Posted inଜାତୀୟ

ବଳାତ୍କାର ଅଭିଯୁକ୍ତ ମହନ୍ତଙ୍କୁ ସମର୍ଥନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ,୨ ।୯: କର୍ନାଟକର ପ୍ରସିଦ୍ଧ ଲିଙ୍ଗାୟତ ମଠ ମହନ୍ତଙ୍କ ଉପରେ ଏକ ବଡ ଧରଣର ଅଭିଯୋଗ ଆସିଛି । ଅଭିଯୁକ୍ତ ମହନ୍ତ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ ୨ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିବା ପରେ ଗୁରୁବାର ତାଙ୍କୁ ଗିରଫ କରାଯାଇଛି । ପୋଲିସ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେବଡ ଘଟଣାକୁ ନେଇ ବିରୋଧୀ ସମ୍ପୂର୍ଣ୍ଣ ଭାବେ ଚୁପ ବସିଛି । ଏହାସହ ଯେଉଁ କେତେଜଣ ନେତା ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସେମାନେ ସମସ୍ତେ ମହନ୍ତଙ୍କୁ ସମର୍ଥନ କରୁଛନ୍ତି ।
ଏ ସମସ୍ତ ଖେଳ ଭୋଟ ବ୍ୟାଙ୍କ ଓ ରାଜନୀତିର ବୋଲି କୁହାଯାଉଛି । କର୍ନାଟକରେ ଲିଙ୍ଗାୟତ ସମ୍ପ୍ରଦାୟ ରାଜନୀତିରେ ଓଲଟ ପାଲଟ କରିବାରେ ବଡ ଭୂମିକା ନେଇଥାଏ । ସେଥିପାଇଁ ଏହାର ଧର୍ମଗୁରୁଙ୍କୁ ବିଶେଷ ସମ୍ମାନ ମିଳିଥାଏ । ଏହି ସମ୍ପ୍ରଦାୟର ପ୍ରାୟ ୧୮ ପ୍ରତିଶତ ଭାଗ ରହିଛି । ଯଦି ବିଧାନସଭା କଥା କହିବା ତେବେ ଏହି ସମ୍ପ୍ରଦାୟ ସିଧାସଳଖ ୧୧୮ ଆସନରେ ପ୍ରଭାବ ପକାଇଥାଆନ୍ତି । ରାଜ୍ୟରେ ହୋଇଥିବା ୨୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୮ ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ର୍ରଦାୟର । ଏଥିରୁ ଏବେ ସ୍ପଷ୍ଟ ହୋଇଯାଉଛି କି ସମସ୍ତ ନେତା କାହିଁକି ବଳାତ୍କାରୀ ମହନ୍ତଙ୍କୁ ସମର୍ଥନ କରୁଛନ୍ତି ।
ଅଭିଯୁକ୍ତ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କୁ ଗିରଫ କରାଯିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବୟାନ ସାମ୍ନାକୁ ଆସିଛି । ଆଉ ୟେଦୁରପ୍ପା ଯାଞ୍ଚ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଶିବମୂର୍ତ୍ତି ନିର୍ଦ୍ଦୋଷ । ୟେସ୍ପୁରପ୍ପ୍‌ା କହିଛନ୍ତି ଶିବମୂର୍ତ୍ତି ନିର୍ଦ୍ଦୋଷ, ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ, ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଯିବ ।
ଏହାସହ ରାଜ୍ୟର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ବୟାନ ବି ସାମ୍ନାକୁ ଆସିଛି । ସେ ନାବାଳିକାଙ୍କୁ ନ୍ୟାୟ ଦେବା କଥା କହି ନାହାନ୍ତି, ବରଂ କହିଛନ୍ତି ଯାଞ୍ଚ ପରେ ସମସ୍ତ ସତ୍ୟ ପଦାକୁ ଆସିବ । ପରୋକ୍ଷରେ ସେ ସନ୍ଥ ଶିବମୂର୍ତ୍ତିଙ୍କୁ ସମର୍ଥନ କରିଛନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?