ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ। ଇତିମଧ୍ୟରେ ବର୍ଷେ ବିତିଛି। ବର୍ଷେ ଭିତରେ ଭୂତାଣୁ ଦେଇଥିବା ଯନ୍ତ୍ରଣା ସହିଛନ୍ତି ଜିଲାବାସୀ। ଅନେକ ସଂସାର ଉଜାଡ଼ିଛି ଭୂତାଣୁ। ଦୋହଲାଇ ଦେଇଛି ଆର୍ଥିକ ବ୍ୟବସ୍ଥା। ଲୋକଙ୍କ ମନରୁ କରୋନା ଭୟ ଛାଡ଼ି ନ ଥିବାବେଳେ ଏବେ ଦ୍ୱିତୀୟ ଲହରି ଆରମ୍ଭ ହୋଇଛି। କୋଭିଡ୍‌ ଗ୍ରାଫ୍‌ ଉପରମୁହଁା ହେବାରେ ଲାଗିଥିବାବେଳେ ପୁଣି ଫେରିଛି ବର୍ଷେ ତଳର ସ୍ମୃତି।

୨୦୨୦ ଏପ୍ରିଲ ୯ରେ ଢେଙ୍କାନାଳ ପୌରାଞ୍ଚଳର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ନିକଟରୁ ପ୍ରଥମେ କରୋନା ଭୂତାଣୁ ଠାବ କରାଯାଇଥିଲା। ଏହାପରେ କରୋନା ମୁକାବିଲା ପାଇଁ ଜାଗତିଆର ଆରମ୍ଭ କରିଥିଲା ଜିଲା ପ୍ରଶାସନ। ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜିଲା କୋଭିଡ୍‌ ଚିକିତ୍ସାଳୟରେ ପରିଣତ କରାଯାଇଥିଲା। ଏହାକୁ ବାଦ୍‌ଦେଲେ ପ୍ରତି ବ୍ଲକରେ ଖୋଲିଥିଲା କୋଭିଡ୍‌ ନିରାକରଣ କେନ୍ଦ୍ର। ବର୍ଷକ ମଧ୍ୟରେ ଅର୍ଥାତ୍‌ ଗୁରୁବାର ସୁଦ୍ଧା ଜିଲାରୁ ମୋଟ ୫,୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୦୭ଜଣ ସୁସ୍ଥ ହୋଇଥିବାବେଳେ ୨୯ଜଣଙ୍କ ମୃତ୍ୟୁ ଘଟିଛି।
କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୨୦୨୦ ଏପ୍ରିଲ ଏବଂ ମେ ମାସରେ ୭୦ହଜାର ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପାଖାପାଖି ୨୦ ହଜାର ପ୍ରବାସୀଙ୍କୁ ରହିବା, ଖାଇବା ବନ୍ଦୋବସ୍ତ କରାଯାଇଥିଲା। କରୋନା ମୁକାବିଲା ପାଇଁ ପୌରସଂସ୍ଥା ଗତବର୍ଷ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ପ୍ରଶାସନ, ଆଗଧାଡ଼ିର ଯୋଦ୍ଧା ଏବଂ ଜିଲାବାସୀଙ୍କ ସହଯୋଗରେ ଗତ ଫେବୃୟାରୀରେ ଜିଲାକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ଏହାର କିଛି ଦିନ ନ ପୂରୁଣୁ ପୁଣି ଥରେ କରୋନା କାୟା ମେଲାଇବା ଆରମ୍ଭ କରିଛି, ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଦ୍ୱିତୀୟ ଲହରି ପ୍ରତିହତ କରିବାକୁ ଜିଲା ପ୍ରଶାସନ, ପୌରସଂସ୍ଥା ଏବଂ ୩ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଘନଘନ ବୈଠକ କରି ସ୍ଥିତି ସମୀକ୍ଷା କରୁଛନ୍ତି। କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପର୍ବପର୍ବାଣିରେ ଧର୍ମସ୍ଥଳୀରେ ଜନସମାଗମକୁ ବାରଣ କରାଯାଇଛି। ଅଧିକରୁ ଅଧିକଆଣ୍ଟିଜେନ୍‌ ଓ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଉଛି।

ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଥିବାବେଳେ ପ୍ରତିଷେଧକର ଅଭାବ ଦେଖାଦେଇଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ପୌରାଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟ ଛାତ୍ରାବାସଗୁଡ଼ିକୁ ସାନିଟାଇଜେଶନ କରାଯିବା ସହ ଅନ୍ତେବାସୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଉଥିବା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି ।

୧ଲକ୍ଷ ୨ହଜାର ୪୨ ଟିକା ନେଲେଣି
ଢେଙ୍କାନାଳ ଜିଲାରେ ଗୁରୁବାର (ଏପ୍ରିଲ ୮) ସୁଦ୍ଧା ମୋଟ ୧ଲକ୍ଷ ୨ହଜାର ୪୨ଜଣ କରୋନା ଟିକା ନେଇସାରିଲେଣି। ୭୩୬୪ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଉପରୋକ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମଧ୍ୟରୁ ୬୨୯୯ଜଣ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି। ସେହିପରି ୩୬୫୬ ପୋଲିସ, ସରକାରୀ କର୍ମଚାରୀଙ୍କ ସମେତ ପ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ପ୍ରଥମ ଡୋଜ ଦିଆସରିଛି। ତନ୍ମଧ୍ୟରୁ ୨୬୭୩ଜଣ ଦ୍ୱିତୀୟ ଡୋଜ୍‌ ଟିକା ଗ୍ରହଣ କରିସାରିଲେଣି। ୪୫ରୁ ୫୯ ବର୍ଷ ମଧ୍ୟରେ ୨୮,୬୫୭ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ସେମାନଙ୍କ ମଧ୍ୟରୁ ୧୦୨ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ୬୦ବର୍ଷରୁ ଉର୍ଦ୍ଧ୍ୱ ୫୧,୬୩୩ ଜଣଙ୍କୁ ପ୍ରଥମ ଏବଂ ତନ୍ମଧ୍ୟରୁ ୧,୬୫୮ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri