ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ଏହି ପୀଠରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନରେ ନୂତନ ମନ୍ଦିର ନିର୍ମାଣ ସହ ମନ୍ଦିର ପରିସରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ, ଲାଇଟ୍‌, ସିସିଟିଭି କ୍ୟାମେରା, ଗେଟ୍‌ ଓ ସୀମା ପ୍ରାଚୀର ନିର୍ମାଣ କରାଯାଇଥିଲା। ତେବେ କାର୍ଯ୍ୟ ଶେଷ ହେବାର ବର୍ଷେ ନ ପୂରୁଣୁ ଏବଂ ବିଦ୍ୟୁତ୍‌-ସୁରକ୍ଷା ଉପକରଣ ସ୍ଥାପନର ମାତ୍ର ୬ ମାସ ମଧ୍ୟରେ ବିଭିନ୍ନ ତ୍ରୁଟି ଓ ଅବ୍ୟବସ୍ଥା ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୀମା ପ୍ରାଚୀରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ସହ ଭୁଶୁଡ଼ିବା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ପ୍ରାଚୀର ଓ ମୁଖ୍ୟ ଫାଟକରେ ଲଗାଯାଇଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଲାଇଟ୍‌ଗୁଡ଼ିକ ମଧ୍ୟ ଭାଙ୍ଗି ଓଲଟି ପଡ଼ିଛି। ଏହାସହ ମନ୍ଦିର ଚାରିପାଖ ଓ ବିଦ୍ୟୁତ୍‌ ଖୁଣ୍ଟରେ ସ୍ଥାପିତ ଅନେକ ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଥିବା ଦେଖାଯାଇଛି।

ମା’ଙ୍କ ପୀଠର ମୁଖ୍ୟ ସୂଚନା ଫଳକ ମଧ୍ୟ ଉପେକ୍ଷିତ ଅବସ୍ଥାରେ ଗଛ ମୂଳେ ଅଳିଆ ଭିତରେ ଭଙ୍ଗା ଅବସ୍ଥାରେ ପଡ଼ିରହିଛି। ଅନ୍ୟପଟେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ଓ ମନିଟରିଂ ବ୍ୟବସ୍ଥା ଥିବା କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଅପରିଷ୍କାର ଅବସ୍ଥାରେ ରହିଛି। ଘର ଭିତରେ କାର୍ଟନ୍‌, ପ୍ଲାଷ୍ଟିକ୍‌ ବୋତଲ ଓ ଅଳିଆ ଆବର୍ଜନା ଭରି ରହିଛି। ଧୂଳି ଓ ମଇଳା ଜମିବା ଯୋଗୁ ସେଠାରେ ଥିବା ଏଲ୍‌ଇଡି ସ୍କ୍ରିନ୍‌ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଶୀଘ୍ର ଅଚଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଖୋଲାମେଲାରେ ମୂଲ୍ୟବାନ ୟୁପିଏସ୍‌ ଓ ବ୍ୟାଟେରୀଗୁଡ଼ିକ ପଡ଼ି ଧୂଳିବାଲି ଖାଉଥିବା ବେଳେ ଛାତର ସିଲିଂ ଫ୍ରେମ୍‌ ଖୋଲିଯାଇ ବୈଦ୍ୟୁତିକ ତାରଗୁଡ଼ିକ ମୁକୁଳା ଭାବେ ଝୁଲୁଛି। ଅପରପକ୍ଷେ, ଜରୁରୀକାଳୀନ ବିଦ୍ୟୁତ୍‌ ବିଭ୍ରାଟ ସମୟ ପାଇଁ ମନ୍ଦିରରେ କୌଣସି ଜେନେରେଟର ବ୍ୟାକ୍‌ଅପ୍‌ ବ୍ୟବସ୍ଥା ନ ଥିବା ମଧ୍ୟ ଅଭିଯୋଗ ହୋଇଛି।

ମନ୍ଦିରର ନିଜସ୍ୱ ଜମି ଥିଲେ ମଧ୍ୟ ଏଯାଏ ବେଆଇନ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ମନ୍ଦିର ପାର୍ଶ୍ୱରେ ଏବଂ ମୁଖ୍ୟ ଫାଟକ ସମ୍ମୁଖରେ ଅନେକ ବ୍ୟବସାୟୀ ଦୋକାନବଜାର ଓ ପସରା ମେଲାଇ ବସିଥିବାରୁ ଭକ୍ତମାନଙ୍କ ଯାତାୟାତରେ ଅସୁବିଧା ହେବା ସହ ମନ୍ଦିରର ପରିବେଶ ପ୍ରଭାବିତ ହେଉଥିବା କୁହାଯାଇଛି।

ଆସନ୍ତା ଅକ୍ଟୋବର ୧ ତାରିଖରେ ବାବା ଭୈରବ ଦେବଙ୍କ ପ୍ରସିଦ୍ଧ ବାଲିଯାତ୍ରା ଏବଂ ୧୧ ତାରିଖରୁ ମା’ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଓ ନବରାତ୍ରି ପୂଜା ଆରମ୍ଭ ହେବାକୁ ଯାଉଛି। ଏହି ପର୍ବପର୍ବାଣି ସମୟରେ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଲାଗି କରାଯାଇଥାଏ। ଏହାସହ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ।

ଏଭଳି ସମ୍ବେଦନଶୀଳ ସମୟରେ ମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଅଚଳ ସିସିଟିଭି କ୍ୟାମେରା ଓ ଲାଇଟ୍‌ଗୁଡ଼ିକର ତୁରନ୍ତ ମରାମତି, ସ୍ଥାୟୀ ଜେନେରେଟର ବ୍ୟବସ୍ଥା, ନିର୍ମାଣକାରୀ ଠିକା ସଂସ୍ଥାର କାର୍ଯ୍ୟର ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଏବଂ ମନ୍ଦିର ଜମିକୁ ଜବରଦଖଲମୁକ୍ତ କରିବାକୁ ଆଞ୍ଚଳିକ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଆବଶ୍ୟକ ବୋଲି ସେମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?