କେଶଝଡ଼ା କମାଇବ ଯୋଗ

କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟାଭ୍ୟାସ, କେଶରେ ବ୍ୟବହାର ହେଉଥିବା ବିଭିନ୍ନ ରାସାୟନିକଯୁକ୍ତ ଶ୍ୟାମ୍ପୁ, କଣ୍ଡିଶନର୍‌, ରଙ୍ଗ ଏବଂ ବ୍ୟୁଟି ପ୍ରଡକ୍ଟ ଆଦି ସହିତ ଅନେକ କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ। ତେଣୁ ଏହିସବୁ ଅଭ୍ୟାସ ପରିବର୍ତ୍ତନ କରିବା ସହ କେତୋଟି ଯୋଗାସନ କଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ…

ବଜ୍ରାସନ: ବର୍ତ୍ତମାନ ଫାଷ୍ଟଫୁଡ୍‌, ଜଙ୍କ୍‌ଫୁଡ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି କରୁଛି। ଅପରପକ୍ଷେ ଏହା ମଧ୍ୟ କେଶ ଝଡ଼ିବାର କାରଣ ସାଜୁଛି। ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଇ ସାରିବା ପରେ ଅତି କମ୍‌ରେ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ୍‌ ଏବଂ ଅନ୍ୟାନ୍ୟ ପେଟଜନିତ ସମସ୍ୟା ଦୂର ହେବ। ଏଣୁ କେଶ ଝଡ଼ିବା କମ୍‌ ହେବ।
ଅଧ ମୁଖା ସ୍ବାନାସନ : ଯେଉଁମାନଙ୍କ ଶରୀରରେ ବିଶେଷକରି ମୁଣ୍ଡକୁ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଏହାକୁ ଦୂର କରିବା ଲାଗି ସେମାନଙ୍କ ପାଇଁ ପ୍ରତିଦିନ କିଛି ସମୟ ଅଧ ମୁଖା ସ୍ବାନାସନ କରିବା ବେଶ୍‌ ଲାଭଦାୟକ। ଏହି ଆସନ ସୂର୍ଯ୍ୟ ନମସ୍କାର ମଧ୍ୟରୁ ଗୋଟିଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରିବାରେ ସାହାଯ୍ୟ କରେ। ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚତ୍ପାରେ।
ଶୀର୍ଷାସନ: ଏହି ଆସନ ମଧ୍ୟ ମୁଣ୍ଡକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। ଫଳରେ କେଶ ଝଡ଼ିବା କମ୍‌ ହେବା ସହ ମଜଭୁତ ଏବଂ ଘନ ହୋଇଥାଏ। ହେଲେ ଏହି ଆସନ କରିବା ପୂର୍ବରୁ ପ୍ରଥମେ ଏକ୍ସପର୍ଟଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ବେକରେ ରକା ହୋଇପାରେ।
ମତ୍ସ୍ୟାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଖୁବ୍‌ ଲାଭଦାୟକ ହୋଇପାରିବ। କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇଥାଏ। ମେରୁଦଣ୍ଡ ଏବଂ ବେକଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri