ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା

ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା ନାମକ ଏକ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏହି ଆଶ୍ରୟ ସ୍ଥଳୀକୁ ପରିଚାଳନା କରୁଛି ପିପୁଲ୍‌ସ ଫୋରମ୍‌ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଏଠାରେ ୧ବର୍ଷ ହେଲା ରହୁଥିବା ଜନୈକା ଅନ୍ତେବାସୀଙ୍କ ପରିଚୟ ମିଳିଛି । ଅନ୍ତେବାସୀ ଜଣକ ହେଲେ ସୁଦୂର ଆସାମ ରାଜ୍ୟ ଉଦଲଗୁରି ଜିଲା ଥରାଇବାରି ଗ୍ରାମର ମାଳତୀ ବସୁମତାରୀ(୪୦) ଓରଫ୍‌ କିମୀ। ଏ ସମ୍ପର୍କରେ ମିଶନ ଆଶ୍ରା କେନ୍ଦ୍ର ପକ୍ଷରୁ ଆସାମ ପୋଲିସ୍‌ର ସହାୟତା ନେଇ ଅନ୍ତେବାସୀଙ୍କ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଅନ୍ତେବାସୀଙ୍କ ସ୍ବାମୀ, ଦିଅର ଓ ସମ୍ପର୍କୀୟମାନେ ଝାରସୁଗୁଡ଼ାରେ ପହଞ୍ଚିଥିଲେ । ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଓ ପିପୁଲ୍ସ ଫୋରମ୍‌ ପଶ୍ଚିମ ଓଡ଼ିଶା ମୁଖ୍ୟ ସଞ୍ଜୟ ଜେଠୀଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ବର୍ଷେ ପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପାଇଥିବାରୁ ଭାବବିହ୍ବଳ ହୋଇପଡିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଥିଲେ। ଏ ନେଇ ମିଶନ ଆଶ୍ରା ତରଫରୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଅତିରିକ୍ତ ଜିଲାପାଳ ସାହୁ ଅନ୍ତେବାସୀ ମହିଳାଙ୍କୁ ପ୍ରଦାନ କରିଥିଲେ।
ମହିଳାଙ୍କ ସ୍ବାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ସ୍ତ୍ରୀ ମାନସିକ ଅନଗ୍ରସର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଏ ନେଇ ପରିବାର ଲୋକେ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ଏଭଳି ସ୍ଥିତିରେ ମାନସିକ ଅନଗ୍ରସର ମହିଳା ଜଣକ ଆସାମରୁ ଟ୍ରେନ ଯୋଗେ ଓଡ଼ିଶା ଚାଲିଆସି ଝାରସୁଗୁଡା ସହରରେ ବୁଲାବୁଲି କରୁଥିଲେ। ଖବର ପାଇ ଝାରସୁଗୁଡ଼ା ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ରଖିଥିଲେ। ମିଶନ ଆଶ୍ରା ପକ୍ଷରୁ ମାନସିକ ଅନଗ୍ରସର ମହିଳାଙ୍କ ଚିକିତ୍ସା କରାଯିବା ସହ ସମ୍ପୂର୍ଣ୍ଣ ଠିକଣା ଜାଣିବା ପାଇଁ ତାଙ୍କ ସହିତ କାଉନ୍‌ସେଲିଂ ଚାଲିଥିଲା। ବର୍ଷେ ପରେ ମହିଳା ଜଣଙ୍କ ତାଙ୍କ ଘର ଠିକଣା କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri