚିବ ତ୍ରିଲୋଚନପୁର, ଫୁଲଡୁମେର ଗାଁକୁ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ସେଠାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଆଦିବାସୀଙ୍କ ୧୨ଟି ଘର ନିର୍ମାଣ କାର୍ଯ୍ୟର ମଧ୍ୟ ଯାଞ୍ଚ କରିଥିଲେ। ସଚିବଙ୍କ ସହିତ ଜିଲା ଗ୍ରାମ୍ୟ ଗୃହ ନିର୍ମାଣ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାଉଲ, ଜିଲା ଗ୍ରାମ୍ୟ ଗୃହ ନିର୍ମାଣ ପ୍ରକଳ୍ପ ସଂଯୋଜକ ତ୍ରିଲୋଚନ ବାରିକ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ସୋନାଲି ମାଝୀ, କନିଷ୍ଠଯନ୍ତ୍ରୀ କାହ୍ନୁ ଟୁଡୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ, ଏଡିଇଓ ବସନ୍ତ ସା ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri