କେଶଝଡ଼ା କମାଇବ ଯୋଗ

କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟାଭ୍ୟାସ, କେଶରେ ବ୍ୟବହାର ହେଉଥିବା ବିଭିନ୍ନ ରାସାୟନିକଯୁକ୍ତ ଶ୍ୟାମ୍ପୁ, କଣ୍ଡିଶନର୍‌, ରଙ୍ଗ ଏବଂ ବ୍ୟୁଟି ପ୍ରଡକ୍ଟ ଆଦି ସହିତ ଅନେକ କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ। ତେଣୁ ଏହିସବୁ ଅଭ୍ୟାସ ପରିବର୍ତ୍ତନ କରିବା ସହ କେତୋଟି ଯୋଗାସନ କଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ…

ବଜ୍ରାସନ: ବର୍ତ୍ତମାନ ଫାଷ୍ଟଫୁଡ୍‌, ଜଙ୍କ୍‌ଫୁଡ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ଅନ୍ୟାନ୍ୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି କରୁଛି। ଅପରପକ୍ଷେ ଏହା ମଧ୍ୟ କେଶ ଝଡ଼ିବାର କାରଣ ସାଜୁଛି। ଏଭଳି ସମସ୍ୟା ଥିଲେ ସନ୍ତୁଳିତ ଖାଦ୍ୟ ଖାଇବା ସହ ଖାଇ ସାରିବା ପରେ ଅତି କମ୍‌ରେ ୧୦ ମିନିଟ ପର୍ଯ୍ୟନ୍ତ ବଜ୍ରାସନରେ ବସନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ୍‌ ଏବଂ ଅନ୍ୟାନ୍ୟ ପେଟଜନିତ ସମସ୍ୟା ଦୂର ହେବ। ଏଣୁ କେଶ ଝଡ଼ିବା କମ୍‌ ହେବ।
ଅଧ ମୁଖା ସ୍ବାନାସନ : ଯେଉଁମାନଙ୍କ ଶରୀରରେ ବିଶେଷକରି ମୁଣ୍ଡକୁ କୌଣସି କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ସେମାନଙ୍କଠାରେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ। ଏହାକୁ ଦୂର କରିବା ଲାଗି ସେମାନଙ୍କ ପାଇଁ ପ୍ରତିଦିନ କିଛି ସମୟ ଅଧ ମୁଖା ସ୍ବାନାସନ କରିବା ବେଶ୍‌ ଲାଭଦାୟକ। ଏହି ଆସନ ସୂର୍ଯ୍ୟ ନମସ୍କାର ମଧ୍ୟରୁ ଗୋଟିଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରିବାରେ ସାହାଯ୍ୟ କରେ। ଫଳରେ କେଶ ମୂଳକୁ ରକ୍ତ ସହ ଅମ୍ଳଜାନ ପହଞ୍ଚତ୍ପାରେ।
ଶୀର୍ଷାସନ: ଏହି ଆସନ ମଧ୍ୟ ମୁଣ୍ଡକୁ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। ଫଳରେ କେଶ ଝଡ଼ିବା କମ୍‌ ହେବା ସହ ମଜଭୁତ ଏବଂ ଘନ ହୋଇଥାଏ। ହେଲେ ଏହି ଆସନ କରିବା ପୂର୍ବରୁ ପ୍ରଥମେ ଏକ୍ସପର୍ଟଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ବେକରେ ରକା ହୋଇପାରେ।
ମତ୍ସ୍ୟାସନ: ଲମ୍ବା, ମଜଭୁତ ଏବଂ ଘନ କଳା କେଶ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଆସନ ଖୁବ୍‌ ଲାଭଦାୟକ ହୋଇପାରିବ। କେବଳ କେଶ ପାଇଁ ନୁହେଁ, ଏହା ଶରୀରରୁ ମେଦବହୁଳତା ଦୂର କରିବା ସହ ବିଷାକ୍ତ ଉପାଦାନ ନିର୍ଗତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇଥାଏ। ମେରୁଦଣ୍ଡ ଏବଂ ବେକଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri