ଯଶୋଦାଙ୍କ ସଚେତନତା

ସମାଜରେ ମହିଳାମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ହିଂସା ଓ ଅପରାଧକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଛି । ନାରୀମାନେ ନିଜର ଆତ୍ମସୁରକ୍ଷା ପ୍ରତି ସଜାଗ ରହିବାକୁ ବିଭିନ୍ନ ଆତ୍ମରକ୍ଷା ରଣକୌଶଳ ତାଲିମ ଦିଆଯାଉଛି। ଏପରିକି ଜନସଚେତନତା ଅଭାବରୁ ଅନେକ ଅଞ୍ଚଳରେ ଅଶିକ୍ଷା ଓ କୁସଂସ୍କାରର ବଶବର୍ତ୍ତୀ ହୋଇ କେତେକ ମହିଳା ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ଜଣେ କଲେଜଛାତ୍ରୀ ନିଜ ଅଞ୍ଚଳର କେତେଜଣ ନାବାଳିକାଙ୍କ ବିବାହକୁ ରୋକିବାରେ ସଫଳ ହୋଇପାରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ମିଳିଛି ପୁରସ୍କାର ଓ ସମ୍ମାନ। ସେ ହେଲେ ନୂଆପଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ହଳଦୀ ଗାଁର ଯଶୋଦା ପାଣ୍ଡେ। ସେ କୁହନ୍ତି, ମୋର ଜନ୍ମ ୧ା୧୨ା୧୯୯୯ମସିହାରେ। ପିତା ରୂପେସିଂ ପାଣ୍ଡେ ଜଣେ କୃଷକ, ମା’ କମଳାବାଇ ପାଣ୍ଡେ ଜଣେ ଗୃହିଣୀ। ଘରେ ଆମେ ୫ ଭଉଣୀଭାଇ। ମୁଁ ଗାଁ ସ୍କୁଲରେ ପଢ଼ାସାରି ଡୁମାରପାନି ଉଚ୍ଚବିଦ୍ୟାଳୟରେ ୧୦ମ ପାସ୍‌କଲି । ଏହାପରେ ନୂଆପଡ଼ା ନ୍ୟାଶନାଲ କଲେଜରେ ବିଏ ପଢ଼ା ସାରିଛି। ସ୍କୁଲସମୟରୁ କିଛି ଭଲକାମ ପାଇଁ ଆଗ୍ରହଥିଲା । ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଡିବେଟ ଓ ଗୀତରେ ଭାଗନେଇ ପୁରସ୍କାର ପାଇଛି। କିନ୍ତୁ କଲେଜ ସମୟରେ ଏନ୍‌ଏସ୍‌ଏସ୍‌ ସେବାଶିବିରରେ ଯୋଗଦେବାପରେ ବିଭିନ୍ନ ବିଷୟରେ ସଚେତନ ହୋଇପାରିଲି। ରାଜ୍ୟସ୍ତରୀୟ ବାଳିକା ଭଲେଣ୍ଟିୟର ଭାବେ ବିଶେଷକରି ବାଳିକାମାନଙ୍କ ସମସ୍ୟା ବିଷୟରେ ଅବଗତ ହେଲି । ତା’ର ସମାଧାନ ଆଶାଓଡ଼ିଶାରେ ତାଲିମ ବି ପାଇଲି। ପ୍ରାୟତଃ ଦେଖିବାକୁ ମିଳେ ଗାଁ ଗହିଳରେ ଝିଅମାନେ .ଅଶିକ୍ଷା ଯୋଗୁ କୁସଂସ୍କାର ବଶବର୍ତ୍ତୀହୋଇ ଅନେକ କଷ୍ଟରେ ଜୀବନ ବିତାଇଥାନ୍ତି, ଯେଉଁଥିରେ କି ବାଳିକାମାନେ କ୍ଷତି ସହିଥାନ୍ତି। ଏମିତିରେ ଗାଁମାନଙ୍କରେ ଯୌତୁକପ୍ରଥା, ବାଲ୍ୟବିବାହ ଘଟଣା ଦେଖିବାକୁ ମିଳୁଛି। ମାତ୍ର ଆମ ଅଞ୍ଚଳରେ ନାବାଳିକା ବିବାହ ବିରୋଧରେ ପଦକ୍ଷେପ ନେବା ପାଇଁ ଆମେ କେତେଜଣ ଛାତ୍ରୀ ଏକାଠିହେଲୁ। ୨୦୧୭ରୁ ‘ସେଭ୍‌ ଦି ଚିଲ୍‌ଡ୍ରେନ’ କିଶୋରୀ ଅଧିକାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଲୁ। ଏବେ ସ୍ଥାନୀୟ ଗାଁରେ ବାଳିକା ମହାସଂଘର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛି। ସ୍ଥାନୀୟ୧୧ଟି ଗ୍ରାମପଞ୍ଚାୟତର ମହିଳାମାନଙ୍କୁ ନେଇ ଗ୍ରୁପ କରିପାରିଛି। ପ୍ରତି ଗାଁରେ ୨୦ଜଣଙ୍କୁ ନେଇ ଏକ ଗ୍ରୁପ ଅଛି। ଏଥିରେ ଛାତ୍ରୀମାନେ ବି ସହଯୋଗ କରନ୍ତି। ପ୍ରତିଦିନ ଆଖପାଖ ଗାଁରେ ଜନସଚେତନତା କରିଥାଉ। ୨୦୧୮ମସିହାରେ ନାବାଳିକା ବିବାହ ବିରୋଧରେ ଗାଁରେ ମସଲା ଶୋଭାଯାତ୍ରା କରିଥିଲୁ। ଆମ ପଞ୍ଚାୟତର ନନିପୁର,କଲରା,ଡୁମରପାନି,ହଳଦୀ ଆଦି ଗାଁରେ ବାଲ୍ୟବିବାହ ବିରୋଧରେ କିଛି ପଦକ୍ଷେପ ନେଇଥିଲୁ । ପ୍ରଥମେ ଆମକୁ କେହିକେହି ଉପହାସକରି କହିଲେ, ତମେ ଝିଅପିଲା ଏବେ ପାଠପଢ଼, ଘରକାମ କର ଏଥିରେ କାହିଁକି ବୁଲୁଛ ଲୋକଙ୍କୁ ଏକାଠି କରୁଛ? ତେବେ ଥରେ ହଳଦୀଗଁାରେ ଜଣେ ନାବାଳିକାର ବାହାଘର ହେଉଛି ଜାଣିବାକୁ ପାଇଲୁ । ତାପରେ ସେମାନଙ୍କ ପିତାମାତାଙ୍କ ସହିତ ଏ ସମ୍ପର୍କରେ ବୁଝିଲୁ , କିନ୍ତୁ ସେ ମନା କରିଦେଲେ, ମାତ୍ର ଆଧାରକାର୍ଡ଼ରେ ବୟସକୁ ବଢ଼ାଯାଇଥିବାର ଜାଣିପାରିଥିଲୁ। ଏହାପରେ ଆମେ ରାସ୍ତାରେ ଯିବାବେଳେ କେହିକେହି ବି ଗାଳି ଦେଇଥିଲେ । ପରେ ଜନସଚେତନ ଯୋଗୁ ସେଠାରେ ସଫଳତା ମିଳିଲା। ପ୍ରାୟ ୫ବର୍ଷ ମଧ୍ୟରେ ୧୫ଟି ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛୁ। ସ୍ଥାନୀୟ ପୋଲିସ ବି କେତେକ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ତରରେ ପୁରସ୍କାର ମିଳିଛି। ମୋର ଲକ୍ଷ୍ୟ ଜଣେ ସମାଜସେବୀ ହେବି। ତେବେ ଏହି ପ୍ରକାର ସଚେତନତା କାଯର୍‌ୟକ୍ରମପାଇଁ ଯଶୋଦାଙ୍କୁ ୨୦୨୦ ମସିହା ପାଇଁ ଓଡ଼ିଶାରୁ ଭି-ଆଓ୍ବାର୍ଡ ମିଳିଛି। ଯାହାକି ବାଳିକା ଓ ମହିଳା ମାନଙ୍କ ସୁରକ୍ଷା କ୍ଷେତ୍ରରେ ଜନସଚେତନତା ସୃଷ୍ଟି ପାଇଁ ଦିଆଯାଇଥାଏ। ଯଶୋଦାଙ୍କ ଲକ୍ଷ କେବଳ ଆଗକୁ ମହିଳାଙ୍କ ସୁରକ୍ଷା ପାଇଁ ଯେତେ ସମ୍ଭବ କାମ କରିହେବ, କରିବେ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri