ଓଜନ କମାଇବାକୁ ହେଲେ ଯୋଗ କରନ୍ତୁ

ଯୋଗ କରିବା ଦ୍ୱାରା ଶରୀରର ଓଜନ କମାଇପାରିବେ। ଏଥିସହ ଆପଣ ହେଲ୍‌ଦୀ ଡାଏଟ୍‌ ନିଅନ୍ତୁ। ଏହା ଆପଣଙ୍କ ଓଜନ କମାଇବା, ମସ୍ତିଷ୍କ ଓ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆପଣ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ନିମ୍ନରେ
ଦିଆହୋଇଥିବା କେତୋଟି ଟିପ୍ସ ଆପଣାନ୍ତୁ …
ଚତୁରଙ୍ଗ ଦଣ୍ଡାସନ:
ଚତୁରଙ୍ଗ ଦଣ୍ଡାସନ ଆପଣଙ୍କ ପେଟକୁ ମଜଭୁତ କରିଥାଏ। ଏହି ଆସନ ଦେଖିବାକୁ ଯେତେ ସହଜ ଲାଗେ, ତା’ର ଫାଇଦା ସେତେ ଅଧିକ। ଆପଣ ଯେତେବେଳେ ଏହି ମୁଦ୍ରାରେ ଥାନ୍ତି, ସେତେବେଳେ ଆପଣ ନିଜ ପେଟ ମାଂସପେଶୀର ତୀବ୍ରତା ଅନୁଭୂତ ହୋଇଥାଏ।
ବୀରଭଦ୍ରାସନ: ଯଦି ଆପଣ ଜଙ୍ଘ ଏବଂ କାନ୍ଧକୁ ଷ୍ଟ୍ରଙ୍ଗ୍‌ କରିବାକୁ ଚାହାନ୍ତି ତେବେ ଏହି ଆସନ ଆପଣଙ୍କୁ ସାହାଯ୍ୟ କରିପାରେ। ବୀରଭଦ୍ରାସନ କରିବାର କିଛି ସମୟ ପରେ ମାଂସପେଶୀ ଟାଇଟ୍‌ ହେଲା ପରି ଲାଗିବ। ଏହି ଯୋଗାସନ ଆପଣଙ୍କ ପିଠିର ଶେଷଭାଗ, ପାଦ ଏବଂ ବାହୁକୁ ଆରାମ ଦେଇଥାଏ। ଏହି ଆସନ ଆପଣଙ୍କ ପେଟ କମାଇବାରେ ସାହାଯ୍ୟ କରେ।
ତ୍ରିକୋଣାସନ: ତ୍ରିକୋଣାସନ ପାଚନ କ୍ରିୟାକୁ ସହଜ କରିବା ସହିତ ପେଟ ଏବଂ ଅଣ୍ଟାରେ ଜମା ହୋଇଥିବା ଚର୍ବିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ପୂରା ଶରୀରରେ ବ୍ଲଡ୍‌ ସର୍କୁଲେଶନ କରିଥାଏ। ଏହି ଆସନ କରିବା ଦ୍ୱାରା ଏକଗ୍ରତା ବଢ଼ିଥାଏ।
ଅଧାମୁଖ ଶ୍ୱନାସନ: ଏହି ଆସନ କରିବା ଦ୍ୱାରା ପେଟର ତଳ ମାଂସପେଶୀ ମଜଭୁତ ହୋଇଥାଏ। ଉକ୍ତ ଆସନ ମଝି ହାଡ଼କୁ ସପୋର୍ଟ ଦେଇଥାଏ। ଏହି ଆସନ କରିବା ଦ୍ୱାରା ମନର ଏକାଗ୍ରତା ଓ ବ୍ଲଡ୍‌ ସର୍କୁଲେସନ ଠିକ୍‌ ରୁହେ।
ସର୍ବାଙ୍ଗାସନ: ଏହି ଆସନ କରିବା ଦ୍ୱାରା ହଜମ ଭଲ ହୁଏ ଓ ଶରୀରକୁ ଶକ୍ତି ମିଳେ। ଉକ୍ତ ଆସନ ଶରୀରର ମେଟାବୋଲିଜମ୍‌ ଓ ଥାଇରଏଡ୍‌ ଲେଭଲ ସନ୍ତୁଳନ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri