Posted inଜାତୀୟ

୩୭ ବର୍ଷ ପରେ ଭାଜପାକୁ ଦ୍ୱିତୀୟ ଥର ବିଜୟୀ କରି ଇତିହାସ ରଚିଲେ ଯୋଗୀ

ଲକ୍ଷ୍ନୌ,୧୧ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ଇତିହାସ ଲେଖିଛନ୍ତି । ଦୀର୍ଘ ୩୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଉତ୍ତର ପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ଶାସନ କ୍ଷମତା ଦେଇ ଇତିହାସ ସୃଷ୍ଟି କରିଛନ୍ତି । ୩୭ ବର୍ଷ ପୂର୍ବେ କଂଗ୍ରେସ ବହୁମତ ସହ ଶାସନ କ୍ଷମତା ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଧାରିତ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି ପୁଣିଥରେ ଭାଜପାକୁ ଶାସନ କ୍ଷମତାକୁ ଫେରାଇ ଆଣି ଦଳକୁ ଏକ ଐତିହାସିକ ଉପହାର ଦେଇଛନ୍ତି । ରାଜନୀତି ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ଏହି ଅନୁଭୂତି ଡା. ସମ୍ପୁର୍ଣ୍ଣାନନ୍ଦ, ଚନ୍ଦ୍ରଭାନୁ ଗୁପ୍ତା, ହୈମବତୀ ନନ୍ଦନ ବହୁଗୁଣା, ନାରାୟଣ ଦତ୍ତ ତିୱାରୀ, ମୁଲାୟମ ସିଂ ଯାଦବ ଓ ମାୟାବତୀ ବି ହାସଲ କରି ନାହାନ୍ତି । ୟୁପିର ରାଜନୈତିକ ଇତିହାସକୁ ଦେଖିଲେ ରାଜ୍ୟରେ ୧୮୫୧-୫୨ ପରେ ଡା. ସମ୍ପୁର୍ଣ୍ଣାନନ୍ଦ, ଚନ୍ଦ୍ରଭାନୁ ଗୁପ୍ତା, ହୈମବତୀ ନନ୍ଦନ ବହୁଗୁଣା, ନାରାୟଣ ଦତ୍ତ ତିୱାରୀ, ମୁଲାୟମ ସିଂ ଯାଦବ ଓ ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସତ ହେଲେ ଏମାନଙ୍କୁ ଏହି ସୁଯୋଗ ଅଲଗା ଅଲଗା ବିଧାନସଭା ନିର୍ବାଚନରେ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଦିଙ୍କ...

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ବୟାନ ଜାରି

ନୂଆଦିଲ୍ଲୀ,୬।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ ହେତୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି...

କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ

ନୂଆଦିଲ୍ଲୀ,୧୩।୧୨: କୋଭିଡ୍‌-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ...

କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି...

କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି...

ଡ୍ୟାନ୍ସିଂ ଡାକ୍ତରଙ୍କ ଭିଡିଓ ଭାଇରାଲ

ବିଶାଖାପଟନମ୍‌,୨୦।୮:ପ୍ରତିଭା ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ପହଞ୍ଚିି ମଧ୍ୟ ଏପରି ଡ୍ୟାନ୍ସ କରିଛନ୍ତି ଜଣେ ବ୍ୟକ୍ତି, ଯେ କି ରାତାରାତି ପାଲଟିଯାଇଛନ୍ତି ସୋସିଆଲ...

ବିଏସ୍‌ଏଫ୍‌ର ଆଉ ୩୭ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୪।୫: ତ୍ରିପୁରାରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୭ ଜଣ ଯବାନ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏବେ ବିଏସ୍‌ଏଫ୍‌ର ମୋଟ ୫୪ ଯବାନ କରୋନା...

ପାସେଞ୍ଜର-ମାଲ ଗାଡ଼ି ଧକ୍କା, ୫୦ରୁ ଅଧିକ ଆହତ, ୧୩ ଗୁରୁତର…

ମୁମ୍ବାଇ, ୧୭।୮ : ମହାରାଷ୍ଟ୍ରର ଗୋନ୍ଦିଆ ସହର ନିକଟରେ ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ ମାଲ ଗାଡ଼ି ସହିତ ଧକ୍କା ହୋଇଛି।...

Advertisement
Archives

Model This Week